Videos
|
National

ATM Robbery / ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ପଣ୍ଡ ହେଲା ATM ଲୁଟ୍; ଜାଣନ୍ତୁ କେମିତି ଲୁଟେରାଙ୍କୁ ଧରିଲେ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ପଣ୍ଡ ହେଲା ATM ଲୁଟ୍; ଜାଣନ୍ତୁ କେମିତି ଲୁଟେରାଙ୍କୁ ଧରିଲେ ?
ATM Robbers Trapped Inside Booth After Bank Manager Gets Alert

Key Points

ୟୁକୋ ବ୍ୟାଙ୍କ ATMରେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୩ ମିନିଟ୍‌ରେ ଦୁଇ ଯୁବକ ପଶିଥିଲେ । ଆଉ ସେମାନଙ୍କ ସନ୍ଦିଗ୍ଧ ଗତିବିଧିକୁ ATMରେ ଲାଗିଥିବା ଇ-ସର୍ଭେଲାନ୍ସ ସିଷ୍ଟମ ଧରି ନେଇଥିଲା ।
ଜୟପୁର: ନିର୍ଜନ ରାତିର ସୁଯୋଗରେ ଦୁଇ ଯୁବକ ATM ବୁଥ୍ ଭିତରେ ପଶିଥିଲେ । ଉଦ୍ଦେଶ୍ୟ ଥିଲା, ମେସିନ୍‌କୁ ଭାଙ୍ଗି ସେଥିରେ ରଖା ଯାଇଥିବା କ୍ୟାଶ୍ ବାହାର କରି ନେଇଯିବେ । କିନ୍ତୁ ଦୁର୍ବୃତ୍ତ ହୁଏତ ଜାଣିନଥିଲେ ATM ଉପରେ ନଜର ରଖିଥିବା ଇ-ସର୍ଭେଲାନ୍ସ ସିଷ୍ଟମ ସେମାନଙ୍କ କାର୍ଯ୍ୟକଳାପକୁ ଧରି ନେଇ ବ୍ଯାଙ୍କକୁ ଆଲର୍ଟ କରି ଦେବ ।

ରାଜସ୍ଥାନର ନାଗୌର ଜିଲ୍ଲାର ମାରୱାଡ଼ ମୁଣ୍ଡୱାରେ ସୋମବାର ବିଳମ୍ବତ ରାତିରେ ATM ଲୁଟ୍ ଉଦ୍ୟମ ହୋଇଛି । ATM ଲୁଟ୍ ନେଇ ବ୍ୟାଙ୍କ ଶାଖାର ମହିଳା ମ୍ୟାନେଜର ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଵାମୀଙ୍କ ସହ ATM ନିକଟରେ ପହଞ୍ଚିଥିଲେ ।

ଏଥିସହ ପଢ଼ନ୍ତୁ: ବନ୍ଧା ହେଲେ ଠକ ଗ୍ରୁପ୍ ଭାଇସ୍ ପ୍ରେସିଡେଣ୍ଟ; ମାସକୁ ନେଉଥିଲେ ମୋଟା ଅଙ୍କର ଦରମା 

ସେତେବେଳକୁ ATM ଭିତରେ ଦୁଇ ଯୁବକ ଥିଲେ । ATM ବାହାରେ ଛିଡ଼ା ହୋଇଥିବା ମହିଳା ବ୍ୟାଙ୍କ ମ୍ୟାନେଜର କୌଣସି ରିସ୍କ୍ ନନେଇ ସିଧା ବାହାର ପଟୁ ଶଟର ବନ୍ଦ କରିଦେବା ସହ ପୋଲିସକୁ ଖବର ଦେଇଥିଲେ । କିଛି ସମୟ ପରେ ପୋଲିସ ପହଞ୍ଚି ଦୁଇ ଦୁର୍ବୃତ୍ତଙ୍କୁ ATM ବୁଥ୍ ଭିତରୁ ଗିରଫ କରି ନେଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାତି ୨ଟାରେ ଆସିଲା ଆଲର୍ଟ

ମାରୱାଡ଼ ମୁଣ୍ଡୱା ସ୍ଥିତ ୟୁକୋ ବ୍ୟାଙ୍କ ATMରେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୩ ମିନିଟ୍‌ରେ ଦୁଇ ଯୁବକ ପଶିଥିଲେ । ଆଉ ସେମାନଙ୍କ ସନ୍ଦିଗ୍ଧ ଗତିବିଧିକୁ ATMରେ ଲାଗିଥିବା ଇ-ସର୍ଭେଲାନ୍ସ ସିଷ୍ଟମ ଧରି ନେଇଥିଲା । ବ୍ୟାଙ୍କର ଅଜମେର କ୍ଷେତ୍ରୀୟ ସୁରକ୍ଷା ଅଧିକାରୀ ଗୌତମ ନାଗରଙ୍କୁ ସୂଚନା ମିଳିଥିଲା ।

ତୁରନ୍ତ ଗୌତମ ବ୍ୟାଙ୍କ ମ୍ୟାନେଜର ସାରିକା ଚୌଧୁରୀଙ୍କୁ ଆଲର୍ଟ କରିଥିଲେ । ବ୍ୟାଙ୍କ ଉପରେ ହୋଇଥିବା କ୍ଵାର୍ଟରରେ ରୁଥିବା ସାରିକା ସୂଚନା ପାଇଁ ତତ୍‌କ୍ଷଣାତ୍ ସ୍ଵାମୀଙ୍କ ସହ ATM ବୁଥ୍ ନିକଟକୁ ଆସିଥିଲେ । ଦେଖିଥିଲେ ଶଟର ତଳକୁ କରାଯାଇଛି, ଭିତରୁ ଶବ୍ଦ ଆସୁଛି । ସ୍ଥିତିକୁ ଭଲ ଭାବେ ବୁଝିବା ସହ ସାରିକା ବାହରୁ ଶଟର ପକାଇ ଦେଇ ପୋଲିସକୁ ଖବର ଦେଇଥିଲେ ।

ATM ଶଟର ବାହାରୁ ପଡ଼ିବା ପରେ ଦୁହେଁ ଭିତରେ ଫସି ଯାଇଥିଲେ । ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତ ଭରତ ପ୍ରଜାପତ ଓ କୋମଲ କୁମାର ରାଜପୁତଙ୍କୁ ଗିରଫ କରିଛି । ପୋଲିସ ଅନୁସାରେ, ଭରତ ମୁଡୱାରେ ଚା ଦୋକାନ କରିଥିବା କୋମଲ ଉକ୍ତ ଦୋକାନରେ କାମ କରେ । ଦୁହେଁ ବାଇକ୍ ଯୋଗେ ରାତିରେ ATM ଲୁଟ୍ କରିବାକୁ ଆସିଥିଲେ ।

ଏଥିସହ ପଢ଼ନ୍ତୁ: ବ୍ରେଡ୍ ପକୋଡ଼ା ଚଟଣିକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ 

ATMରେ ଥିଲା ୧୬ ଲକ୍ଷ ଟଙ୍କା

ଶାଖା ପରିଚାଳକ ସାରିକା ଚୌଧୁରୀଙ୍କ ଅନୁସାରେ, "ସୋମବାର ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ଥିଲା । ତେଣୁ ATMରେ ପୂର୍ବରୁ ପର୍ଯ୍ୟାପ୍ତ ଟଙ୍କା ରଖା ଯାଇଥିଲା । ଲୁଟ୍ ଉଦ୍ୟମ ବେଳେ ATMରେ ୧୬ ଲକ୍ଷ ୯୦୦ ଟଙ୍କା ଥିଲା ।" ତେବେ ଇ-ସର୍ଭେଲାନ୍ସ ଆଲର୍ଟ ଯୋଗୁଁ ବଡ଼ ଧରଣର ATM ଲୁଟ୍ ପଣ୍ଡ ହୋଇଛି ।

ଲୁଟ୍ ପାଇଁ ଆସିଥିବା ଦୁଇ ଅଭିଯୁକ୍ତ ATMର ଉପର କଭର ତାଡ଼ି ଦେବା ସହ ସିସିଟିଭିରେ ଯେଭଳି ନଜର ନ ଆସିବେ ସେଥିପାଇଁ ଗ୍ରିସ୍ ଲଗାଇ ଦେବା ସହ ତାର କାଟି ଦେଇଥିଲେ । ତଥାପି ATMରେ ରଖା ଯାଇଥିବା କ୍ୟାଶ୍ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ । ତା ପୂର୍ବରୁ ଇ-ସର୍ଭେଲାନ୍ସ ଆଲର୍ଟ ଚୋରିକୁ ରୋକି ଦେଇଛି ।