Videos
|
Crime

Bread Pakora Fight UP / ବ୍ରେଡ୍ ପକୋଡ଼ା ଚଟଣିକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

Subhramjit Ray
Browse all articles by Subhramjit Ray
·48 mins ago·2 min read
ବ୍ରେଡ୍ ପକୋଡ଼ା ଚଟଣିକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ
Bread Pakora Fight UP

Key Points

ବ୍ରେଡ ପକୋଡ଼ାରେ ମସଲାଯୁକ୍ତ ଚଟଣି ବଦଳରେ ମିଠା ଚଟଣି ବ୍ୟବହାରକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା।
ସଦ୍ୟ ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାରେ ଘଟିଯାଇଛି ଏକ ଅଜବ ଘଟଣା। ଯେଉଁଠାରେ ବ୍ରେଡ଼୍ ପକୋଡ଼ା ଚଟଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରାସ୍ତାରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଏହି ଘଟଣା ଜିଲ୍ଲାର ଧୌଲାନା ଥାନା ଅଧିନସ୍ଥ ଦେହରା ଗ୍ରାମରେ ଘଟିଛି। ରାସ୍ତା କଡ଼ରେ ଥିବା ଏକ ବ୍ରେଡ଼୍ ପକୋଡ଼ା ଷ୍ଟଲ ଠାରେ ମସଲାଯୁକ୍ତ (ରାଗ) ଚଟଣି ବଦଳରେ ମିଠା ଚଟଣି ପକାଇବାକୁ ନେଇ ବିବାଦ ଏତେ ବଢ଼ି ଯାଇଥିଲା ଯେ ଉଭୟ ଗୋଷ୍ଠୀ ଠେଙ୍ଗା ବାଡ଼ି ଧରି ମୁହାଁମୁହିଁ ହୋଇଥିଲେ।

ରିପୋର୍ଟ ହୋଇଛି ଯେ ପ୍ରଥମେ ବ୍ରେଡ଼୍ ପକୋଡ଼ାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯାହା ଦେଖୁ ଦେଖୁ ହାତାହାତିରେ ପରିଣତ ହୋଇଥିଲା। ରାସ୍ତାକଡ଼ ବ୍ରେଡ଼୍ ପକୋଡ଼ା ଦୋକାନ ପାଖରେ ହୋଇଥିବା ଏହି ଗଣ୍ଡଗୋଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍ଖ ଖେଳି ଯାଇଥିଲା।

ଏହା ସହ ପଢନ୍ତୁ: ଲୁଡ଼ୋ ଖେଳିବାକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ଦୁଇ ପକ୍ଷ, ମାମଲା ରୁଜୁ

ଭିଡିଓ ଭାଇରାଲ, ଗଣ୍ଡଗୋଳରେ ୪ ଆହତ
କେହି ଜଣେ ନିଜ ମୋବାଇଲ୍ ଫୋନ୍‌ରେ ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ କଏଦ କରି ନେଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଠେଙ୍ଗା ବାଡ଼ି ଫିଙ୍ଗୁଛନ୍ତି। ଏହି ଗଣ୍ଡଗୋଳରେ ପ୍ରାୟ ୪ ଜଣ ଆହତ ହୋଇଥିବାର ଜଣାପଡ଼ିଛି।

ଏହି ଘଟଣାକୁ ନେଇ କ'ଣ କହିଲା ପୋଲିସ?
ଏହି ଘଟଣାରେ ପ୍ରତିକ୍ରିୟା ରଖି ପିଲଖୁୱା ସିଓ ମୁନୀଷ ଚନ୍ଦ୍ର କହିଛନ୍ତି, "ଦେହରା ଠାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଖବର ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଆହତଙ୍କୁ ଡାକ୍ତରୀ ଚିକିତ୍ସା କରାଯାଉଛି। ଭାଇରାଲ ଭିଡି଼ଓ ଆଧାରରେ ଗଣ୍ଡୋଗୋଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ତଦନ୍ତ ପରେ, ତଥ୍ୟ ଆଧାରରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: