Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ ଲଭଲି

National

ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ ଲଭଲି

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ ଲଭଲି

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ ଅରବିନ୍ଦର ସିଂ ଲଭଲି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ବିରୁଦ୍ଧରେ ଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

କଂଗ୍ରେସ ବିରୋଧରେ ମିଥ୍ୟା ଓ ଦୁର୍ନୀତି ଅଭିଯୋଗ ଆଣିବାର ଏକମାତ୍ର ଆଧାରରେ ଗଠିତ ହୋଇଥିବା ଦଳ ସହିତ ଦିଲ୍ଲୀ କଂଗ୍ରେସ ବିରୋଧୀ ଥିଲା । ଏହା ପରେ ମଧ୍ୟ ଦଳ ଦିଲ୍ଲୀରେ ଆପ୍ ସହିତ ଏକ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ କଂଗ୍ରେସ ଯେଉଁ ଦଳର ବିରେଧୀ ଥିଲା, ଲୋକସଭା ନିର୍ବାଚନ ଅବସରରେ ସେହି ଦଳ ସହ ହାତ ମିଳାଇଛି । ତେଣୁ ଦଳର ଏହି ନିଷ୍ପତ୍ତି ସହ ଏକମତ ନୁହନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Arvinder Singh Lovely resigned from the post of state president | Argus News