ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ। ବିଧାନସଭା ଯାଇ କରିବେ ପ୍ରାର୍ଥୀପତ୍ର ଦାଖଲ । ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ନାଁ ଘୋଷଣା ପରେ ବିଜେଡି କରିଛି ସମର୍ଥନ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ କୃତଜ୍ଞତା । ୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରଥମେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ପରେ ସେ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲା। ଆଉ ବିଜେଡି ସମର୍ଥନରେ ହିଁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ। ପୁଣି ଥରେ ୨୦୨୪ରେ ଓଡ଼ିଶା ରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ। ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଅଶ୍ୱିନୀ ବୈଷ୍ଣଭ ଭଳିଆ ବ୍ୟକ୍ତିତ୍ୱ ଯିଏକି ଦୁଇ ଦଳର ସମର୍ଥନକୁ ଗୋଟାଇବାରେ କ୍ଷମତା ରଖିଥାନ୍ତି। ଅଶ୍ୱନୀ ବୈଷ୍ଣବ ରେଲଓ୍ୱ କ୍ଷେତ୍ରରେ ରେଳ ମନ୍ତ୍ରୀ ହିସାବରେ ଓଡ଼ିଶା ପାଇଁ ଅନେକ କିଛି କରିଛନ୍ତି। ୧୦ହଜାର କୋଟି ରେଳ ବଜେଟ ଓଡ଼ିଶା ଅନୁଦାନ ଯାହା ଓଡ଼ିଶା ଇତିହାସରେ ପ୍ରଥମ ଥର ତାହା ପୁଣି ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ସମୟରେ। ଖାଲି ସେତିକି ନୁହେଁ ଯେଉଁ ପ୍ରୋଜେକ୍ଟ ଗୁଡିକ ବର୍ଷ ବର୍ଷ ଧରି ପଡିରହିଥିଲା ତ୍ୱରାନିତ କରିଛନ୍ତି ଅଶ୍ୱିନୀ। ତେବେ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ । ତେଣୁ ଆଜି ହିଁ ନାମାଙ୍କନ ପତ୍ର ଭରିବେ ଅଶ୍ୱନୀ। ଏପଟେ ଅଶ୍ୱିନୀଙ୍କ କାର୍ଯ୍ୟକାଳ ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହେବାକୁ ଯାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର