Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସମୁଦ୍ର ଉପରେ ଦେଶର ଦୀର୍ଘତମ ସେତୁର ଲୋକାର୍ପଣ

Jitendra Dash
Browse all articles by Jitendra Dash
·2 years ago·2 min read
ସମୁଦ୍ର ଉପରେ ଦେଶର ଦୀର୍ଘତମ ସେତୁର ଲୋକାର୍ପଣ

ଅର୍ଗସ ବ୍ୟୁରୋ : ନୀଳ ସାଗର ଉପରେ ସ୍ବପ୍ନର ସେତୁ । ଦୀର୍ଘତମ ତଥା ଅଟଳ ସେତୁ । ଯାହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧.୮ କିମି ବିଶିଷ୍ଟ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଏମ ଟି ଏଚ ଏଲ ମୁମ୍ବାଇର ସେୱ୍ବରୀକୁ ରାୟଗଡ଼ା ଜିଲ୍ଲା ଉରାନ ତାଲୁକର ନହୱା ଶେୱା ସହ ଯୋଡ଼ିଛି । ଏମଟିଏଚଏଲକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତର ରତ୍ନ  ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି । ଗତ କାଲି ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରି ସେତୁ ଉପରେ ରୋଡ ସୋରେ ବାହାରିଥିଲେ । ଏହାସହ ଜନତାଙ୍କୁ ସମ୍ବୋଧନ କରିଥିଲେ ପିଏମ୍ । 

ପୂର୍ବରୁ ସେୱ୍ବରୀରୁ ନହୱା ଶେୱା ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗୁଥିଲା । ଏବେ ଅଟଳ ସେତୁ ଏହି ସମୟକୁ ଘଟାଇ ୨୦ ମିନିଟ କରିଦେଇଛି । ମୁମ୍ବାଇ ବିମାନ ବନ୍ଦରରୁ ନଭି ମୁମ୍ବାଇ ବିମାନ ବନ୍ଦର ଯିବାକୁ ଲାଗୁଥିଲା ୨ ଘଣ୍ଟା ସମୟ । ଏବେ ଏହି ଦୂରତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୨୦ରୁ ୨୫ ମିନିଟ ସମୟ । ମୁମ୍ବାଇରୁ ପୁଣେ, ଗୋଆ ଆଦି ସହରକୁ ମଧ୍ୟ କମିଛି ଦୂରତା । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ୬ ଲେନ୍ ବିଶିଷ୍ଟ ପୋଲ ନିର୍ମାଣ ପାଇଁ ୧୭ ହଜାର ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦ୍ର ଉପରେ ଏହି ପୋଲର ଦୂରତା ୧୬.୫ କିମି ରହିଛି । ଏହି ପୋଲରେ ୧୦୦ କିମି ବେଗରେ ଗାଡ଼ି ଚଳାଇବାକୁ ଅନୁମତି ରହିଛି । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଅଟୋରିକ୍ସା, ବାଇକ, ଟ୍ରାକ୍ଟର ଆଦି ଗାଡ଼ି ଗୁଡ଼ିକୁ ପୋଲରେ ଯିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଦେଶରେ ପ୍ରଥମ ସେତୁ ଭାବେ ଏଠାରେ ଓପନ୍ ରୋଡ ଟୋଲିଂ ସିଷ୍ଟମ ରହିଛି ।

ମୁମ୍ବାଇ ଅଭିମୁଖେ ଯାଉଥିବା ମଲ୍ଟି-ଏକ୍ସଲ୍ ଭାରୀ ଯାନ, ଟ୍ରକ୍ ଏବଂ ବସ୍‌ଗୁଡ଼ିକୁ ଏଣିକି ଇଷ୍ଟର୍ଣ୍ଣ ଫ୍ରି-ୱେରେ ପ୍ରବେଶ କରିବାକୁ ପଡ଼ିବ ନାହିଁ । ଟ୍ରାଫିକ୍ ଜାମ୍ ଆଦି ସମସ୍ୟାରୁ ମୁକ୍ତି ପାଇବେ ମୁମ୍ବାଇବାସୀ । ସବୁଠାରୁ ବଡ଼ କଥା ଏହି ସେତୁ ଦେଇ ପ୍ରତିଦିନ ୭୦ ହଜାରରୁ ଅଧିକ ଗାଡି ଯିବା ଆସିବା କରିବ । ୨୦୧୬ ମସିହା ଡିସେମ୍ବର ମାସରେ ଅଟଳ ସେତୁ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । 

Sponsored
Atal Setu is picture of developed India, says PM Modi addressing people in Navi Mumbai | Argus News