School Holiday Cancelled / ୧୫ ଅଗଷ୍ଟରେ ସ୍କୁଲ୍ ଛୁଟି ବାତିଲ ! ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପିଲାଙ୍କୁ ଆସିବାକୁ ପଡ଼ିବ ବିଦ୍ୟାଳୟ
·2 weeks ago·2 min read

Key Points
ସ୍କୁଲ୍ ବନ୍ଦ କଲେ ହେବ କାର୍ଯ୍ୟାନୁଷ୍ଠାନ
୧୫ ଅଗଷ୍ଟକୁ ନେଇ କଡ଼ା ନିର୍ଦ୍ଦେଶ
୧୫ ଅଗଷ୍ଟରେ ପିଲାଙ୍କୁ ସ୍କୁଲ୍ ପଠାଇବାକୁ ପଡ଼ିବ

ଏଥର ୧୫ ଅଗଷ୍ଟରେ ସ୍କୁଲ୍ ଛୁଟି ଭାବି ଘରେ ରହିବାକୁ ଭାବୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣତଃ ସ୍ୱାଧୀନତା ଦିବସରେ ସ୍କୁଲ୍ ବନ୍ଦ ରହେ, କିନ୍ତୁ ଏଥର ଉତ୍ତରପ୍ରଦେଶର ଗାଜିଆବାଦରେ ବଦଳିଛି ନିୟମ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୫ ଅଗଷ୍ଟରେ ଖୋଲା ରହିବ ସମସ୍ତ ସ୍କୁଲ୍ । କେବଳ ସ୍କୁଲ୍ ଖୋଲିବ ନାହିଁ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ ।
୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧୀନତା ଦିବସ । ଦେଶ ପାଇଁ ଏହା ଗର୍ବ, ସମ୍ମାନ ଓ ଦେଶପ୍ରେମର ଦିନ । ଏହି ଦିନ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ପାଳନ କରାଯାଏ । ସାଧାରଣତଃ ଏହି ଦିନ ସ୍କୁଲ୍ଗୁଡ଼ିକରେ ଛୁଟି ରହିଥାଏ । କିନ୍ତୁ ଏଥର ଉତ୍ତରପ୍ରଦେଶର ଗାଜିଆବାଦରେ ଚିତ୍ର କିଛି ଭିନ୍ନ ରହିବ ।
ଗଜିଆବାଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ୧୫ରେ ଗାଜିଆବାଦ ଜିଲ୍ଲାର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଖୋଲା ରହିବ । ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସ୍କୁଲ୍ରେ ଉପସ୍ଥିତ ରହିବାକୁ ପଡ଼ିବ । ତେଣୁ ୧୫ ଅଗଷ୍ଟର ଛୁଟି ଭାବି ପିଲାଙ୍କୁ ଘରେ ରଖିବା ପୂର୍ବରୁ ଅଭିଭାବକମାନେ ଏହି ନିର୍ଦ୍ଦେଶ ଜାଣିବା ଜରୁରୀ ।
ତେବେ ସ୍କୁଲ୍ ଖୋଲା ରହିଲେ ମଧ୍ୟ ପାଠପଢ଼ା ହେବ କି ନାହିଁ, ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇନାହିଁ । ତେବେ ସ୍ୱାଧୀନତା ଦିବସ ଅବସରରେ ସ୍କୁଲ୍ଗୁଡ଼ିକରେ ଜାତୀୟ ପର୍ବ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଛାତ୍ରଛାତ୍ରୀଙ୍କୁ ଦେଶର ଇତିହାସ ଓ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଜଣାଇବା ସହ ସେମାନଙ୍କ ମନରେ ଦେଶପ୍ରେମ ଓ ଦାୟିତ୍ୱବୋଧ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ ।
ଏହା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତ୍ରିରଙ୍ଗା ସହ ସେଲ୍ଫି ନେଇ ‘ହର ଘର ତିରଙ୍ଗା’ ୱେବସାଇଟ୍ରେ ଅପଲୋଡ୍ କରିବାକୁ ପ୍ରୋତ୍ସାହିତ କରାଯିବ । ସ୍ୱାଧୀନତା ସଂଗ୍ରାମ ଓ ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କ ପରିବାରକୁ ମଧ୍ୟ ସ୍କୁଲ୍ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସମ୍ମାନିତ କରିବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ଯଦି କୌଣସି ସ୍କୁଲ୍ ୧୫ ଅଗଷ୍ଟରେ ବନ୍ଦ ରହେ, ତେବେ ନିୟମ ଅନୁସାରେ ସମ୍ପୃକ୍ତ ସ୍କୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଗାଜିଆବାଦର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏଥର ସ୍ୱାଧୀନତା ଦିବସରେ ‘ଛୁଟି’ ନୁହେଁ, ବରଂ ସ୍କୁଲ୍ରେ ଦେଶପ୍ରେମର କାର୍ଯ୍ୟକ୍ରମରେ ଯୋଗଦେବା ହେବ ମୁଖ୍ୟ ଆକର୍ଷଣ ।
Related Topics
Explore more stories