UCC in Assam / ମିଳିଲା କ୍ୟାବିନେଟ୍ ମଞ୍ଜୁରୀ; ଆସାମରେ ଲାଗୁ ହେବ ୟୁସିସି
·4 months ago·2 min read

Key Points
ଆସାମ ମୁଖ୍ୟମନ୍ତ୍ରୀ ହିମନ ବିଶ୍ୱ ଶର୍ମାଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି।
Assam Cabinet Approves UCC: ଆସାମରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ପାଇଁ ପଥ ପରିଷ୍କାାର ହୋଇଯାଇଛି। ବୁଧବାର (ମେ ୧୩) ଆସାମ କ୍ୟାବିନେଟ୍ ରାଜ୍ୟରେ (ୟୁସିସି) କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ଦେଇଛି। ହେଲେ ୟୁସିସି ପରିସରରୁ ରାଜ୍ୟର ଆଦିବାସୀ ବର୍ଗଙ୍କୁ ବାଦ ଦିଆଯିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ତୃତୀୟ ପାଳି କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିବା ପରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ ନୂତନ ବିଧାନସଭାରେ ୟୁସିସି ବିଲ୍ ଆଗତ କରାଯିବ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏହା ହେଉଛି ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନିର୍ବାଚନ ସମୟରେ ଆମେ ୟୁସିସି ଲାଗୁ କରିବା ନେଇ ଲୋକଙ୍କୁ ପ୍ରତିଶୃତି ଦିଆଯାଇଥିଲା। ଉତ୍ତରାଖଣ୍ଡ, ଗୋଆ ଏବଂ ଗୁଜରାଟ ଆଦି ରାଜ୍ୟରେ ପୂର୍ବରୁ ୟୁସିସି କାର୍ଯ୍ୟକାରୀ ହୋଇସାରିଛି। ହେଲେ ସେହି ରାଜ୍ୟର ସରକାର ଏହାକୁ ଆସାମର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିଛନ୍ତି।
ଆମେ ରାଜ୍ୟର ଜନଜାତି ବର୍ଗକୁ ୟୁସିସି ପରିସରରୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେଇଛୁ। ଆସାମ ଲୋକଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ସମସ୍ତ ପ୍ରଥା ପରମ୍ପରା ୟୁସିସି ପରିସର ବାହାରେ ରହିଛି। ୟୁସିସି ଉତ୍ତରାଧିକାର, ବିବାହ, ଲିଭ୍-ଇନ୍ ସମ୍ପର୍କ ଏବଂ ଛାଡପତ୍ରର ବାଧ୍ୟତାମୂଳକ ପଞ୍ଜୀକରଣ ସମ୍ବନ୍ଧୀୟ ବିଷୟକୁ ନିୟନ୍ତ୍ରଣ କରିବ।
ୟୁସିସି କ'ଣ?
ସମାନ ନାଗରିକ ସଂହିତା (Uniform Civil Code) ର ଅର୍ଥ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଗୋଟିଏ ସମାନ ଆଇନ କାର୍ଯ୍ୟକାରୀ କରିବା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ୟକ୍ତିଗତ ଆଇନରେ ଏକତା (Personal Law Unification): ୟୁସିସି ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ସମ୍ପତ୍ତି ଅଧିକାର ଭଳି ବ୍ୟକ୍ତିଗତ ବିଷୟ ପାଇଁ ସମସ୍ତ ଧର୍ମ (ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ, ଶିଖ, ଇତ୍ୟାଦି) ପାଇଁ ଏକକ ଆଇନ ପ୍ରଣୟନ କରିଥାଏ।
ଧର୍ମ-ଆଧାରିତ ଆଇନର ଅନ୍ତ (End of Religion-Based Laws): ବର୍ତ୍ତମାନ ଦେଶରେ ବିଭିନ୍ନ ଧର୍ମର ଲୋକଙ୍କ ପାଇଁ ଅଲଗା ଅଲଗା ବ୍ୟକ୍ତିଗତ ଆଇନ ରହିଛି। ୟୁସିସି ଏହାକୁ ବଦଳାଇ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଆଣିବ। ଭାରତୀୟ ସମ୍ବିଧାନର ଧାରା ୪୪ ସମଗ୍ର ଦେଶରେ ସମାନ ନାଗରିକ ସଂହିତା (UCC) ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି।

Related Topics
Explore more stories