|
logo
Live
Argus News App
GET APP

Argus News - ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

National

Baba Vanga Prediction / ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

Sushanta Sahoo
Browse all articles by Sushanta Sahoo
·1 month ago·2 min read
ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?
Gold, Silver Surge Revives Baba Vanga’s Shocking Prediction

Key Points

ବୁଲଗାରିଆର ବାବା ଭେଙ୍ଗା ଦୁନିଆର ଅନେକ ବଡ଼ ଘଟଣାର ଭବିଷ୍ୟବାଣୀ କରିଥିଲେ । ଦୁନିଆରେ ଦରବୃଦ୍ଧି, ମୁଦ୍ରା ଦର ଖସିବା ଓ ବଢ଼ିବା ସହ ବିକାଶ ଧର ହ୍ରାସ ସହ ନଗଦ ସଂକଟ ସମ୍ବନ୍ଧରେ ଭବିଷ୍ୟବାଣୀ କରିଥିବା ବେଳେ ଏବେ ଆଲୋଚନା ଜୋର୍ ଧରିଛି ।
ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ବାବା ଭେଙ୍ଗା । ସୋସିଆଲ୍ ମିଡିଆରେ ବାବା ଭେଙ୍ଗାଙ୍କୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି । ବୁଲଗାରିଆର ବାବା ଭେଙ୍ଗା ଦୁନିଆର ଅନେକ ବଡ଼ ଘଟଣାର ଭବିଷ୍ୟବାଣୀ କରିଥିଲେ । ଦୁନିଆରେ ଦରବୃଦ୍ଧି, ମୁଦ୍ରା ଦର ଖସିବା ଓ ବଢ଼ିବା ସହ ବିକାଶ ଧର ହ୍ରାସ ସହ ନଗଦ ସଂକଟ ସମ୍ବନ୍ଧରେ ଭବିଷ୍ୟବାଣୀ କରିଥିବା ବେଳେ ଏବେ ଆଲୋଚନା ଜୋର୍ ଧରିଛି ।

ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଚେତାବନୀ ଦେଇ କହିଥିଲେ, ଦିନ କାଗଜ ଟଙ୍କା ତାର ମୂଲ୍ୟ ହରାଇବ । ଯାହାଦ୍ଵାରା ଦୁନିଆରେ ନଗଦ ହ୍ରାସ ପାଇବ । ସେଭଳି ସ୍ଥିତିରେ ଲୋକେ ବ୍ୟାଙ୍କରେ ରଖିଥିବା ଟଙ୍କା ଅଥବା କାଗଜ ଟଙ୍କା ଉପରେ ଭରସା କରିପାରିବେ ନାହିଁ । ଏହା ବଦଳରେ ଲୋକେ ସୁନା, ରୁପା ଏବଂ ତମ୍ବା ଭଳି ଧାତୁରେ ନିବେଶକୁ ସୁରକ୍ଷିତ ମାନିବେ ।

ଏଥିସହ ପଢ଼ନ୍ତୁ: ଆମେରିକା ଜାରି କଲା ମାନଚିତ୍ର, POK ଓ ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଇଲେ ଟ୍ରମ୍ପ

ଧାତୁ ମୂଲ୍ୟରେ ବୃଦ୍ଧି

ବିଗତ କିଛି ମାସ ହେଲା ବିଶ୍ଵ ବଜାରରେ ଧାତୁର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତର ଏମସିଏକ୍ସରେ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୮୦ ହଜାର ପହଞ୍ଚିଛି । ଏଥିସହ ରୁପା କେଜି ପିଛା ୪ ଲକ୍ଷ ଡେଇଁଛି । ପୂର୍ବରୁ ଏଭଳି ମୂଲ୍ୟ ବୃଦ୍ଧି କେବେ ବି ହୋଇ ନଥିଲା । ସୁନା, ରୁପା ଭଳି ଧାତୁ ଦର ଶିଖର ଛୁଇବା ଦ୍ଵାରା ନିବେଶକଙ୍କୁ ଭଲ ଲାଭ ମିଳିଛି ।

ଅଚାନକ ଖସିଲା ଦର

ଦର ଦ୍ରୁତ ଗତିରେ ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ହଠାତ୍ ଖସିଥିଲା । ଜାନୁଆରୀ ୩୦ରେ ସୁନା ଓ ରୁପା ଦର ଖସିବା ସହ ଲଗାତାର ୩ ଦିନ ଧରି ସେହି ଧାରା ଜାରି ରହିଛି । ଯାହାଦ୍ଵାରା ଲୋକେ ଭୟଭୀତ ହୋଇ ସୁନା ଓ ରୁପା ବିକ୍ରି କରିବା ଆରମ୍ଭ କରି ଦେଇଥିଲେ । ଡିଜିଟାଲ୍ ଓ ପେପର୍ ଗୋଲ୍ଡରେ ଏହା ଅଧିକ ଦେଖିବାକୁ ମିଳିଥିଲା । ତେବେ ଦର ହ୍ରାସକୁ ବିଶେଷଜ୍ଞ ଏକ ସୁସ୍ଥ ସୁଧାର ଭାବେ ଦେଖିଥିଲେ ।

ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

ଆମେରିକାର ଡଲାର୍ ଦୁର୍ବଳ ହେବା, ବିଶ୍ଵ ବଜାରରେ ଧାର ବଢ଼ିବା ଓ ସେୟାର ବଜାରରେ ଅସ୍ଥିରତା ଲାଗି ରହିଛି । ଏଭଳି ସ୍ଥିତିରେ ଲୋକେ କହୁଛନ୍ତି ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ... ଆର୍ଥିକ ଉତ୍ତେଜନା ସମୟ ପୂର୍ବରୁ ଆସିପାରେ ।

ଏଥିସହ ପଢ଼ନ୍ତୁ: ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା

ନିବେଶକ ଫିକ୍ସଡ୍ ଡିପୋଜିଟ୍, ବ୍ୟାଙ୍କ ଓ ନଗଦ ଠାରୁ ଦୂରେଇ ରହି ସୁନା ଓ ରୁପା ଆଡ଼କୁ ବିପୁଳ ମାତ୍ରାରେ ଢଳିବା ବଦଳୁଥିବା ଆର୍ଥିକ ମାନସିକତାର ସଂକେତ ଭାବେ ଦେଖା ଯାଉଛି । ଯାହାକା ବାବା ଭେଙ୍ଗା ଆକଳନ କରିଥିଲେ ।

ବାବା ଭେଙ୍ଗା କହିଥିବା କଥା ଏବେ ଧିରେ ଧିରେ ସତ ହେବା ଭଳି ଲାଗୁଛି । ସୁନା, ରୁପା ଓ ତମ୍ବା ପୁଣି ଥରେ ବିଶ୍ଵ ଆର୍ଥିକ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ନିବେଶକ ମଧ୍ୟ ବେଶୀ ଆକର୍ଷିତ ହେଉଛନ୍ତି । ଯାହାକୁ ନେଇ ତର୍କ ବିତର୍କ ହେଉଛି । ଧାତୁ ଦର ସ୍ଥିର ରହିବ ନା ଆଗକୁ ଆହୁରି ବଢ଼ିବ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baba Vanga Prediction: ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? | Argus News