Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bengaluru Airport Knife Attack / ବେଙ୍ଗାଲୁରୁ ବିମାନବନ୍ଦର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଛୁରୀ ଧରି ଦୌଡ଼ୁଥିବା ବ୍ୟକ୍ତିକୁ ଗିରଫ କଲା CISF

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବେଙ୍ଗାଲୁରୁ ବିମାନବନ୍ଦର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଛୁରୀ ଧରି ଦୌଡ଼ୁଥିବା ବ୍ୟକ୍ତିକୁ ଗିରଫ କଲା CISF

Key Points

ବେଙ୍ଗାଲୁରୁ ବିମାନବନ୍ଦରରେ ଛୁରୀ ଆକ୍ରମଣ ! CISF ଯବାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ବଡ଼ ଅପରାଧ । ଭାଇରାଲ ହେଉଛି CCTV ଭିଡିଓ ।
ବିମାନ ବନ୍ଦର ହେଉଛି ସବୁଠୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ । କାହିଁକି ନା ଏଠାରେ ୨୪ ଘଣ୍ଟା ସୁରକ୍ଷାରେ CISFର ଯବାନ ରହିଥାନ୍ତି । କିନ୍ତୁ ସୋମବାର କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଛୁରୀ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୋମବାର ପୋଲିସ କହିଛି ଯେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଜଣ ଟ୍ୟାକ୍ସି ଡ୍ରାଇଭରଙ୍କ ମଧ୍ୟରେ ଝଗଡ଼ା ପରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ ଉଦ୍ୟମ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ, ରବିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାର ଅଭିଯୁକ୍ତ ସୋହେଲ ଅହମ୍ମଦଙ୍କୁ ଆର୍ମ୍ସ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି ଏବଂ ଏହା ପରେ ଅଭିଯୁକ୍ତକୁ ନ୍ୟାୟିକ ହାଜତକୁ ପଠାଯାଇଛି ।

ତେବେ ସିସିଟିଭିର ଏକ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ଟର୍ମିନାଲ ୧ର ଆଗମନ ଲେନ୍ ନିକଟରେ ଏକ ବଡ଼ ଛୁରୀ ଧରି ଟ୍ୟାକ୍ସି ଡ୍ରାଇଭରଙ୍କ ଆଡ଼କୁ ଦୌଡୁଥିବାର ଦେଖାଯାଉଛି । ତେବେ ଏହି ସମୟରେ ବିମାନ ବନ୍ଦରରେ ଡ୍ୟୁଟିରେ ଥିବା CISF କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ କାବୁ କରିବା ସହ ତା'ଠାରୁ ଅସ୍ତ୍ର ଛଡ଼ାଇ ନେବାରେ ସଫଳ ହୋଇଥିଲେ ।

CISF ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ପୋଷ୍ଟ କରି କହିଛି ଯେ, ଠିକ୍ ସମୟରେ CISF ଯବାନ ହସ୍ତକ୍ଷେପ କରିବାରୁ ବିମାନ ବନ୍ଦର ପରିସରରେ ଏକ ବଡ଼ ଅପରାଧକୁ ଏଡ଼ାଇ ଦିଆଯାଇଛି ।
ଦୁଇଜଣ ଟ୍ୟାକ୍ସି ଡ୍ରାଇଭର ଆକ୍ରମଣ କରିଛନ୍ତି

ପୋଲିସ୍‌ ବିବୃତ୍ତିରେ କୁହାଯାଇଛି, 'ନଭେମ୍ବର ୧୬ ତାରିଖ ପ୍ରାୟ ମଧ୍ୟରାତ୍ରିରେ, ବେଙ୍ଗାଲୁରୁ ବିମାନବନ୍ଦରର ଟର୍ମିନାଲ ୧ ଆଗମନ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ବଡ଼ ଛୁରୀରେ ଦୁଇଜଣ ଟ୍ୟାକ୍ସି ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ତେବେ ASI ସୁନୀଲ କୁମାର ଏବଂ ତାଙ୍କ ଟିମ୍‌ଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ ଏବଂ ଛୁରୀକୁ ଜବତ କରିଥିଲେ । ତେବେ ଏହି ଘଟଣାରେ ଯାତ୍ରୀ କିମ୍ବା କର୍ମଚାରୀଙ୍କର କୌଣସି କ୍ଷତି ହୋଇନି ।'

ଏହା ପରେ ଅଭିଯୁକ୍ତଙ୍କ ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ KIA ପୋଲିସକୁ ହସ୍ତାନ୍ତର କରାଯାଇଥିଲା । CISF ଆହୁରି କହିଛି, "ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ପୂର୍ବ ବିବାଦର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରିଥିଲେ ।

ତେବେ ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଆମେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛୁ । ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CISF Foils Knife Attack at Bengaluru Airport, Suspect Arrested | Argus News