Videos
|
National

Assam Police Encounter / ଆସାମ ପୋଲିସ ଏନକାଉଣ୍ଟରରେ ଟଳିପଡ଼ିଲେ କୁଖ୍ୟାତ ଗାଡି ଚୋର; ମେଘାଳୟ ଫେରାର ହୋଇଯିବାକୁ କରୁଥିଲେ ଉଦ୍ୟମ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଆସାମ ପୋଲିସ ଏନକାଉଣ୍ଟରରେ ଟଳିପଡ଼ିଲେ କୁଖ୍ୟାତ ଗାଡି ଚୋର; ମେଘାଳୟ ଫେରାର ହୋଇଯିବାକୁ କରୁଥିଲେ ଉଦ୍ୟମ
Assam Police Encounter

Key Points


ଆସାମ ସୋନାପୁର ଅଞ୍ଚଳରେ ପୋଲିସ ଏବଂ ଏକ ଗାଡି ଚୋରି ଗ୍ୟାଙ୍ଗ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧି ନିହତ ହୋଇଛନ୍ତି। ସନ୍ଦିଗ୍ଧ ଗୌହାଟିରୁ ଏକ ଚୋରି ଗାଡିରେ ମେଘାଳୟ ପଳାଇ ଯାଉଥିଲେ। ପୋଲିସ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଚୋରି ଉପକରଣ ଜବତ କରିଛି।
ଗୁରୁବାର (ସେପ୍ଟମ୍ବର ୩) ସକାଳେ ରାଜ୍ୟର କାମରୂପ ଜିଲ୍ଲାର ସୋନାପୁର ଅଞ୍ଚଳରେ ଆସାମ ପୋଲିସ ଏବଂ ଗାଡି ଚୋର ଗ୍ୟାଙ୍ଗ ମଧ୍ୟରେ ହୋଇଥିଲା ମୁହାଁମୁହିଁ। ଏହି ସମୟରେ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧି ନିହତ ହୋଇଛନ୍ତି। ପୋଲିସ କହିବା ଅନୁଯାୟୀ, ଦୁଇ ଅଭିଯୁକ୍ତ ଏକ ଆନ୍ତଃରାଜ୍ୟ ଗାଡି ଚୋରି ଗ୍ୟାଙ୍ଗ ସହିତ ଜଡି଼ତ ରହିଥିଲେ। ରାଜଧାନୀ ଗୌହାଟିରୁ ଚୋରି ହୋଇଥିବା ଏକ ଟାଟା ACE ଗାଡି଼ ନେଇ ସେମାନେ ମେଘାଳୟ ପଳାଇବାକୁ ଚେଷ୍ଟା କରୁଥିଲେ। ପାନବଜାର ପୋଲିସ ସେମାନଙ୍କୁ ପିଛା କରୁଥିବା ସମୟରେ, ସୋନାପୁର ସ୍ଥିତ ମାର୍କାଡୋଲା ଅଞ୍ଚଳର ଏକ ଚେକପଏଣ୍ଟ ଠାରେ ସେମାନଙ୍କ ଗାଡି଼ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଏଥିରେ ୨ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ।

ଗୌହାଟିରୁ ଚୋରି ହୋଇଥିଲା ଗାଡି
ପୋଲିସ ସୂଚନା ଅନୁଯାୟୀ ଗାଡ଼ି ଚୋର ଗୌହାଟି ସ୍ଥିତ ପାନବଜାର ଅଞ୍ଚଳରୁ ଏକ ଟାଟା ACE (AS-01-KC-3128) ଚୋରି କରିଥିଲେ। ଗାଡ଼ି ଚୋରି ହେବା ସମ୍ପର୍କରେ ଖବର ପାଇବା ପରେ ପାନବଜାର ପୋଲିସ ଗାଡ଼ିର ପିଛା କରିବା ଆରମ୍ଭ କରିଥିଲା। ଗାଡ଼ି ଚୋରି କରି ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଚୋର ଅମଚାଙ୍ଗ, ଦିଗାରୁ, ସୋନାପୁର ଏବଂ ମାର୍କଡୋଲା ଦେଇ ମେଘାଳୟ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲେ। ହେଲେ ପୋଲିସ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଚଢାଉ କରିଥିଲା।

ଚେକପଏଣ୍ଟ ଠାରେ ଗାଡ଼ି ହୋଇଥିଲା ଦୁର୍ଘଟଣା, ଏହା ପରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ
ମାର୍କଡୋଲା ସ୍ଥିତ ଏକ ଚେକପଏଣ୍ଟ ନିକଟରେ ପହଞ୍ଚିବା ସମୟରେ ଚୋରି ହୋଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଯାହା ଫଳରେ ୨ ଗାଡ଼ି ଚୋର ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା।

ଏହା ସହ ପଢନ୍ତୁ:  ସରକାର କାର୍ଯ୍ୟାଳୟରୁ ଉଠାଇନେଲେ ଅଳିଆ ବୁହା ଗାଡ଼ି! ୧୦ ମିନିଟ୍ ପରେ ଆସିଲା ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିହତ ଅଭିଯୁକ୍ତଙ୍କ ମିଳିସାରିଛି ପରିଚୟ
ପୋଲିସ ଏନକାଉଣ୍ଟରରେ ଟଳି ପଡ଼ିଥିବା ନିହତ ଅଭିଯୁକ୍ତ ହେଉଛନ୍ତି ସୈଦୁଲ ଆଲମ ଲସ୍କର (୪୦) ଏବଂ ବାବୁ ସିଂହ (୫୪)। ପୋଲିସ କହିବା ଅନୁଯାୟୀ, ସୈଦୁଲ ଆଲମ ଲସ୍କର ଆସାମ କଛାର ଜିଲ୍ଲାର ବାସିନ୍ଦା ଥିଲେ ଏବଂ ତାଙ୍କୁ ଗ୍ୟାଙ୍ଗ୍ ର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବାବୁ ସିଂହ ମଣିପୁର ଇମ୍ଫାଲ ଅଞ୍ଚଳର ବାସିନ୍ଦା ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟଙ୍କ ବିରୋଧରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ସେମାନେ ଏକ ଆନ୍ତଃରାଜ୍ୟ ଗାଡ଼ି ଚୋରି ନେଟୱାର୍କ ସହ ଜଡି଼ତ ରହିଥିଲେ।

ଅସ୍ତ୍ରଶସ୍ତ୍ର ଏବଂ ଚୋରି ଉପକରଣ ଉଦ୍ଧାର
ଏନକାଉଣ୍ଟର ପରେ, ପୋଲିସ ଅଭିଯୁକ୍ତଙ୍କ ଠାରୁ ଦୁଇଟି ପିସ୍ତଲ, ମୋବାଇଲ ଫୋନ୍ ଏବଂ ଗାଡ଼ି ଚୋରିରେ ବ୍ୟବହୃତ ଅନେକ ଉପକରଣ ଜବତ କରିଛି। ଅଧିକାରୀ କହିଛନ୍ତି ଯେ ଉଦ୍ଧାର ହୋଇଥିବା ସାମଗ୍ରୀର ଯାଞ୍ଚ କରାଯାଉଛି। ଏହି ଗ୍ୟାଙ୍ଗର ନେଟୱାର୍କ ସମ୍ପର୍କରେ ଖୋଳତାଡ଼ କରାଯାଉଛି।

ଜଣେ ଅଭିଯୁକ୍ତ ଫେରାର୍, ଜାରି ରହିଛି ତଦନ୍ତ
ଏନକାଉଣ୍ଟର ସମୟରେ, ଜଣେ ଗ୍ୟାଙ୍ଗ ସଦସ୍ୟ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲେ। ପୋଲିସ ତାଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଚଳାଇଛି। ମୃତ ୨ ଅଭିଯୁକ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ସୋନାପୁର ଜିଲ୍ଲା ହସ୍ପିଟାଲ ଠାରେ ରଖାଯାଇଛି। ପୋଲିସ କହିଛି ଯେ ଏକ ବିସ୍ତୃତ ତଦନ୍ତ ପରେ ଏହି ଆନ୍ତଃରାଜ୍ୟ ଗାଡ଼ି ଚୋରି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ।