Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟା ଆସାମ ଚା'; କେଉଁ ପର୍ଯ୍ୟନ୍ତ ଲମ୍ବିଛି କାରବାର?

National

Assam Tea / ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟା ଆସାମ ଚା'; କେଉଁ ପର୍ଯ୍ୟନ୍ତ ଲମ୍ବିଛି କାରବାର?

Subhramjit Ray
Browse all articles by Subhramjit Ray
·2 months ago·2 min read
ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟା ଆସାମ ଚା'; କେଉଁ ପର୍ଯ୍ୟନ୍ତ ଲମ୍ବିଛି କାରବାର?
Assam Tea:

Key Points

କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରହିଛି ଆସାମ ଚା'ର ଚାହିଦା।
Assam Tea Demand: ବିଧାନସଭା ନିର୍ବାଚନ ପାଇଁ ଏବେ ଚର୍ଚ୍ଚାକୁ ଆସିଛି ଆସାମ ଚା। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ପ୍ରଚାର କରିବା ଆସାମ ଗସ୍ତ କରିଥିଲେ। ଏହି ଅବସରରେ ସେ ଆସାମ ଚା ବଗିଚାରେ ଅନେକ ଶ୍ରମିକଙ୍କ ସହ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆରେ ଏହାର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଅନେକ ଥର ଆସାମ ଚା' ତାଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।

କେବଳ ଦେଶ ନୁବେଁ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ ଆସାମ ଚା'। ଆସାମର ଚା' ବଜାର, ଏହାର ବ୍ୟବସାୟ, ଏବଂ ଯୋଗାଣ ଦେଶ ସହିତ ବିଦେଶକୁ ମଧ୍ୟ ବ୍ୟାପିଛି।
ଆସାମର ଚା ବ୍ୟବସାୟକୁ ବିଶ୍ୱ ସ୍ତରରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହି ରାଜ୍ୟରେ ଭାରତର ମୋଟ ଚା' ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ଅବଦାନ ଦେଇଥାଏ। ଆସାମରେ ପ୍ରାୟ ୮୦୦ ଚା' ବଗିଚା ରହିଥିବାର କୁହାଯାଏ।

କେଉଁ ପର୍ଯ୍ୟନ୍ତ ଲମ୍ବିଛି ଆସାମର ଚା' ବ୍ୟବସାୟ?
ଆସାମରେ ବାର୍ଷିକ ପ୍ରାୟ ୬ ଲକ୍ଷରୁ ୭ ଲକ୍ଷ ମେଟ୍ରିକ ଟନ୍ ଚା ଉତ୍ପାଦିତ ହୋଇଥାଏ। ଏହା ଦ୍ୱାରା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଥାଏ। ଆସାମ ଚା' ବଗିଚାରେ ପ୍ରାୟ ୭ ଲକ୍ଷ ଶ୍ରମିକ କାର୍ଯ୍ୟରତ ଥିବାର କୁହାଯାଏ। ଭାରତରୁ ବିଦେଶକୁ ରପ୍ତାନୀରେ ଆସାମର ଚା ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ। ଏହା ବ୍ୟତୀତ, ଆସାମକୁ ବିଶ୍ୱର ଚା' ରାଜଧାନୀ (Tea Capital of the World) ମଧ୍ୟ କୁହାଯାଏ। ଆସାମର ବିଶ୍ୱନାଥ ଜିଲ୍ଲାରେ ଅବସ୍ଥିତ ମୋନାବାରୀରେ ରହିଛି ବିଶ୍ୱର ସର୍ବବୃହତ ଚା' ବଗିଚା। ଯାହା ପ୍ରାୟ ୧୩୭୩ ହେକ୍ଟର ଜମିରେ ପରିବ୍ୟାପ୍ତ ବୋଲି କୁହାଯାଏ।

ବିଶ୍ୱରେ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ଆସାମର ଚା' କାରବାର?
ଆସାମ ସାରା ବିଶ୍ୱରେ ୨୦ ରୁ ଅଧିକ ଦେଶକୁ ଚା' ଯୋଗାଇଥାଏ। ଏହାର ଯୋଗାଣ ନେଟୱାର୍କ ଦେଶର ଘରୋଇ ବଜାର ସହ ବିଦେଶକୁ ମଧ୍ୟ ଲମ୍ବିଛି। ଏହାର ଦୃଢ଼ ସ୍ୱାଦ ଏବଂ ସୁଗନ୍ଧ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଆସାମ ଚା', ଇରାନ, ଋଷିଆ, ୟୁଏଇ, ୟୁକେ, ଆମେରିକା, ଫ୍ରାନ୍ସ, କାନାଡା, ଚୀନ୍, ଜର୍ମାନୀ ଏବଂ କାଜାଖସ୍ତାନ ଭଳି ଦେଶକୁ ରପ୍ତାନୀ ହୋଇଥାଏ। ଦୁବାଇ ଆସାମ ଚା ପାଇଁ ଏକ ପ୍ରମୁଖ ପୁନଃରପ୍ତାନୀ କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ। ଯେଉଁଠାରୁ ଏହାକୁ ବିଶ୍ୱର କୋଣ ଅନୁକୋଣକୁ ପଠା ଯାଇଥାଏ। ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମା ପରେ ଆସାମ ଚା' ଏବେ ୟୁରୋପୀୟ ସଂଘର ସଦସ୍ୟ ଥିବା ୨୭ ଦେଶରେ ସହଜରେ ଉପଲବ୍ଧ ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Assam Tea: Why China & Germany are Obsessed with Indian Tea in 2026 | Argus News