ଆସିବେ ରାମଲାଲା, ସଜେଇ ହେଉଛି ଅଯୋଧ୍ୟା ନଗରୀ

ଅର୍ଗସ ବ୍ୟୁରୋ : ଝିଲମିଲ୍ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର 6 ଦିନ ବାକି ଥିବାବେଳେ ଭାବ ଭକ୍ତିରେ ପୁରି ଉଠୁଛି ଶ୍ରୀରାମ ନଗରୀ । ମାତା ସୀତାଙ୍କ ବାପ ଘର ବିହାର ମିଥିଳାରୁ ଆସି ସାରିଛି ବିପୁଳ ଭାର, ଉପହାର । ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତି ମେସିନର ଉଦଘାଟନ ସରିଛି, ଭଗବାନଙ୍କ ମୁଖ୍ୟ ଦ୍ବାର କବାଟ ସହ ଅନ୍ୟ 2 ଦ୍ବାରରେ ସୁନା କବାଟ ଲାଗିସାରିଛି । ଏପଟେ ଅଯୋଧ୍ୟାର ଭିତ୍ତିଭୂମି ପରିବର୍ତ୍ତନରେ ନୂଆ ନୂଆ ମାଇଲଖୁଣ୍ଟ ସ୍ଥାପନ କରୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପର୍ଯ୍ୟଟକ ତଥା ରାମଭକ୍ତଙ୍କ ଯାତାୟତ ନିମନ୍ତେ 100ଟି ଇଲେକ୍ଟ୍ରିକ୍ ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଅଧିକ ପଢନ୍ତୁ : ପ୍ରତିଷ୍ଠା ଦିନ ଘରେ ଥାଇ ପାଇପାରିବେ ସମ୍ପୂର୍ଣ୍ଣ ମାଗଣାରେ ରାମଲଲାଙ୍କ ପ୍ରସାଦ
ଅଯୋଧ୍ୟାର ଚାରି ପଥ ମଧ୍ୟରୁ ଧର୍ମପଥ ଏବଂ ରାମ ପଥରେ ଏହି ବସ୍ ଚଳାଚଳ କରିବ। ଜାନୁଆରୀ 15 ତାରିଖକୁ ବସ୍ ସେବାର ଲାଭ ଉଠାଇପାରିବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ। ବସ୍ ସେବାର ଦାୟିତ୍ବ ଅଯୋଧ୍ୟା ସିଟି ବସ୍ ଟ୍ରାନ୍ସପୋର୍ଟେସନ ଲିମିଡେଟ୍ ହାତରେ ନ୍ୟସ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିଦେଶରୁ ଆସିବେ ଅତିଥି। 55 ଦେଶର 100 ରାଷ୍ଟ୍ରମୁଖ୍ୟ କିମ୍ବା ରାଷ୍ଟ୍ରଦୂତକୁ ନିମନ୍ତ୍ରଣ କରାଯାଇଛି। ରାମଭକ୍ତଙ୍କ ଯାତାୟାତ ପାଇଁ 100ଟି ଇଲେକ୍ଟ୍ରିକ୍ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ନିମନ୍ତ୍ରିତ ବିଦେଶୀ ଅତିଥି ଓ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି ।
