Videos
|
National

ତୃତୀୟ ବିଶ୍ବଯୁଦ୍ଧର ତାରିଖ ଘୋଷଣା କଲେ ଜ୍ୟୋତିଷ, ସତ ହେବ କି ଭବିଷ୍ୟବାଣୀ ?...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ତୃତୀୟ ବିଶ୍ବଯୁଦ୍ଧର ତାରିଖ ଘୋଷଣା କଲେ ଜ୍ୟୋତିଷ, ସତ ହେବ କି ଭବିଷ୍ୟବାଣୀ ?...

ଅର୍ଗସ ବ୍ୟୁରୋ :  ପୃଥିବୀରେ ଅନେକ ଦେଶ ମଧ୍ୟରେ ଗତ କିଛି ବର୍ଷ ହେବ ପରିବର୍ତ୍ତନ ଦେଖାଦେଇଛି । ଅନେକ ଦେଶ ମଧ୍ୟରେ ଯୁଦ୍ଧ ଚାଲୁଥିବା ଦେଖିଥିବା ମିଳିଛି । ଏ ଭିତରେ ସବୁଠୁ ବଡ ଆଶଙ୍କା ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ବିଶ୍ବର ତମାମ ସ୍ଥାନରେ ଚାଲିଛି ଚର୍ଚ୍ଚା ଆଉ ଆଲୋଚନା । ଖୁବଶୀଘ୍ର ଅର୍ଥାତ ଆଉ ୨୫ ଦିନ ମଧ୍ୟରେ ବିଶ୍ବଯୁଦ୍ଧ ହେବାକୁ ଯାଉଛି । ଏହାକୁ ନେଇ ପୂର୍ବରୁ ଅନେକ ଜ୍ୟୋତିଷ, ଭେଙ୍ଗା ବାବା ଆଦି ପୂର୍ବାନୂମାନ କରି ମତ ଦେଇଥିଲା ବେଳେ ଏବେ ଭାରତର ଆଉ ଜଣେ ଜ୍ୟୋତିଷ ତୃତୀୟ ବିଶ୍ବଯୁଦ୍ଧ ନେଇ ମତ ପ୍ରକାଶ କରିଛନ୍ତି । ତେବେ ଏହା କେବଳ ସେ ପୂର୍ବାନୂମାନ କରିଛନ୍ତି, ଏନେଇ କୌଣସି ନିଶ୍ଚିନ୍ତତା ପ୍ରକାଶ କରାଯାଇନାହିଁ ।

ଅଧିକ ପଢନ୍ତୁ : ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?

ଏହି ଜ୍ୟୋତିଷ ଜଣକଙ୍କ ନାଁ ହେଉଛି କୁଶଲ କୁମାର । ସେ ଆଗରୁ ମଧ୍ୟ ଇସ୍ରାଏଲ-ହମାସ, ରୁଷ ଏବଂ ନୋଟା, ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ହେବା ନେଇ ଭବିଷ୍ୟବାଣୀ କରିଥିଲେ । କୁଶଲ କୁମାର କହିଛନ୍ତି , ୧୮ ଜୁନ ୨୦୨୪ରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ସବୁଠୁ ମଜବୁତ ଗ୍ରହର ଉତ୍ତେଜନା ରହିଛି । ଜୁନ ୧୦ ଏବଂ ୨୯ରେ ମଧ୍ୟ ଏହାର ସମ୍ଭାବନା ରହିଛି । ତେବେ କୁଶଲ କୁମାରଙ୍କୁ ଭାରତର ନାଷ୍ଟ୍ରୋଡାମସ ବୋଲି କୁହାଯାଉଛି । ନାଷ୍ଟ୍ରୋଡାମସ ଫ୍ରାନ୍ସର ଜ୍ୟୋତିଷ ଅଟନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ଦେଶର ଯୁଦ୍ଧ ଯେମିତିକି , ନେପାଲିୟନ ଏବଂ ଏଡଲଫ୍ , ହିଟଲରଙ୍କ ଉଦୟ, ହିରୋସୀମା ନାଗାସାକି ପରମାଣୁ ଆଟାକ ଉପରେ ଭବିଷ୍ୟବାଣୀ ଦେଇଥିଲେ, ଏବଂ ଏସବୁ ମଧ୍ୟ ସତ ହୋଇଛି । ସେ ଲିଙ୍କଡେନରେ ଏପରି ବିଷୟରେ ଲେଖିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ।              

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Astrology announced the date of the third world war, will the prediction be true? | Argus News