Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ , ରାଜ୍ୟ ଆଇନ ମନ୍ତ୍ରୀଙ୍କ ବଡ ବୟାନ

National

ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ , ରାଜ୍ୟ ଆଇନ ମନ୍ତ୍ରୀଙ୍କ ବଡ ବୟାନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ , ରାଜ୍ୟ ଆଇନ ମନ୍ତ୍ରୀଙ୍କ ବଡ ବୟାନ

Key Points

  • ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
  • ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ  ବଡ଼ ବୟାନ
  • ପୂର୍ବରୁ ଆସିଥିବା ଲୋକେ CAAରେ ଅନ୍ତର୍ଭୁକ୍ତ ହେବେ କି ନାହଁ କରାଯିବ ବିଚାର
  • ତଦନ୍ତ ପରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର
  • ପଶ୍ଚିମବଙ୍ଗ ଦେଇ କିଏ ଆସୁଛି, କିଏ ଜଳପଥରେ କରୁଛି ଅନୁପ୍ରବେଶ ଚାଲିଛି ଯାଞ୍ଚ
  • ପରିଚୟ ପତ୍ର ଯାଞ୍ଚ ସହ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷଣ ନଜର 

ଅର୍ଗସ ବ୍ୟୁରୋ : ଯେଉଁ ବିଦେଶୀ ଭାରତର ସୀମା ଲଂଘିଛନ୍ତି ସେମାନେ ଯେଉଁ ଦେଶର ହୋଇଥିଲେ ବି ନିଜ ଦେଶକୁ ପ୍ରତ୍ୟାର୍ପିତ କରିଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସମ୍ବଲପୁରରେ ବାଂଲାଦେଶୀ ସନ୍ଦେହରେ କିଛି ଯୁବକଙ୍କୁ କାବୁ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା । ସହରରେ ବେଆଇନ ଭାବେ ବାଂଲାଦେଶୀ ପ୍ରବେଶ କରିଥିବା ସନ୍ଦେହରେ ଏମାନଙ୍କୁ କାବୁ କରି ଥାନାରେ ଜିମା ଦିଆଯାଇଛି । ବୁଢ଼ାରଜା ଅଂଚଳର ଏକ ଫ୍ଲାଟରେ ୩୪ ଜଣ ଯୁବକ ଲୁଚି ରହିଥିଲେ । ଏମାନଙ୍କଠାରୁ ମିଳିଛି ବାଂଲାଦେଶୀ ଆଧାର କାର୍ଡ। 
ଭଦ୍ରକ ବାସୁଦେବପୁରରେ ବି ବାଂଲାଦେଶୀ ସନ୍ଦେହରେ 6 ଜଣକୁ ଅଟକ ରଖି ପୋଲିସ ଜିମା ଦିଆଯାଇଛି । ପୁଣି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଭଦ୍ରକ ସମରାଇପୁର ମହାବୀର କଲୋନୀ  ବାସିନ୍ଦାଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ସେପଟେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ଦାବିରେ  କୁଚିଣ୍ଡା ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । 

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁ ଅତ୍ୟାଚାରକୁ ନେଇ ବିଭିନ୍ନ ଦେଶରେ ହିନ୍ଦୁ ବିକ୍ଷୋଭ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସା ନେଇ ଓଡ଼ିଶାରେ ଛନକା ।  ମୁକୁଳା ପଡ଼ି ରହିଛି ଉପକୂଳ । ପାଟ୍ରୋଲିଂ ପାଇଁ ଉପକୂଳରେ ଥିବା ମେରାଇନ ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଂଲାଦେଶରେ ଅଣାୟତ୍ତ ସ୍ଥିତି। ଅନୁପ୍ରବେଶ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ସରକାର ବି ସଜାଗ ରହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladeshi infiltrators will be dismissed, state law minister's big opinion | Argus News