Aban Ahmed Accident / ଗ୍ୟାଙ୍ଗଷ୍ଟର ଅତିକଙ୍କ ପୁଅର କେମିତି ହେଲା ମୃତ୍ୟୁ ? ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣାର VIDEO
·46 mins ago·2 min read

Key Points
ଅତିକ ଅହମ୍ମଦଙ୍କ ପୁଅର ମୃତ୍ୟୁର LIVE VIDEO !
କେମିତି ଓଲଟିଲା SUV ?
୬ ଦିନ ପରେ ସାମ୍ନାକୁ ଆସିଲା ଦୁର୍ଘଟଣାର VIDEO

ଝାନ୍ସୀରେ ଅତିକ ଅହମ୍ମଦଙ୍କ ପୁଅ ଅବାନ ଅହମ୍ମଦଙ୍କ ମୃତ୍ୟୁକୁ ନେଇ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । କିପରି ଦ୍ରୁତ ଗତିରେ ଯାଉଥିବା ତାଙ୍କ SUV ହଠାତ୍ ରାସ୍ତା କଡ଼କୁ ଚାଲିଯାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା, ତା'ର ଭିଡିଓ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଏହି ଭୟଙ୍କର ଦୁର୍ଘଟଣାରେ ଅବାନ ଏବଂ ତାଙ୍କ ବନ୍ଧୁ ସୋନୁଙ୍କ ମୃତ୍ୟୁ ହୋଇଥିଲା ।
ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ପୁଅ ଅବାନ ଅହମ୍ମଦଙ୍କ କାର ଦୁର୍ଘଟଣାର ଭୟଙ୍କର ଡ୍ୟାଶକ୍ୟାମ୍ ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଗତ ୬ ଅଗଷ୍ଟରେ ଝାନ୍ସୀର ପୁଁଛ ଥାନା ଅଞ୍ଚଳର ହାଇୱେରେ ଘଟିଥିବା ଏହି ଦୁର୍ଘଟଣାରେ ଅବାନ ଏବଂ ତାଙ୍କ ବନ୍ଧୁ ସୋନୁଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ୬ ଦିନ ପରେ ମିଳିଥିବା ଏହି ଫୁଟେଜ୍ରେ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ କଏଦ ହୋଇଛି ।
ଭିଡିଓରେ ଦେଖିବାକୁ ମିଳୁଛି କି, ଅବାନଙ୍କ SUV ଦ୍ରୁତ ଗତିରେ ହାଇୱେରେ ଯାଉଛି । ପଛରେ ଆସୁଥିବା ଏକ କାରକୁ ଓଭରଟେକ୍ କରିବା ପରେ SUVଟି ଆଗକୁ ବଢ଼ିଥିଲା । ଆଉ ଏହାର କିଛି ସମୟ ପରେ ଏକ ଟ୍ରକ୍କୁ ମଧ୍ୟ ଓଭରଟେକ୍ କରି କାରଟି ଆଗକୁ ଯାଇଥିଲା । ହେଲେ ହଠାତ୍ SUVଟି ବାମ ପଟକୁ ଚାଲିଯାଇଥିଲା ଆଉ ଏହା ପରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା ।
ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ଅନେକ ଫୁଟ୍ ଉପରକୁ ଉଠିଯାଇଥିଲା । ଦୁର୍ଘଟଣାରେ ଗାଡ଼ିର ସାମ୍ନା ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଏହାପରର ଦୃଶ୍ୟ ଡ୍ୟାଶକ୍ୟାମ୍ରେ ରେକର୍ଡ ହୋଇନଥିଲା ।
ସୂଚନା ଅନୁସାରେ, ଅବାନ ଅହମ୍ମଦ ପ୍ରୟାଗରାଜରୁ ଝାନ୍ସୀ ଯାଉଥିଲେ । ଝାନ୍ସୀ ଜେଲ୍ରେ ବନ୍ଦୀ ଥିବା ତାଙ୍କ ଭାଇ ଅଲି ଅହମ୍ମଦଙ୍କୁ ଭେଟିବା ପାଇଁ ସେ ଯାଉଥିବା କୁହାଯାଇଥିଲା । କିନ୍ତୁ ଝାନ୍ସୀ ପହଞ୍ଚିବା ପୂର୍ବରୁ ହିଁ ଭୟଙ୍କର ସଡ଼କ ଦୁର୍ଘଟଣା ତାଙ୍କ ମୃତ୍ୟୁ ହୋଇଥିଲା ।
ଅବାନଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ତାଙ୍କ ଦୁଇ ବଡ଼ ଭାଇ ଉମର ଅହମ୍ମଦ ଏବଂ ଅଲି ଅହମ୍ମଦ ପାରୋଲରେ ଆସିଥିଲେ । ଉମର ଲକ୍ଷ୍ନୌ ଜେଲ୍ରେ ଏବଂ ଅଲି ଝାନ୍ସୀ ଜେଲ୍ରେ ବନ୍ଦୀ ଥିଲେ ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଦୁଇ ଭାଇଙ୍କୁ କଡ଼ା ପୋଲିସ ସୁରକ୍ଷାରେ ସିଧାସଳଖ କବରସ୍ଥାନକୁ ନିଆଯାଇଥିଲା। ଅନ୍ତିମ ସଂସ୍କାର ଶେଷ ହେବା ପରେ ସେମାନଙ୍କୁ ପୁଣି ଜେଲ୍କୁ ନିଆଯାଇଥିଲା । ପାରୋଲ ସମୟରେ ମିଡିଆ କିମ୍ବା ପରିବାରର ସଦସ୍ୟଙ୍କ ସହ କଥା ନହେବା ପାଇଁ ମଧ୍ୟ ସେମାନଙ୍କ ଉପରେ ସର୍ତ୍ତ ରହିଥିଲା ।

VIDEO | Jhansi, Uttar Pradesh: Dash cam visuals of the car accident in which Aban Ahmad, the youngest son of slain gangster-turned-politician Atiq Ahmad, and his friend were killed. The SUV, in which they were travelling, crashed into a divider in Jhansi district last week.… pic.twitter.com/uxYMA7D0WZ
— Press Trust of India (@PTI_News) August 12, 2026
ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ଅନେକ ଫୁଟ୍ ଉପରକୁ ଉଠିଯାଇଥିଲା । ଦୁର୍ଘଟଣାରେ ଗାଡ଼ିର ସାମ୍ନା ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଏହାପରର ଦୃଶ୍ୟ ଡ୍ୟାଶକ୍ୟାମ୍ରେ ରେକର୍ଡ ହୋଇନଥିଲା ।
ସୂଚନା ଅନୁସାରେ, ଅବାନ ଅହମ୍ମଦ ପ୍ରୟାଗରାଜରୁ ଝାନ୍ସୀ ଯାଉଥିଲେ । ଝାନ୍ସୀ ଜେଲ୍ରେ ବନ୍ଦୀ ଥିବା ତାଙ୍କ ଭାଇ ଅଲି ଅହମ୍ମଦଙ୍କୁ ଭେଟିବା ପାଇଁ ସେ ଯାଉଥିବା କୁହାଯାଇଥିଲା । କିନ୍ତୁ ଝାନ୍ସୀ ପହଞ୍ଚିବା ପୂର୍ବରୁ ହିଁ ଭୟଙ୍କର ସଡ଼କ ଦୁର୍ଘଟଣା ତାଙ୍କ ମୃତ୍ୟୁ ହୋଇଥିଲା ।
ଅବାନଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ତାଙ୍କ ଦୁଇ ବଡ଼ ଭାଇ ଉମର ଅହମ୍ମଦ ଏବଂ ଅଲି ଅହମ୍ମଦ ପାରୋଲରେ ଆସିଥିଲେ । ଉମର ଲକ୍ଷ୍ନୌ ଜେଲ୍ରେ ଏବଂ ଅଲି ଝାନ୍ସୀ ଜେଲ୍ରେ ବନ୍ଦୀ ଥିଲେ ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଦୁଇ ଭାଇଙ୍କୁ କଡ଼ା ପୋଲିସ ସୁରକ୍ଷାରେ ସିଧାସଳଖ କବରସ୍ଥାନକୁ ନିଆଯାଇଥିଲା। ଅନ୍ତିମ ସଂସ୍କାର ଶେଷ ହେବା ପରେ ସେମାନଙ୍କୁ ପୁଣି ଜେଲ୍କୁ ନିଆଯାଇଥିଲା । ପାରୋଲ ସମୟରେ ମିଡିଆ କିମ୍ବା ପରିବାରର ସଦସ୍ୟଙ୍କ ସହ କଥା ନହେବା ପାଇଁ ମଧ୍ୟ ସେମାନଙ୍କ ଉପରେ ସର୍ତ୍ତ ରହିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories