Videos
|
National

Flood Crisis / ଆସାମରେ ୬୨, ଗୁଜରାଟରେ ୩୧ ଜଣଙ୍କ ମୃତ୍ୟୁ; ପାଣିଘେରରେ ୮୫୬ ଗାଁ, ଲକ୍ଷ ଲକ୍ଷ ଲୋକ ପ୍ରଭାବିତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆସାମରେ ୬୨, ଗୁଜରାଟରେ ୩୧ ଜଣଙ୍କ ମୃତ୍ୟୁ; ପାଣିଘେରରେ ୮୫୬ ଗାଁ, ଲକ୍ଷ ଲକ୍ଷ ଲୋକ ପ୍ରଭାବିତ
93 Dead in Assam and Gujarat

Key Points

ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୬୨ରେ ପହଞ୍ଚିଛି । ୭ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶର ଦୁଇ ରାଜ୍ୟ ଆସାମ ଓ ଗୁଜରାଟରେ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୬୨ରେ ପହଞ୍ଚିଛି । ୭ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଲଗାତାର ଜଳସ୍ତର ବଢୁଥିବା ବେଳେ ବୁଡ଼ି ରହିଛି ଗାଁ, ଚାଲିଛି ଉଦ୍ଧାର କାର୍ଯ୍ୟ ।

ସେପଟେ ଗୁଜରାଟରେ ମଧ୍ୟ ଭୀଷଣ ବର୍ଷା ସହ ବନ୍ୟାରେ ୩୧ ଜଣ ଆଖି ବୁଜିଛନ୍ତି । ଦକ୍ଷିଣ ଗୁଜରାଟ ଭଲସାଦ ଓ ନବସାରୀ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି । ଦୁଇ ରାଜ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ କାର୍ଯ୍ୟ କରୁଛି ପ୍ରଶାସନ ।

ଏଥିସହ ପଢ଼ନ୍ତୁ: ମୌସୁମୀ ଟ୍ରଫ୍ ସକ୍ରିୟ; ଆଜି ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ 

ଆସାମରେ ୬୨ ମୃତ

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA) ଅନୁସାରେ, ରାଜ୍ୟରେ ବନ୍ୟା ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଦିନକରେ ଚରାଇଦେବ ଜିଲ୍ଲାରେ ସର୍ବାଧିକ ୭ ଜଣଙ୍କ ଦେହାନ୍ତ ହୋଇଛି । ଶିବସାଗରରେ ୬ ଓ ଜୋରହାଟରେ ଜଣେ ଆଖି ବୁଜିଛନ୍ତି । ଶିବସାଗର ଜିଲ୍ଲାରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମୃତକଙ୍କ ଲାଗି ଶୋକବ୍ୟକ୍ତ କରିଛନ୍ତି ।

୭ ଲକ୍ଷରୁ ଅଧିକ ପ୍ରଭାବିତ

ବନ୍ୟାରେ ପ୍ରଭାବ ରାଜ୍ୟର ୧୨ ଜିଲ୍ଲାରେ ଦେଖିବାକୁ ମିଳିଛି । ଗୋଲାଘାଟ, ଚରାଇଦେବ, ଡିବ୍ରୁଗଡ଼, ହୋଜାଈ, ନଗାଓଁ, ଜୋରହାଟ, ଧେମାଜୀ, ଶିବସାଗର, ସୋନିତପୁର, କାମଋପ ମହାନଗର ଓ କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲା ପ୍ରଭାବିତ ହୋଇଛି ।

ସର୍ବାଧିକ ପ୍ରଭାବିତ ହୋଇଛି ଶିବସାଗର ଜିଲ୍ଲା । ୩ ଲକ୍ଷ ୪୮ ହଜାରରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି । ଚରାଇଦେବ ଜିଲ୍ଲାରେ ୧ ଲକ୍ଷ ୮୮ ହଜାର ଲୋକ ଓ ଜୋରହାଟରେ ୧ ଲକ୍ଷ ୨୬ ହଜାର ବନ୍ୟା ବିପନ୍ନ ଅଛନ୍ତି । ରାଜ୍ୟର ୮୫୬ ଗାଁ ପାଣିଘେରରେ ରହିଛି ।

ଗୁଜରାଟରେ ୩୧ ମୃତ

ସେହିଭଳି ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟାରେ ୩୧ ଜଣ ପ୍ରାଣ ହରାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ, ନବସାରୀ ଜିଲ୍ଲାରେ ସର୍ବାଧିକ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବଲସାଦରେ ୭ ଜଣ, ଖେଡ଼ାରେ ୪ ଜଣ ସୁରତ ଓ ଅମରେଲିରେ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରୁ କାଶ୍ମୀର..ଚାରିଆଡ଼େ ବର୍ଷା ଓ ବନ୍ୟା ବିପର୍ଯ୍ୟୟ…. ଖୋଲଲି ସଲାଲ ଡ୍ୟାମ୍‌ ଗେଟ…୬୦୦ରୁ ଅଧିକ ଗାଁ ବିପଦରେ 

୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର

ଗୁଜରାଟ ସରକାରଙ୍କ ଅନୁସାରେ, ଏବେ ସୁଦ୍ଧା ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୫୨ ଜଣଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ନବସାରୀରରେ ହେଲିକପ୍ଟର ଯୋଗେ ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ପାଇଁ ପ୍ରଭାବିତ ହୋଇଛି ରେଳ ସେବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored