Videos
|
Odisha

Cross voting fear in bjd and congress / ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ

Bikash Mohanty
Browse all articles by Bikash Mohanty
·6 months ago·2 min read
ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ
Rajya sabha

Key Points

ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ 
ଉଭୟ ଦଳ ଠୁ ଦୂରେଇ ରହିଛନ୍ତି କିଛି ବିଧାୟକ ଓ ବିଧାୟିକା
କିଏ କରିବ କ୍ରସ୍‌ ଭୋଟିଂ ତାହା ଉପରେ ରହିଛି ସମସ୍ତଙ୍କ ନଜର
ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ । ଉଭୟ ଦଳ ଠୁ ଦୂରେଇ ରହିଛନ୍ତି କିଛି ବିଧାୟକ ଓ ବିଧାୟିକା । ବିଜେଡି ବୈଠକ ଗୁଡ଼ିକୁ ଲଗାତାର ଭାବେ ଆସୁ ନାହାଁନ୍ତି ବିଧାୟକ ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ନବ ମଲ୍ଲିକ । ଏମାନେ ଦଳର ରାଡ଼ାରରେ ନଥିବା ଚର୍ଚ୍ଚା ହେଉଛି । ସେହିପରି ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ସୁବାସିନୀ ଜେନା ଦଳର ବିଭିନ୍ନ ବୈଠକ ଆସୁଥିଲେ ବି ତାଙ୍କ ଉପରେ ବିଶ୍ୱାସ ଜୁଟାଇବା ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ଯାହାକୁ ନେଇ ଦଳ ସଭାପତି ପଡିଛନ୍ତି ଚିନ୍ତାରେ । ଏମାନେ କ୍ରସ ଭୋଟିଂ କରି ପାରନ୍ତି ବୋଲି ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ।

ରାଜ୍ୟସଭା ନିର୍ବାଚନରେ ବିଜେଡିର ବିଧାୟକ ମାନେ ଭୋଟ କେମିତି ଦେବେ ସେନେଇ ନବୀନ ନିବାସରେ ଦିଆଯାଇଥିଲା ତାଲିମ। ହେଲେ ତାଲିମ ପାଇଁ ନବୀନ ନିବାସ ଯାଇନଥିଲେ ଦଳର 4 ବିଧାୟକ। ଏହା ଦଳପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ସହ ଘୋଡ଼ା ବେପାର ନେଇ ସନ୍ଦେହ ଉପୁଜିଛି।

ବିଜେଡିର କମନ ପ୍ରାର୍ଥୀ ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ ଘୋଷଣା କଂଗ୍ରେସ ପାଇଁ ଅଡୁଆ ବଢ଼ାଉଛି। ୮ ଜଣ ବିଧାୟକଙ୍କୁ ଧରି ପିସିସି ସଭାପତି ଭକ୍ତ ଚରଣ ଦାସ ଏବେ ବେଙ୍ଗାଳୁରୁରେ। ୨ ଦିନ ହେଲା ସେ ସେଠାରେ ଡେରା ପକାଇଛନ୍ତି। କିନ୍ତୁ ଦଳର ବିଧାୟକ ଦାଶରଥୀ ଗମାଙ୍ଗ, ରମେଶ ଜେନା ଓ ପବିତ୍ର ସାଉଁଟା ଦେଉନାହାନ୍ତି ଧରାଛୁଆଁ । ମୋହନା ବିଧାୟକ ଦାଶରଥି ଗମାଙ୍ଗ ଫୋନ ଉଠାଉ ନାହାନ୍ତି ବୋଲି ସ୍ଵୀକାର କରିଛନ୍ତି ଖୋଦ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ରାଜ୍ୟସଭା ନିର୍ବାଚନକୁ ନେଇ ବର୍ଷିଛନ୍ତି କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖୋଲା ଅସନ୍ତୋଷ ଝାଡ଼ିଛନ୍ତି ବିଧାୟିକା ସୋଫିଆ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି ସୋଫିଆ। ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲା। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ। କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ। ବିଜେଡି ସର୍ବଦା ବିଜେପି ସହ ମିଶିକି ରହି ଆସିଛି। ଦୁଇ ଦଳର ମୁଖ୍ୟ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା । କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି ବୋଲି କହିଛନ୍ତି ସୋଫିଆ। କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ କିଛି ସ୍ପଷ୍ଟ କରିନାହାନ୍ତି ସୋଫିଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସବୁ ଭିତରେ ମାର୍ଚ୍ଚ ୧୬କୁ ଅପେକ୍ଷା । କାହାର ହେବ ହାର କାହାର ହେବ ଜିତ, କେଉଁ ବିଧାୟକ କାହାକୁ ଦେବେ ଭୋଟ । କିଏ କରିବ କ୍ରସ୍‌ ଭୋଟିଂ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଏଥିସହ ପଢ଼ନ୍ତୁ:  ମିଶନ କେରଳ-ପଶ୍ଚିମବଙ୍ଗ ପାଇଁ କ'ଣ ରହିଛି ବିଜେପି ରଣନୀତି?