Videos
|
National

E Waste Recycling in India / ଅଳିଆରୁ ବାହାରିବ ସୁନା, ରୂପା ଓ ଲିଥିୟମ୍; ଆଟେରୋ କରିବ ୩୦୦୦ କୋଟି ନିବେଶ

Subhramjit Ray
Browse all articles by Subhramjit Ray
·43 mins ago·3 min read
ଅଳିଆରୁ ବାହାରିବ ସୁନା, ରୂପା ଓ ଲିଥିୟମ୍; ଆଟେରୋ କରିବ ୩୦୦୦ କୋଟି ନିବେଶ
Photo Source: Social Media/AI

Key Points

ଇ-ବର୍ଜ୍ୟବସ୍ତୁରୁ ସୁନା, ରୂପା, ଲିଥିୟମ୍ ସହ ବିଭିନ୍ନ ମୂଲ୍ୟବାନ ଧାତୁ ଉତ୍ତୋଳନ ପାଇଁ ଆଟେରୋ ଯୋଜନା କରିଛି। ଆସନ୍ତା ୫ ବର୍ଷରେ କମ୍ପାନୀ ୩,୦୦୦ କୋଟି ଟଙ୍କା ନିବେଶ କରିବ। ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ନୂଆ ପ୍ଲାଣ୍ଟ ସ୍ଥାପନ ସହ ରିସାଇକ୍ଲିଂ କ୍ଷମତା ବଢ଼ାଇବା ଲକ୍ଷ୍ୟ। ଏହି ପଦକ୍ଷେପ ଭାରତରେ ଦୁର୍ଲଭ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ଧାତୁର ଉପଲବ୍ଧତା ବଢ଼ାଇବା ସହ ଚୀନ୍ ଉପରେ ନିର୍ଭରତା କମାଇବାରେ ସହାୟକ ହୋଇପାରେ।

 ଦିଲ୍ଲୀ:  ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଇ-ବର୍ଜ୍ୟବସ୍ତୁ ଯଥା ପୁରୁଣା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ବ୍ୟାଟେରୀ ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଅଳିଆରୁ ସୁନା, ରୂପା, ଲିଥିୟମ ଭଳି ଗୁରୁତ୍ୱପୂର୍ଣ୍ଣ ଧାତୁ ନିଷ୍କାସନ କରାଯାଉଛି। ଏହି ପ୍ରକ୍ରିୟା ଏବେ ଏକ ବଡ଼ ସ୍ତରରେ ପହଞ୍ଚିଛି। ଇ-ଆବର୍ଜନା ପୁନଃଚକ୍ରଣ (E-Waste Recycling) କରୁଥିବା କମ୍ପାନୀ "ଆଟେରୋ" (Attero) ଆଗାମୀ ୫ ବର୍ଷ ମଧ୍ୟରେ ଏହି ବ୍ୟବସାୟକୁ ବିସ୍ତାର କରିବା ପାଇଁ ୩୦୦୦ କୋଟିର ନିବେଶ କରିବାକୁ ଯୋଜନା କରିଛି। ଏନେଇ କମ୍ପାନୀ ବେଙ୍ଗାଲୁରୁ ସମେତ ଆନ୍ଧ୍ର ପ୍ରଦେଶରେଏକ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି। ଆଗାମୀ ୪ ବର୍ଷ ମଧ୍ୟରେ ଇ-ଆବର୍ଜନାକୁ ପୁନଃଚକ୍ରଣ କରିବାର କ୍ଷମତାକୁ ୪ ଗୁଣରୁ ଅଧିକ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଗାମୀ ୫ ବର୍ଷରେ ୩ ହଜାର କୋଟି ନିବେଶ କରିବ କମ୍ପାନୀ
ଏକ ରିପୋର୍ଟ ଅନୁଯାୟୀ, "ଆଟେରୋ" ସହ-ପ୍ରତିଷ୍ଠାତା ଏବଂ ସିଇଓ ନୀତିନ ଗୁପ୍ତା କହିଛନ୍ତି ଯେ କମ୍ପାନୀ ଇ-ବର୍ଜ୍ୟବସ୍ତୁରୁ ଗୁରୁତ୍ୱପୂର୍ଣ୍ଣ ଧାତୁ ଧାତୁ ନିଷ୍କାସନ କରିବାର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ କମ୍ପାନୀ ପ୍ରାୟ ୩୦୦୦ କୋଟି ଟଙ୍କାର ନିବେଶ କରିବ। ଏହି ନିବେଶର ପ୍ରାୟ ୪୦% ଲିଥିୟମ, ନିକେଲ ଏବଂ କୋବାଲ୍ଟ ଲାଗି ରହିବ। କମ୍ପାନୀ ଦାବି କରୁଛି ଯେ ସୁନା, ରୂପା, ତମ୍ବା, ଆଲୁମିନିୟମ, ନିକେଲ, ଲିଥିୟମ, କୋବାଲ୍ଟ ଏବଂ ନିଓଡାଇମିୟମ ଏବଂ ଡିସପ୍ରୋସିୟମ ଭଳି ବିରଳ ଖଣିଜ ପଦାର୍ଥ (Rare Earth Minerals) ସମେତ ୨୨ ରୁ ଅଧିକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ନିଷ୍କାସନ କରିପାରିବ।

୪ ଗୁଣ ବୃଦ୍ଧି ପାଇବ ଇ-ବର୍ଜ୍ୟ ପୁନଃଚକ୍ରଣ କ୍ଷମତା
ବର୍ତ୍ତମାନ "ଆଟେରୋ" ର ଇ-ବର୍ଜ୍ୟବସ୍ତୁ ପୁନଃଚକ୍ରଣ କ୍ଷମତା ବାର୍ଷିକ ପ୍ରାୟ ୨ ଲକ୍ଷ ୨୫ ହଜାର ଟନ୍ ରହିଛି। ଯାହାକୁ ଆଗାମୀ ୪ ବର୍ଷରେ ୧୦ ଲକ୍ଷ ଟନ୍ କୁ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହିତ କମ୍ପାନୀ ଆଗାମୀ ୪ ବର୍ଷ ମଧ୍ୟରେ ଏହାର ଲିଥିୟମ୍ ଏବଂ ବ୍ୟାଟେରୀ ପୁନଃଚକ୍ରଣ କ୍ଷମତାକୁ ପ୍ରାୟ ୫ ଗୁଣା ବୃଦ୍ଧି କରିବ।

ବେଙ୍ଗାଲୁରୁ ଏବଂ ଆନ୍ଧ୍ର ପ୍ରଦେଶରେ ଖୋଲିବ ନୂତନ ପ୍ଲାଣ୍ଟ
ଆଟେରୋ ଦ୍ୱାରା ପରିଚାଳିତ ପୁନଃଚକ୍ରଣ ପ୍ଲାଣ୍ଟ (Attero Recycling Plant) ଉତ୍ତରାଖଣ୍ଡର ରୁରକି, ରାଜସ୍ଥାନର ଜୟପୁର ନିକଟସ୍ଥ ରିଙ୍ଗସ୍ ଏବଂ ପୁଣେ ଠାରେ ଅବସ୍ଥିତ ରହିଛି। କମ୍ପାନୀ ବେଙ୍ଗାଲୁରୁ ଏବଂ ଆନ୍ଧ୍ର ପ୍ରଦେଶରେ ନୂତନ ପ୍ଲାଣ୍ଟ ଖୋଲିବାକୁ ପ୍ରସ୍ତୁତ ହେଉଛି। ବେଙ୍ଗାଲୁରୁ ଠାରେ ବର୍ଷିକ ପ୍ରାୟ ୬୦ ହଜାର ଟନ୍ କ୍ଷମତା ବିଶିଷ୍ଟ ଏକ ଇ-ବର୍ଜ୍ୟ ପୁନଃଚକ୍ରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ ଶିଳାନ୍ୟାସ ହେବାର ୬ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି। କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଏହାର ପ୍ରସ୍ତାବିତ କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୀନ୍ ର ପ୍ରାଧାନ୍ୟ ପ୍ରତି ସିଧାସଳଖ ଚ୍ୟାଲେଞ୍ଜ
ସିଇଓ ନୀତିନ ଗୁପ୍ତା କହିଛନ୍ତି ଯେ ଭାରତକୁ ବିରଳ ଖଣିଜ ପଦାର୍ଥ ମାମାଲାରେ ଚୀନ୍ ର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ପଡିବ। ଏଥିପାଇଁ ଦେଶକୁ କେବଳ ଅନ୍ୟ ଉତ୍ସରୁ କଞ୍ଚାମାଲ ଏବଂ ପୁନଃଚକ୍ରଣ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ବରଂ ଦେଶରେ ରହିଥିବା ଖଣି ଖାଦାନରୁ ମଧ୍ୟ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ହେବ। ସେ ଆହୁରି କରିଛନ୍ତି ଯେ କମ୍ପାନୀ ଜାମୁ କାଶ୍ମୀରର ଏକ ଲିଥିୟମ୍ ଖଣିରୁ କିଛି ନମୁନା ମଧ୍ୟ ପରୀକ୍ଷଣ କରିସାରିଛି। ପ୍ରାୟ ୨୦୫ PPM ଲିଥିୟମ୍ କାର୍ବୋନେଟ୍ ସଫଳତାର ସହ ଉଦ୍ଧାର କରାଯାଇଛି। ବିଦେଶୀ ଖଣି ଏବଂ ସ୍କ୍ରାପ୍ ରୁ ଖଣିଜ ପଦାର୍ଥ ପାଇବା ପାଇଁ ମଧ୍ୟ ସମ୍ଭାବନା ଅନୁସନ୍ଧାନ କରାଯାଉଛି।

ଦେଶର ମୋଟ ଚାହିଦାର ୮୦% ପର୍ଯ୍ୟନ୍ତ ହୋଇପାରିବ ପୂରଣ
ନୀତିନ ଗୁପ୍ତାଙ୍କ କହିବା ଅନୁସାରେ ଦେଶର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ୩୦ ପ୍ରତିଶତରୁ ୮୦% ଘରୋଇ ଉତ୍ସ ଏବଂ ପୁନଃଚକ୍ରଣ ମାଧ୍ୟମରେ ପୂରଣ କରାଯାଇ ପାରିବ। ଏହି ବିରଳ ଖଣିଜ ପଦାର୍ଥର ୭୫-୮୦% ଚାହିଦା ପୂରଣ କରିବାର ସମ୍ଭାବନା ରଖିଛି। ସେ ଅନୁମାସ କରନ୍ତି ଯେ ଭାରତ ଏହାର ବର୍ତ୍ତମାନର ଆମଦାନୀକାରୀ ସ୍ଥିତିରୁ ଆଗକୁ ବଢ଼ି ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରପ୍ତାନିକାରୀ ହୋଇପାରିବ। ଏହି ନୂତନ ପ୍ଲାଣ୍ଟ ଏବଂ ସୁବିଧାକୁ ପାଣ୍ଠି ଯୋଗାଇବା ପାଇଁ କମ୍ପାନୀ ଇକ୍ୱିଟି (Equity) ଏବଂ ଋଣ ଉଭୟ ବ୍ୟବହାର କରିବ।