Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି

National

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି

Jitendra Dash
Browse all articles by Jitendra Dash
·2 years ago·1 min read
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି

ଅର୍ଗସ ବ୍ୟୁରୋ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି । ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି ।  ଆଜି ଗର୍ଭଗୃହରେ କରାଯିବ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ । ଏଥି ପାଇଁ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । କ୍ରେନ୍‌ ସାହାଯ୍ୟରେ ଅଣାଯାଇଛି ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି । 

ପ୍ରାଣ ପ୍ରତିଷ୍ଠାକୁ ଆଉ ୪ ଦିନ ବାକି ଥିବାବେଳେ ବିଧି ବିଧାନର ଦ୍ବିତୀୟ ଦିନରେ ଜନ୍ମଭୂମି ପରିସରରେ ପରିକ୍ରମା କରିବା ପରେ ରାମ ମନ୍ଦିର ପରିସରରେ ପହଞ୍ଚି ଯାଇଛି ରାମଲାଲାଙ୍କ ପ୍ରତିମା । ଜାନୁଆରୀ ୨୨କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗେରୁଆମୟ ପାଲଟୁଛି ସାରା ଭାରତ । ୟା ଭିତରେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି ରାମ ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି । ନିଜର ଦିବ୍ୟ ମନ୍ଦିରରେ ବିରାଜମାନ ହେବେ ଶ୍ରୀରାମଲାଲା, ଭବ୍ୟ ସେ ମୁହୂର୍ତ୍ତର ସ୍ମରଣମାତ୍ରେ ହିଁ ପୁଲକିତ, ରୋମାଞ୍ଚିତ ହେଉଛନ୍ତି ରାମ ଭକ୍ତ । ଦୀପାବଳି ପୂର୍ବରୁ ଯେମିତି ରଙ୍ଗ ଓ ଆଲୋକରେ ହୁଏ ସାଜସଜ୍ଜା, ଏବେ ଅଯୋଧ୍ୟାରେ ଠିକ୍ ସେମିତି ହେଉଛି ଅନୁଭୂତ ।

Sponsored
Ayodhya Ram Mandir celebration on January 22 | Argus News