Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା

Accident

Plane Crash / ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା
Engine Failure, Plane Crashes

Key Points

ବିମାନଟି ଉଡ଼ୁଥିବା ସମୟରେ ହଠାତ୍ ଇଞ୍ଜିନ୍ ଫେଲ୍ ହୋଇ ଯାଇଥିଲା । ଯାହାପରେ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲା । ବିମାନଟି ସିଧା ଯାଇ ଧାନ କ୍ଷେତରେ ପଡ଼ିଥିଲା ।
ବେଙ୍ଗାଳୁରୁ: ରବିବାର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ରେଡ୍ ବାର୍ଡ ଆଭିଏସନ୍ ନାମକ ଏକ ଘରୋଇ କମ୍ପାନୀର ବିମାନ ବିଲରେ ଖସି ପଡ଼ିଛି । ପ୍ରଶିକ୍ଷଣ ଉଡ଼ାଣ ବେଳେ ଏହି ଅଘଟଣ ଘଟିଛି ।

ରେଡ୍ ବାର୍ଡ ଆଭିଏସନ୍‌ର ଟ୍ରେନିଂ ବିମାନଟି ମାଙ୍ଗାଲୁରୁ ଗାଁ ନିକଟ ଧାନ ବିଲରେ ଖସି ପଡ଼ିଛି । ଏହି ଲାଇଟ୍ ବିମାନଟି ପାଇଲଟ୍ ଟ୍ରେନିଂ ଉଦ୍ଦେଶ୍ୟରେ ଉଡ଼ାଣ ଭରିଥିଲା ଏବଂ କଲବୁର୍ଗିରୁ ବେଲଗାବି ଯାଉଥିଲା ବୋଲି ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ମୋହନ ଭାଗବତଙ୍କ ଏକତା ଡାକରା; 'ଏବେ ବି ବାଂଲାଦେଶରେ ଅଛନ୍ତି ୧.୨୫ କୋଟି ହିନ୍ଦୁ'

ପ୍ରାଥମିକ ସୂଚନା ଅନୁସାରେ, ବିମାନଟି ଉଡ଼ୁଥିବା ସମୟରେ ହଠାତ୍ ଇଞ୍ଜିନ୍ ଫେଲ୍ ହୋଇ ଯାଇଥିଲା । ଯାହାପରେ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲା । ବିମାନଟି ସିଧା ଯାଇ ଧାନ କ୍ଷେତରେ ପଡ଼ିଥିଲା ।

ଦୁର୍ଘଟଣାଗ୍ରସ୍ତ ବିମାନରେ ୨ ଜଣ ଥିଲେ । ବିମାନରେ କ୍ୟାପଟେନଙ୍କ ସହ ଜଣେ ଟ୍ରେନି ପାଇଲଟ୍ ଥିଲେ । ବିମାନ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ପ୍ରଶାସନ ପହଞ୍ଚିଥିଲେ । ପାଇଲଟ୍ ଓ ଟ୍ରେନି ପାଇଲଟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଛି ।

ପୋଲିସ ଅଧିକାରୀ ଅନୁସାରେ, ବିମାନରେ ଥିବା ପାଇଲଟ୍ ଓ ଟ୍ରେନି ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା

ଦୁର୍ଘଟଣାଗ୍ରସ୍ତ ବିମାନଟି ରେଡ୍ ବାର୍ଡ ଆଭିଏସନ୍‌ କମ୍ପାନୀର, ଯାହାକୁ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିଲା । ପ୍ରାଥମିକ ତଦନ୍ତ ଅନୁସାରେ, ବିମାନରେ ଯାନ୍ତ୍ରିକ ତ୍ରୁଟି ପରେ ତାହା ବିଲାକୁ ଖସି ପଡ଼ିଛି । ବିମାନ କେଉଁ ସ୍ଥିତିରେ ଖସି ପଡ଼ିଲା ତାହା ବିସ୍ତୃତ ଯାଞ୍ଚ ପରେ ସ୍ପଷ୍ଟ ହେବ ।

କିଛିଦିନ ତଳେ ବାୟୁ ସେନାର ବିମାନ କ୍ରାସ୍ ହୋଇଥିଲା । ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ଏୟାରକ୍ରାଫ୍ଟ । ପ୍ରୟାଗରାଜର ଆକାଶରେ ପ୍ରଶିକ୍ଷଣ ବେଳେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ୁଥିବା ବେଳେ ବିମାନ ଇଞ୍ଜିନ୍ ଫେଲ୍ ହେବାରୁ ତାହା ପୋଖରୀରେ ଖସି ପଡ଼ିଛି ।

ପ୍ରୟାଗରାଜ ସହର ମଧ୍ୟରେ ଥିବା କେପି କଲେଜ ପଛ ପାର୍ଶ୍ଵରେ ଥିବା ପୋଖରୀକୁ ଅଚାନକ ଏୟାରକ୍ରାଫ୍ଟଟି ଖସି ପଡ଼ିଥିଲା । ବିମାନ ଖସିବା ଦେଖି ସ୍ଥାନୀୟ ଲୋକ ପ୍ରଶାସନ ଓ ପୋଲିସକୁ ଅବଗତ କରାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Engine Failure Mid-Air, Training Aircraft Crashes in Karnataka | Argus News | Argus News