Videos
|
National

Shocking / ଏତେ ମାରାତ୍ମକ DJ ? ସାଉଣ୍ଡ ଶୁଣି ବେହୋସ୍ ହୋଇଗଲେ ଛାତ୍ରୀ, ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·52 mins ago·3 min read
ଏତେ ମାରାତ୍ମକ DJ ? ସାଉଣ୍ଡ ଶୁଣି ବେହୋସ୍ ହୋଇଗଲେ ଛାତ୍ରୀ, ଚାଲିଗଲା ଜୀବନ
Student Dies After Falling Unconscious in Classroom During DJ Procession

Key Points

ଗଣେଶ ଭସାଣ ବେଳେ DJ ସାଉଣ୍ଡରେ ଆଖି ବୁଜିଛନ୍ତି ଜଣେ ଛାତ୍ରୀ । ଉତ୍ତରପ୍ରଦେଶର ବଳରାମପୁର ନଗରରୁ ଏଭଳି ଆଶ୍ଚର୍ଯ୍ୟଜନକ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଲକ୍ଷ୍ନୌ: DJ ଶବ୍ଦ ନେଇଗଲା ଜୀବନ । ତାହା ବି ଶ୍ରେଣୀଗୃହ ଭିତରେ । ଆଜିକାଲି DJ ନହେଲେ ବାହାଘର ରୋଷଣୀ ହେଉନି କି ଶୋଭାଯାତ୍ରା ବାହାରୁନି । ହେଲେ କିଛି ଲୋକଙ୍କୁ କ୍ଷଣିକ ଆନନ୍ଦ ଦେଉଥିବା DJ ଶବ୍ଦ ନେଇ ଯାଇଛି ଜଣେ ଛୋଟ ଛୁଆର ଜୀବନ ।

ଗଣେଶ ଭସାଣ ବେଳେ DJ ସାଉଣ୍ଡରେ ଆଖି ବୁଜିଛନ୍ତି ଜଣେ ଛାତ୍ରୀ । ଉତ୍ତରପ୍ରଦେଶର ବଳରାମପୁର ନଗରରୁ ଏଭଳି ଆଶ୍ଚର୍ଯ୍ୟଜନକ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । DJର ଅତ୍ୟଧିକ ଶବ୍ଦ ପାଇଁ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ଘଟିବ ବିରଳ ଖଗୋଳୀୟ ଘଟଣା; ଦେଖିବାକୁ ମିଳିବ ବିରଳ ଦୃଶ୍ୟ 

ମୃତ ଛାତ୍ରୀଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି । ସବୁଦିନ ଭଳି ସୋମବାର ମଧ୍ୟ ଛାତ୍ରୀଙ୍କ ପଢ଼ିବାକୁ ବିଦ୍ୟାଳୟ ଯାଇଥିଲେ । ଶ୍ରେଣୀଗୃହରେ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ବେଳେ ସେହି ସମୟରେ ଗଣେଶ ଭସାଣି ଶୋଭାଯାତ୍ରା ସ୍କୁଲ୍ ଦେଇ ଯାଉଥିଲା ।

ଶ୍ରେଣୀଗୃହ ମଧ୍ୟ DJ ସାଉଣ୍ଡରେ କମ୍ପି ଉଠିଥିଲା । କିଛି ସମୟ ପାଇଁ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ DJ ସାଉଣ୍ଡକୁ ନେଇ ଅନ୍ୟ ମନସ୍କ ହୋଇ ପଡ଼ିଥିଲେ । ସ୍କୁଲ୍‌ ଶ୍ରେଣୀଗୃହରେ ଲାଗିଥିବା ସିସିଟିଭିରେ ଦେଖାଯାଉଛି ଯେ, ଛାତ୍ରୀ ଜଣଙ୍କ ବସିଥିବା ବେଳେ ଅସୁସ୍ଥ ଅନୁଭବ କରୁଛନ୍ତି ।


ପ୍ରଥମେ ଡେସ୍କ ଉପରେ ମୁଣ୍ଡ ରଖିବାର କିଛି ସେକେଣ୍ଡରେ ସେ ତଳେ ପଡ଼ି ଯାଉଛନ୍ତି । ଶ୍ରେଣୀଗୃହରେ ଥିବା ଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କ ପଡ଼ିଯିବା ଜାଣିବା ପରେ ଦୌଡ଼ି ଆସୁଛନ୍ତି । ତତକ୍ଷଣାତ୍ ଛାତ୍ରୀ ଜଣଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

CCTV ଫୁଟେଜ୍‌ରେ ସବୁ କଏଦ

କ୍ଲାସରୁମରେ ଲାଗିଥିବା ସିସିଟିଭିରେ ଦେଖା ଯାଉଛି, DJ ସାଉଣ୍ଡ ଶୁଭିବାର କିଛି ସମୟ ପୂର୍ବରୁ ଛାତ୍ରୀଙ୍କ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିଲା । ସେ ପଢ଼ିବା ସହ ଅନ୍ୟ ସହପାଠୀଙ୍କ ସଙ୍ଗେ ହସଖୁସିରେ କଥା ହେଉଥିଲେ । କିନ୍ତୁ, ଗଣେଶ ଭସାଣ ସ୍କୁଲ୍ ଦେଇ ଯିବା ଓ DJ ବାଜିବା ପରେ ଛାତ୍ରୀ ଅସୁସ୍ଥ ହେବା ସହ ମୁଣ୍ଡ ତଳକୁ କରୁଛନ୍ତି । ଆଉ ଉଠିବା ମାତ୍ରେ ଅଚେତ୍ ହୋଇ ତଳେ ପଡ଼ି ଯାଉଛନ୍ତି ।


ଏଥିସହ ପଢ଼ନ୍ତୁ: ଜାମୁଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦନକୁ ଏନକାଉଣ୍ଟର… “ବିହାରରେ ରହିବାକୁ ହେଲେ ସଭ୍ୟ ହୋଇ ରହିବାକୁ ପଡ଼ିବ” 

ଝିଅର ମୃତ୍ୟୁ ପରେ ଏବେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସୂଚନା ଅନୁସାରେ, ସୋନ ତିୱାରୀ ବଳରାମପୁର ନଗରରେ ଭଡ଼ା ଘରେ ରହି ଝିଅକୁ ପାଠ ପଢ଼ାଉଥିଲେ । ତେବେ, ଝିଅଟିର ମୃତ୍ୟୁ କେଉଁ କାରଣରୁ ହେଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories