Videos
|
National

Tea Garden Murder / ପ୍ରେମିକଙ୍କୁ ଚା’ ବଗିଚାକୁ ଡାକି ବୀଭତ୍ସ ହତ୍ୟା…୩ ଜଣଙ୍କ ସହ ମିଶି ମୁଣ୍ଡ କାଟିଦେଲା ପ୍ରେମିକା

Ritu Das
Browse all articles by Ritu Das
·1 hour ago·2 min read
ପ୍ରେମିକଙ୍କୁ ଚା’ ବଗିଚାକୁ ଡାକି ବୀଭତ୍ସ ହତ୍ୟା…୩ ଜଣଙ୍କ ସହ ମିଶି ମୁଣ୍ଡ କାଟିଦେଲା ପ୍ରେମିକା
India

Key Points

  • ପ୍ରେମ ସମ୍ପର୍କକୁ ନେଇ ବିବାଦ ପରେ ଚା’ ବଗିଚାକୁ ଡାକି ଅନିଲଙ୍କୁ ହତ୍ୟା କରିଥିବା ଅଭିଯୋଗ
  • ଭୌଗଦୌଇ ନଦୀ କୂଳରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
  • ପ୍ଲାଷ୍ଟିକ୍ ବ୍ୟାଗରୁ ମୁଣ୍ଡ ମିଳିଥିବା ପୋଲିସର ସୂଚନା
  • ବୀଭତ୍ସ…ନୃଶଂସ…ନିର୍ମମ…ପ୍ରେମ…ପ୍ରତାରଣା ଶେଷରେ ହତ୍ୟା। ଆସାମର ଜୋରାହାଟ ଜିଲ୍ଲାରେ ଏକ ଛାତିଥରା ଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଚା’ ବଗିଚାକୁ ଡାକି ପ୍ରେମିକକୁ ହତ୍ୟା କରି ମୁଣ୍ଡ ଅଲଗା କରିଦେଇଛି ପ୍ରେମିକା। ପୋଲିସ ଜଣେ ୩୧ବର୍ଷୀୟ ଯୁବକଙ୍କୁ ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଅଲଗା କରିବା ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ମହିଳାଙ୍କ ସମ୍ପୃକ୍ତି ଅଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ମୃତ ଯୁବକଙ୍କର ଉକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କକୁ ନେଇ ମତାନ୍ତର ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି।

    ଏହାସହ ପଢ଼ନ୍ତୁ: ରୁମ୍ ଖୋଲିଲା ପରେ ଚମକିପଡ଼ିଲେ ! ହତ୍ୟା କରି ବ୍ୟକ୍ତିଙ୍କ ଆଖି ତାଡ଼ିଲେ, ପତ୍ନୀ ପିଲା ଗାଏବ

    ମୃତକ ଯୁବକ ହେଉଛନ୍ତି ରାଜଗଡ଼ର ଅନିଲ। ଯିଏ ସେପ୍ଟେମ୍ବର ୧୨ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ ମରିୟାନି ଥାନାରେ ନିଖୋଜ ହେବାର ଏକ ମାମଲା ଦାଏର କରିଥିଲେ। ପୋଲିସ ତଦନ୍ତ ପରେ ଭୌଗଦୌଇ ନଦୀ କୂଳରୁ ଏକ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିଲେ। ମୃତଦେହଟି ସଢ଼ି ଯାଇଥିବାରୁ ପରିଚୟ କିଛି ଦିନ ପରେ ଚିହ୍ନଟ ହୋଇଥିଲା।

    ପୋଲିସର କହିବା ଅନୁଯାୟୀ, ମୃତଦେହକୁ ନଦୀ କୂଳରେ ପୋତି ଦିଆଯାଇଥିଲା, ମୁଣ୍ଡକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ହତ୍ୟା ଅତ୍ୟନ୍ତ ନୃଶଂସ ଥିଲା। ପ୍ରଥମେ ଏକ ଧାରୁଆ ବ୍ଲେଡ୍ ସାହାଯ୍ୟରେ ଗଳା କାଟି ଦିଆଯାଇଥିଲା, ଏବଂ ପରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୁଣ୍ଡକୁ ଶରୀରରୁ ଅଲଗା କରାଯାଇଥିଲା।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    ଏହି ମାମଲାରେ ପୋଲିସ କପିଲ କର୍ମକାର(୩୨), ତାଙ୍କ ପତ୍ନୀ ଅନିମା କର୍ମକାର, ତାଙ୍କ ଭାଇ ସଞ୍ଜିତ କର୍ମକାର (୩୦) ଏବଂ ମହେଶ ରାଜଗଡ (୩୩)ଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମାରିଆନିର ଗ୍ରୀନଭ୍ୟୁ ଟି ଇଷ୍ଟେଟ୍ ଅଞ୍ଚଳର ବାସିନ୍ଦା। ତଦନ୍ତ ଅନୁଯାୟୀ, ଅନିଲ ରାଜଗଡ ଗତ କିଛି ମାସ ଧରି ଅନିମାଙ୍କ ସହିତ ସମ୍ପର୍କରେ ଥିଲେ। ସେପ୍ଟେମ୍ବର ୭ ତାରିଖରେ ଅନିମା ତାଙ୍କୁ ଚା’ ବଗିଚା ଅଞ୍ଚଳରେ ଭେଟିବାକୁ ନିମନ୍ତ୍ରଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ପହଞ୍ଚିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପରବର୍ତ୍ତୀ ସମୟରେ, ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ନଦୀ କୂଳକୁ ନିଆଯାଇ ପୋତି ଦିଆଯାଇଥିଲା। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।