Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବାବେଳେ ମହାପ୍ରଭୁଙ୍କ  ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଖରେ ଭାରତର ମଙ୍ଗଳ କାମନା କରିଛନ୍ତି । ବାଲାଂଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଭାରତରେ ହିଁ କେବଳ ଅଳ୍ପସଂଖ୍ୟକ ଅର୍ଥାତ୍ ମାଇନୋରିଟିଙ୍କୁ ସୁରକ୍ଷା ଦିଆଯାଏ । 

ପାକିସ୍ତାନ ବାଂଲାଦେଶ ବା ଅନ୍ୟ କୌଣସି ଦେଶ ସେମାନଙ୍କ ଚିନ୍ତା କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ନିଶ୍ଚିତ ଏହାର ଖୁବ୍ ଶୀଘ୍ର କୁଟନୈତିକ ସମାଧାନ ବାହାର କରିବା ସହ ସବୁ ବାଂଲାଦେଶୀ ହିନ୍ଦୁଙ୍କ ସହ ଆମେ ଛିଡା ହୋଇଛୁ ବୋଲି କହିଛନ୍ତି । ବାଂଲାଦେଶ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀ ଚୁପ୍ ରହିଛନ୍ତି । ଏମାନେ ଭାରତରେ ଅସ୍ଥିରତା ଆଣିବା ସହ ହିନ୍ଦୁଙ୍କ ସପକ୍ଷରେ କେବେ ବି ନାହାନ୍ତି ବୋଲି ଟାର୍ଗେଟ କରିଛନ୍ତି । 

ଅଧିକ ପଢନ୍ତୁ: ଆସାମରେ ଗୋମାଂସ ବ୍ୟାନ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟରେ କୋବିନ୍ଦ୍ ଜି ଙ୍କ ରିପୋର୍ଟକୁ ସ୍ଵୀକୃତି ମିଳିଲେ ୨୦୨୬ ରେ ଆସାମ ନିର୍ବାଚନ ହେଲେ ମଧ୍ୟ ପୁଣିଥରେ ୨୦୨୯ରେ ହେବ । ମହାପ୍ରଭୁଙ୍କ କ୍ଷେତ୍ରରେ ଇଏ ବୈକୁଣ୍ଠ ପୁରୀ ,ଏହା ମୂଳପୀଠ ହୋଇ ରହିବ । ଦୀଘା ବା ଆସାମରେ ମନ୍ଦିର ହେଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ରହିବ । ସେପଟେ ଅନୁପ୍ରବେଶକାରୀଙ୍କୁ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ବେଙ୍ଗଲରେ ଅନୁପ୍ରବେଶ ରୋକା ଯାଉନଥିବାରୁ ହିଁ ଭାରତରେ ଅନୁପ୍ରବେଶକାରୀ ବିସ୍ତାର ହେଉଛି । ଆସାମରେ ଯେଉଁଭଳି ବିନା NRCରେ ଆଧାର ଦିଆଯିବ ନାହିଁ ବୋଲି ନିୟମ କରାଯାଇଛି । ସେମିତି ହେଲେ ଅନୁପ୍ରବେଶକାରୀ ଧରା ପଡ଼ିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢି ଚାଲିବ ବୋଲି ସେ କହିଛନ୍ତି ।

Sponsored
assam-chief-minister-himant-biswasharma-took-blessings-of-lord-jagannath | Argus News