BSF Jawan Missing / ଗୋରୁ ଚାଲାଣକାରୀଙ୍କ ପିଛା କରୁଥିଲେ BSF ଯବାନ, ବରାକ ନଦୀରେ ଭାସିଗଲେ ବେଣୁ
·1 hour ago·2 min read

Key Points
ଆସାମର କଛାର ଜିଲ୍ଲାରେ ଗୋରୁ ଚାଲାଣକାରୀଙ୍କ ପିଛା କରିବା ବେଳେ ବରାକ ନଦୀରେ ନିଖୋଜ ହୋଇଛନ୍ତି BSF କନଷ୍ଟେବଳ କେ. ବେଣୁ। ଅନ୍ୟ ଜଣେ ଯବାନ ଜିତେନ୍ଦ୍ର ଯାଦବ ନଦୀରୁ ଫେରିବାରେ ସଫଳ ହୋଇଥିଲେ। SDRF ଓ ପୋଲିସ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
କଛାର, ଆସାମ: ସୋମବାର (ନଭେମ୍ବର ୨୩) ଭାରତ-ବାଂଲାଦେଶ ସୀମାରେ ଘଟିଯାଇଛି ଏକ ବଡ଼ ଅଘଟଣ। ଗୋରୁ ଚାଲାଣକାରୀଙ୍କ ପିଛା କରିବା ସମୟରେ ଜଣେ ସୀମା ସୁରକ୍ଷା ବଳ (ବିଏଏସଏଫ) ଯବାନ ବରାକ ନଦୀରେ ନିଖୋଜ ହୋଇଯାଇଛନ୍ତି। ଆସାମର କଛାର ଜିଲ୍ଲାର ଏହି ଘଟଣା ଘଟିଥିବାର ଖବର ଆସିଛି। ଖବର ଅନୁଯାୟୀ କାଟିଗୋରା ସ୍ଥିତ ହରିନଗର ସୀମାନ୍ତ ଆଉଟପୋଷ୍ଟ (BOP) ନିକଟରେ ଏହି ଘଟଣା ଘଟିଛି। ଯେଉଁଠି ବିଏସଏଫ ଯବାନ ପ୍ରାୟ ୪-୫ ଜଣ ସନ୍ଦିଗ୍ଧ ଗୋରୁ ଚୋରା ଚାଲାଣକାରୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇଥିଲେ।
ବରାକ ନଦୀରେ ଭାସିଯିବା ପରେ ନିଖୋଜ ହୋଇଗଲେ ବିଏଏସଏଫ ଯବାନ ବେଣୁ
ସୋମବାର ସକାଳେ ୨ ବିଏସଏଫ ଯବାନ ହେଡ୍ କନେଷ୍ଟବଳ ଜିତେନ୍ଦ୍ର ଯାଦବ ଏବଂ କନେଷ୍ଟବଳ କେ. ବେଣୁ ସୀମାରେ ସେହି ଚୋରା ଚାଲାଣକାରୀଙ୍କଙ୍କୁ ଅଟକାଇବା ପାଇଁ ନିୟୋଜିତ ହୋଇଥିଲା। ସେମାନଙ୍କୁ ଅଟକିବା ପାଇଁ କୁହାଯିବା ପରେ ସେମାନେ ବାରାକ ନଦୀକୁ ଡେଇଁ ପଡ଼ିଥିଲେ। ଯାହା ପରେ ସେମାନଙ୍କୁ ପିଛା କରିବାକୁ ଯାଇ ଉଭୟ ଯବାନ ବରାକ ନଦୀକୁ ଡେଇଁ ପଡ଼ି ସେମାନଙ୍କ ପିଛା କରିଥିଲେ। ହେଲେ ହେଡ୍ କନେଷ୍ଟବଳ ଜିତେନ୍ଦ୍ର ଯାଦବ ନଦୀ କୂଳକୁ ଫେରି ଆସିବାରେ ସଫଳ ହୋଇଥିଲେ। ହେଲେ କନେଷ୍ଟବଳ ବେଣୁ ବରାକ ନଦୀରେ ଭାସି ଯାଇଥିଲେ। ନଦୀରେ ଭାସିଯିବା ପର ଠାରୁ ସେ ନିଖୋଜ ଅଛନ୍ତି।
ଏହା ସହ ପଢନ୍ତୁ: ୨୪ ଘଣ୍ଟା ପରେ ବାଂଲାଦେଶରୁ ଫେରିଲେ BSF ଯବାନ, ଫ୍ଲାଗ୍ ମିଟିଂ ପରେ ହେଲା ମୁକ୍ତି
ଆନ୍ଧ୍ର ପ୍ରଦେଶର ବାସିନ୍ଦା ହେଉଛନ୍ତି ବେଣୁ
ବିଏସଏଫ କନେଷ୍ଟବଳ ବେଣୁ ମୂଳତଃ ଆନ୍ଧ୍ର ପ୍ରଦେଶର ବାସିନ୍ଦା। ଏହି ଘଟଣା ପର ଠାରୁ ତାଙ୍କର କୌଣସି ପତ୍ତା ମିଳିନାହିଁ। ବରାକ ନଦୀରେ ବିଏସଏଫ ଯବାନ ନିଖୋଜ ହୋଇଯିବା ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳକୁ ଏକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ଦଳକୁ ପଠାଯାଇଥିଲା। SDRF ଘଟଣାସ୍ଥଳରେ ପହଞ୍ଚିବା ପରେ ବରାକ ନଦୀରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଯେଉଁଥିରେ ଉଭୟ ବିଏସଏଫ୍ ଯବାନ ଏବଂ କାଟିଗୋରା ପୋଲିସ ସାମିଲ ହୋଇଥିଲେ। ନିଖୋଜ ବିଏସଏଫ ସୈନିକଙ୍କୁ ଖୋଜିବା ପାଇଁ ଉଦ୍ଧରକାରୀ ଦଳ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ପ୍ରତିକ୍ରିୟା ରଖି କଛାର ପୋଲିସ କହିଛି ଯେ ହରିନଗର ବର୍ଡର ଆଉଟପୋଷ୍ଟ (BOP) କମ୍ପାନୀ କମାଣ୍ଡର ଫୋନ୍ ମାଧ୍ୟମରେ ସେମାନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଏକ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। କଛାର ଏସଏସପି (SSP) ପାର୍ଥ ପ୍ରତିମ ଦାସ କହିଛନ୍ତି ଯେ ଉଦ୍ଧାର ଅଭିଯାନ ଏବେ ମଧ୍ୟ ଜାରି ରହିଛି। BSF ଯବାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ।
ଏହି ଘଟଣା ପୁଣିଥରେ ସେହି ବିପଦକୁ ସାମ୍ନାକୁ ଆଣିଛି, ଯାହାକୁ ବିଏଏସଏଫ ଯବାନ ବିଭିନ୍ନ ସମୟରେ ସାମ୍ନା କରି ଆସୁଛନ୍ତି। ବିଶେଷକରି ଭାରତ-ବାଂଲାଦେଶ ସୀମାରେ ସନ୍ଦିଗ୍ଧ ସୀମାପାର ଚୋରା ଚାଲାଣ କାର୍ଯ୍ୟକଳାପକୁ ରୋକିବା ସମୟରେ ଏଭଳି ଘଟଣା ବିଭିନ୍ନ ସମୟରେ ଘଟୁଛି।