Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Election Dates Announced / ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ଜାଣନ୍ତୁ କେଉଁଠି, କେବେ ଭୋଟ୍ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ଜାଣନ୍ତୁ କେଉଁଠି, କେବେ ଭୋଟ୍ ?
Big Election Update

Key Points

  • ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
  • ଆସାମ, କେରଳ ଓ ପୁଡୁଚେରୀରେ ଏପ୍ରିଲ୍‌ ୯ରେ ଭୋଟିଂ
  • ପଶ୍ଚିମବଙ୍ଗରେ ଏପ୍ରିଲ୍ ୨୩ ଓ ୨୯ରେ ମତଦାନ
  • ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟ ଏପ୍ରିଲ୍‌ ୨୩ରେ ଭୋଟ୍
  • ମେ' ୪ ତାରିଖରେ ଏକାଠି ହେବ ଭୋଟ୍ ଗଣତି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସହିତ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କେବଳ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବା ସହ ମେ' ୪ରେ ହେବ ଭୋଟ୍ ଗଣତି ।

ତାମିଲନାଡ଼ୁ, ଆସାମ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଆସାମ, କେରଳ ଓ ପୁଡୁଚେରୀରେ ଏପ୍ରିଲ୍‌ ୯ରେ ଭୋଟ୍ ଗ୍ରହଣ କରାଯିବ  ତାମିଲନାଡ଼ୁରେ ଏପ୍ରିଲ୍‌ ୨୩ରେ ଭୋଟ୍ ପଡ଼ିବ । ସେହିଭଳି ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୨୩ ଓ ୨୯ରେ ମତଦାନ ହେବ ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ସହ ୫ ରାଜ୍ୟରେ କେବେ ଭୋଟ୍ ? ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଘୋଷଣା ଅନୁସାରେ, ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୨୩ରେ ୧୫୨ ଆସନ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୯ରେ ୧୪୨ ଆସନରେ ଭୋଟିଂ ହେବ ।

ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୪ ସୁଦ୍ଧା ନାମାଙ୍କ ପରେ ଏପ୍ରିଲ୍ ୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ଲାଗି ଏପ୍ରିଲ୍ ୨ରେ ବିଜ୍ଞପ୍ତି, ୯ ସୁଦ୍ଧା ନାମାଙ୍କନ ଏବଂ ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇ ପାରିବ ।

ତାମିଲନାଡ଼ୁର ୨୩୪ ଆସନ ପାଇଁ ଏପ୍ରିଲ୍ ୨୩, ଆସାମର ୧୨୬ ଆସନ ପାଇଁ ଏପ୍ରିଲ୍ ୯, କେରଳର ୧୪୦ ଆସନରେ ଏପ୍ରିଲ୍ ୯ ଓ ପୁଡୁଚେରୀର ୩୦ ବିଧାନସଭା ଆସନରେ ଏପ୍ରିଲ୍ ୯ରେ ଭୋଟ୍ ଗ୍ରହଣ କରାଯିବ ।

ଏଥିସହ ପଢ଼ନ୍ତୁ: ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ

ନିର୍ବାଚନ କମିଶନଙ୍କ ଅନୁସାରେ, ୫ ରାଜ୍ୟର ମୋଟ ୮୨୪ଟି ବିଧାନସଭା ଆସନରେ ମୋଟ ୧୭.୪ କୋଟି ମତଦାତା ଭୋଟ୍ ଦେବେ । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୨.୧୯ ଲକ୍ଷ ମତଦାନ କେନ୍ଦ୍ରରେ ହେବ ଭୋଟ୍ ଗ୍ରହଣ । ଯେଉଁଥିରେ ୨୫ ଲକ୍ଷ ନିର୍ବାଚନ ଅଧିକାରୀ ନିୟୋଜିତ ହେବେ ।

ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗର ପ୍ରତି ବୁଥ୍‌ରେ ହାରାହାରି ମତଦାତାଙ୍କ ସଂଖ୍ୟା ୭୫୦ରୁ ୯୦୦ । ମତଦାନ କେନ୍ଦ୍ରରେ ମୁତୟନ ଅଧିକାରୀ ପ୍ରତି ୨ ଘଣ୍ଟାରେ ମତଦାନ ପ୍ରତିଶତ ଅପଲୋଡ୍ କରିବେ ଏବଂ ନିର୍ବାଚନ ସରିବା ପରେ ତୁରନ୍ତ ମତଦାନ ପ୍ରତିଶତ ଅପଲୋଡ୍ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Dates Announced for West Bengal, Assam, Kerala & Tamil Nadu | Argus News | Argus News