Auto Hits Woman / ୪୦ ଟଙ୍କା ପାଇଁ ବିବାଦ; ବୃଦ୍ଧ ମହିଳାଙ୍କୁ ଧକ୍କା ଦେଲା ଅଟୋ ଡ୍ରାଇଭର
·7 months ago·2 min read

Key Points
ସାମାନ୍ୟ ଟଙ୍କା ପାଇଁ ମାନବିକତା ଭୁଲିଗଲା ଅଟୋ ଡ୍ରାଇଭର
ବୃଦ୍ଧ ମହିଳାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଲା ଧକ୍କା
୪୦ ଟଙ୍କା ପାଇଁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ

ମାତ୍ର ୪୦ ଟଙ୍କାକୁ ନେଇ ବିବାଦ । ଶେଷରେ ହସ୍ପିଟାଲ ପହଞ୍ଚିଲେ ବୃଦ୍ଧ ମହିଳା । ୪୦ ଟଙ୍କା ଭଡ଼ାକୁ ନେଇ ସବୁ ମାନବିକତାକୁ ଭୁଲି ଅଟୋ ଡ୍ରାଇଭର ବୃଦ୍ଧ ମହିଳାଙ୍କୁ ଧକ୍କା ଦେଇଛି । ଏଭଳି ଏକ ଅମାନୁଷିକ କାଣ୍ଡ ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଘଟିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ବୟସ ପ୍ରାୟ ୬୨ ବର୍ଷ । ୪୦ ଟଙ୍କା ପାଇଁ ବୃଦ୍ଧ ମହିଳାଙ୍କ ହାତ ଭାଙ୍ଗିଯାଇଛି । ଏହି ଘଟଣା ଏବେ ସାର୍ବଜନୀନ ପରିବହନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଡ଼ିଛି ।
ପୋଲିସର କହିବାନୁସାରେ, ଏହି ଘଟଣାଟି ମଙ୍ଗଳବାର ଡୋମ୍ବିବଲିଠାରେ ଘଟିଛି । ପୀଡ଼ିତା ହେଉଛନ୍ତି ରିଜା ଜୋସେଫ, ଯିଏକି ନିଜ ପରିବାର ସହିତ କସ୍ତୁରୀ ପ୍ଲାଜାରୁ ଦାୱଡୀ ସ୍ଥିତ ଘରକୁ ଫେରୁଥିଲେ । ରାସ୍ତାରେ ସେମାନେ ଏକ ଅଟୋ ଭଡ଼ା କରୁଥିଲେ । ଡ୍ରାଇଭର ପ୍ରଥମରୁ ୧୨୦ ଟଙ୍କା ଭଡ଼ା ନେବ ବୋଲି କହିଥିଲା । ପରିବାର ସହମତିରେ ସମସ୍ତେ ଅଟୋରେ ବସିଥିଲେ । ଯେତେବେଳେ ବୃଦ୍ଧ ମହିଳା ସମସ୍ତ ପରିବାର ସହିତ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ ସେତେବେଳେ ଅଟୋ ଡ୍ରାଇଭର ୧୬୦ ଟଙ୍କା ମାଗିଥିଲା ।
ବୃଦ୍ଧଙ୍କ ପରିବାର ଲୋକଙ୍କ କହିବାନୁସାରେ, ବିବାଦରୁ ବର୍ତ୍ତିବା ଲାଗି ସେମାନେ ଅଧିକ ଭଡ଼ା ଦେବାକୁ ରାଜି ହୋଇଯାଇଥିଲେ । ଏହାପରେ ମଧ୍ୟ ଅଟୋ ଡ୍ରାଇଭର ଜଣକ ରାସ୍ତାର ଦୂରତା ମଧ୍ୟରେ ଭୁଲ ତଥ୍ୟ ଦେଇ ଗାଳିଗୁଲଜ କରିବାକୁ ଲାଗିଥିଲା । ଏହି ସମୟରେ ବୃଦ୍ଧ ମହିଳାଙ୍କ ପୁଅମାନେ ଅଭଦ୍ର ଭାଷା ଶୁଣି ଅଟୋ ଟାଳକଙ୍କ ସହ ଯୁକ୍ତିତର୍କ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ବଢିବା ପରେ ବୃଦ୍ଧି ରିଜା ଜୋସେଫ ହସ୍ତକ୍ଷେପ କରିଥିଲେ । ଏହି ସମୟରେ ଡ୍ରାଇଭର ବୃଦ୍ଧାଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା । ସନ୍ତୁଳନ ହରାଇ ବୃଦ୍ଧା ଜଣକ ରାସ୍ତା ବାହାରେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ହାତରେ ଆଘାତ ଲାଗିଛି ।
ପଢନ୍ତୁ ଏହି ଖବର: ବେଶ୍ୟାବୃତ୍ତି ପାଇଁ ବାଧ୍ୟ କଲେ ଶାଶୂଘର ଲୋକେ; ଜୀବନ ହାରିଲେ ମହିଳା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସାହାଯ୍ୟ କରି ବୃଦ୍ଧାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୃଦ୍ଧାଙ୍କ ହାତ ଭାଙ୍ଗିଯାଇଥିବା ହସ୍ପିଟାଲରେ ଜଣାପଡ଼ିଛି । ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ହସ୍ପିଟାଲରୁ ଦିଆଯାଇଥିବା ବୟାନ ଆଧାରରେ ମାନପାଡ଼ା ପୋଲିସ ଅଭିଯୁକ୍ତ ଅଟୋ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି ।
Related Topics
Explore more stories