Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହର୍ବାଲ ଅବିରରେ ହୋଲି ଖେଳିବେ ଅଯୋଧ୍ୟା ରାଜକୁମାର

National

ହର୍ବାଲ ଅବିରରେ ହୋଲି ଖେଳିବେ ଅଯୋଧ୍ୟା ରାଜକୁମାର

Jitendra Dash
Browse all articles by Jitendra Dash
·2 years ago·1 min read
ହର୍ବାଲ ଅବିରରେ ହୋଲି ଖେଳିବେ ଅଯୋଧ୍ୟା ରାଜକୁମାର

ଅର୍ଗସ ବ୍ୟୁରୋ : ହର୍ବାଲ ଅବିରରେ ହୋଲି ଖେଳିବେ ଅଯୋଧ୍ୟା ରାଜକୁମାର । ଦୁର୍ଲଭ କଚନାର ଫୁଲରୁ ପ୍ରସ୍ତୁତ ଗୁଲାଲ ବା ଅବିରରେ ହୋଲି ଖେଳିବେ ଶ୍ରୀରାମଚନ୍ଦ୍ର । ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ସୂରୂପ CSIR-NBRI ପ୍ରସ୍ତୁତ କରିଛନ୍ତି ଏହି ପ୍ରାକୃତିକ ଅବିର । ଏହି ଅବିର ଆଗାମୀ ହୋଲିରେ ରାମଲାଲାଙ୍କ ନିକଟରେ ଲାଗି ହେବ । 

ଏନେଇ CSIR-NBRI ସଂସ୍ଥା ପକ୍ଷରୁ ସାଂକେତିକ ଭାବେ ହର୍ବାଲ ଗୁଲାଲକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରାଯାଇଛି ।  CSIR- ଜାତୀୟ ବଟାନିକାଲ ଗବେଷଣା ଅନୁଷ୍ଠାନ ଲକ୍ଷ୍ନୌ ଏହି ପ୍ରାକୃତିକ ଫୁଲରୁ ଅବିର ପ୍ରସ୍ତୁତି ପାଇଁ ବ୍ୟାପକ ପଦକ୍ଷେପ ନେଇଛି । ବିଭିନ୍ନ ଦୁର୍ଭଲ ଫୁଲକୁ ନେଇ ଏକ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏଥିରେ ପ୍ରମୁଖ ଭାବେ କଚନାର ଫୁଲକୁ ସ୍ଥାନିତ କରାଯାଇଛି  । ଯେଉଁଥିରୁ ହର୍ବାଲ ଗୁଲାଲ ପ୍ରସ୍ତୁତ ହେଉଛି । ଏହି ଅବିର ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ସହ ପ୍ରାକୃତିକ ପଦ୍ଧତିରେ  ପ୍ରସ୍ତୁତ କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ବାସ ରହିଛି ତେତ୍ରୟା ଯୁଗରେ ରଙ୍ଗ ପାଇଁ ଏହି  ଫୁଲର ବ୍ୟବହାର ହେଉଥିଲା । ଏହାସହିତ ଏହି ଫୁଲ  ଆୟୁର୍ବେଦିକ ସମେତ ବିଭିନ୍ନ ରୋଗ ପାଇଁ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର ହେଉଛି । CSIR-NBRIର ପଦକ୍ଷେପ ଦ୍ବାରା ଦେଶରେ ନୂଆ ଉଦ୍ୟୋଗ ସୃଷ୍ଟି ସହ ରୋଜଗାର ବଢିବ ।  କଚନାର ଫୁଲରୁ ପ୍ରସ୍ତୁତ ଗୁଲାଲ କିଭଳି ବଜାରରେ ଅଧିକରୁ ଅଧିକ ଉପଲବ୍ଧ ହେବ ସେଥିପାଇଁ ସଂସ୍ଥା ପକ୍ଷରୁ ୟୁପି ସମେତ ଦେଶର ବିଭିନ୍ନ କମ୍ପାନୀକୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିଛି CSIR-NBRI ।

Painting
Sponsored
Ayodhya Holi Special | Argus News