ଭାରତରେ ରାମଙ୍କ ବିନା କିଛି ହୁଏ ନାହିଁ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ବୟାନ । ଭାରତରେ ରାମଙ୍କ ବିନା କିଛି ହୁଏ ନାହିଁ କହିଲେ ଯୋଗୀ ଆଦିତ୍ୟନାଥ । ଜନ୍ମରୁ ମରଣ ସବୁ ବେଳେ ରାମ ହିଁ ରାମ । ଶୋଇବା ସମୟରେ, କାମ କରିବା ବେଳେ, ଓ ଖାଇବା ବେଳେ ବି ରାମ । ମଣିଷର ଶେଷ ଯାତ୍ରା ସମୟରେ ବି ରାମ । ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା । ୨୨ ତାରିଖ ଅପରାହ୍ନ ୧୨.୩୦ ମିନିଟ୍ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ଏହି ଅବସରରେ ଦେଶର କୋଣ ଅନୁକୋଣରେ ଉତ୍ସବର ମାହୋଲ ଦେଖିବାକୁ ମିଳିବ ।
ଉତ୍ସବ ମୁଖର ସାରା ଦେଶ ଆଉ ଉତ୍ସାହିତ ପ୍ରତିଟି ରାମ ଭକ୍ତ । ସାରା ଦେଶରେ ଭକ୍ତିମୟ ପରିବେଶ । ପ୍ରତିଟି ନାଗରିକ ଖୁସିରେ ଆତ୍ମହରା । କାରଣ ଜନ୍ମଭୂମିକୁ ଫେରୁଛନ୍ତି ରାମ ଲାଲା । ୫୦ କି ୧୦୦ ବର୍ଷ ନୁହେଁ ୫୦୦ ବର୍ଷ ପରେ ଭବ୍ୟ ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ଆଉ ଏଥିପାଇଁ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରଣ ଦିଆଯାଉଛି ।
ଏହି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ପ୍ରାୟ ୫୦୦ ବର୍ଷ ପରେ ଆଉ ଥରେ ଅଯୋଧ୍ୟା ରାମ ଜନ୍ମ ନେବାକୁ ଯାଇଛନ୍ତି । ଯାହାକୁ ଅପକ୍ଷା କରିଛି ସାରା ଅଯୋଧ୍ୟା । ଶୁଭ କାମରେ ରାମ୍ । ଅଶୁଭ କାମରେ ବି ରାମ୍ । ରାମକୁ ଆମେ ସବୁ ସମୟରେ ପୂଜା କରୁଥାଉ । ରାମ ବିନା ଭାରତୀୟ ଜୀବନରେ କିଛି ବି ସମ୍ଭବ ହୁଏ ନାହିଁ ବୋଲି କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ରାମ ବିନା ଏ ସାରା ସଂସାର ଅପୁର୍ଣ୍ଣ ଅଟେ । ରାମଙ୍କ ଆର୍ଶୀବାଦରୁ ହିଁ ଜୀବ ଜଗତ ପୃଥିବୀ ପୃଷ୍ଠରେ ଚଳ ଚଞ୍ଚଳ ହୋଉଛନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
ଆମେ ସମସ୍ତେ ଜାଣିଛେ ଭାରତ ବର୍ଷ ହେଉଛି ସନାତନ ଧର୍ମର ଦେଶ । ଆମ ଦେଶରେ ସବୁ ଧର୍ମର ଲୋକ ମାନଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଆମକୁ ଆମ ପ୍ରଭୁ ରାମ କହିଥିଲେ । ରାମଙ୍କ ପାଇଁ ଆମ ଭାରତ ବର୍ଷରେ ଅଖଣ୍ଡତା ବଜାୟ ରହିଛି । କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ବରେ ରାମଙ୍କ ସ୍ତାନ ରହିଛି ।