ଜଳୁଛି ବାଂଲାଦେଶ , ସଂରକ୍ଷଣ ବିରୋଧୀ ହିଂସାରେ ମୃତ୍ୟୁ ସଂଖ୍ୟା ୯୩
·1 year ago

ଅର୍ଗସ ବ୍ୟୁରୋ : ଜଳୁଛି ବାଂଲାଦେଶ । ସଂରକ୍ଷଣ ବିରୋଧୀ ହିଂସାରେ ମୃତ୍ୟୁ ସଂଖ୍ୟା ୯୩ ଛୁଇଁଛି । ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ସରକାରୀ ଚାକିରିରେ ସଂରକ୍ଷଣଙ୍କୁ ନେଇ ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ସାରା ଦେଶରେ କର୍ଫ୍ୟୁ ଲାଗୁ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ରବର ବୁଲେଟ ମାଡ କରାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର
କିଛିଦିନ ପୂର୍ବରୁ ହୋଇଥିବା ବିକ୍ଷୋଭରେ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ନେଇ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବିବାଦ ଥମିଥିଲା । ଏବେ ପୁଣି ହିଂସା ବ୍ୟାପକ ହେବାରେ ଲାଗିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: