Videos
|
National

Badrinath Helicopter Crash / ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଜୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ…ଏଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ

Ritu Das
Browse all articles by Ritu Das
·51 mins ago·2 min read
ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଜୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ…ଏଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ
India

Key Points

ଉତ୍ତରାଖଣ୍ଡର ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି
ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ଉତ୍ତରାଖଣ୍ଡର ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 'ଟ୍ରାନ୍ସ ଭାରତ ଏଭିଏସନ୍' (Trans Bharat Aviation) କମ୍ପାନୀର ଏହି ହେଲିକପ୍ଟରଟି ବଦ୍ରିନାଥରୁ ଫାଟା (Phata) ଅଭିମୁଖେ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ନିଖୋଜ ହୋଇଯାଇଥିଲା। ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ମାତ୍ରେ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ।


ଏଥି ସହ ପଢନ୍ତୁ:  ଋଷିକୂଲ୍ୟାର ତାଣ୍ଡବ; ବନ୍ୟା ପାଣି ଦେଖିବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ



ପ୍ରାଥମିକ ସୂଚନା ଅନୁଯାୟୀ, ଜୋଶୀମଠ ଅଞ୍ଚଳରେ ଥିବା 'ହାତୀ ପାହାଡ଼' ପଛପଟେ, 'ଚାୟୀ' ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଖୋଜ ହେଲିକପ୍ଟର ଏବଂ ଏହାର ଭଗ୍ନାବଶେଷ ଖୋଜି ବାହାର କରିବା ପାଇଁ ଅନ୍ୟ ଦୁଇଟି ହେଲିକପ୍ଟର ନିୟୋଜିତ କରାଯାଇଛି। ତେବେ, ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କୌଣସି ଅଂଶ ମିଳିପାରି ନାହିଁ। ଲଗାତାର ବର୍ଷା ଏବଂ ଘନ ମେଘ ଯୋଗୁଁ ହେଲିକପ୍ଟରର ସଠିକ୍ ସ୍ଥାନ ଚିହ୍ନଟ କରିବା କ୍ଷେତ୍ରରେ ଉଦ୍ଧାରକାରୀ ଦଳମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନର କହିବା ଅନୁଯାୟୀ ଚାୟୀ ଗାଁ ନିକଟରେ ଧୂଆଁମୟ ହୋଇଥିବାର ଦେଖାଯାଇଥିଲା।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ଯୋଶୀମଠ ନିକଟରେ ହେଲିକପ୍ଟର କ୍ରାସ ହେବାର ଖବର ମିଳିଥିଲା। ଜିଲ୍ଲା ପ୍ରଶାସନ ସହାୟତାରେ ଏନଡିଆରଏଫ ଟିମର ମିଳିତ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ସେ କହିଛନ୍ତି ଯେ, ପୁରା ଘଟଣାକ୍ରମ ଉପରେ ନଜର ରଖାଯାଇଛି। ସିଏମ କହିଛନ୍ତି ଯେ, ଗମ୍ଭୀର ଭାବେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ତୁରନ୍ତ ଏୟାରଲିଫ୍ଟ କରିବା ସହ ଉନ୍ନତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  • ଏହା ପୂର୍ବରୁ ମଧ୍ୟ ଜରୁରୀକାଳୀନ ଅବତରଣ ହୋଇଥିଲା

ଅକ୍ଟୋବର ମାସ ଆରମ୍ଭରେ, ଉତ୍ତରାଖଣ୍ଡରେ 'ଚାର ଧାମ' ତୀର୍ଥଯାତ୍ରା ପାଇଁ ନିୟୋଜିତ ହେଲିକପ୍ଟରଗୁଡ଼ିକର ଦୁଇଟି ଜରୁରୀକାଳୀନ ଅବତରଣ ଘଟଣା ସାମ୍ନାକୁ ଆସିଥିଲା। ଖରାପ ପାଗ ଯୋଗୁଁ ଗୋଟିଏ ହେଲିକପ୍ଟରକୁ ରୁଦ୍ରପ୍ରୟାଗରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା, ଅନ୍ୟପକ୍ଷରେ ଏକ ବୈଷୟିକ ତ୍ରୁଟି କାରଣରୁ ଅନ୍ୟ ଏକ ହେଲିକପ୍ଟରକୁ ଟେହରିରେ ଅବତରଣ କରିବାକୁ ପଡ଼ିଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: