Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଞ୍ଚିର ଏକ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଠାବ

Jitendra Dash
Browse all articles by Jitendra Dash
·2 years ago
ରାଞ୍ଚିର ଏକ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଠାବ

ଅର୍ଗସ ବ୍ୟୁରୋ : ପୁଣି ଚିନ୍ତା ବଢ଼ାଉଛି ବାର୍ଡ ଫ୍ଲୁ । ରାଞ୍ଚିର ଏକ କୁକୁଡ଼ା ଫାର୍ମରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ଠାବ ପରେ ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଫାର୍ମରେ ଥିବା ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଏହାସହିତ ୪ ହଜାର ୩ ଶହ ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ରାମକୃଷ୍ଣ ଆଶ୍ରମ ପକ୍ଷରୁ ପରିଚାଳିତ ମୋରାବାଦୀ ସ୍ଥିତ କୁକୁଡ଼ା ଫାର୍ମ ଦିବ୍ୟାନ କୃଷି ବିଜ୍ଞାନ କେନ୍ଦ୍ରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ICARକୁ ପଠା ଯାଇଥିଲା । ପରୀକ୍ଷାରୁ ପକ୍ଷୀଗୁଡ଼ିକ H5N1ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Avian flu outbreak at poultry farm in Ranchi, 920 birds culled | Argus News