Videos
|
National

Bank Holiday / ଆସନ୍ତା କାଲି ଠାରୁ ବ୍ୟାଙ୍କ ଛୁଟି, ଏହି ଦିନ ଗୁଡ଼ିକରେ ବନ୍ଦ ରହିବ ବ୍ୟାଙ୍କ

Bikash Mohanty
Browse all articles by Bikash Mohanty
·19 mins ago·2 min read
ଆସନ୍ତା କାଲି ଠାରୁ ବ୍ୟାଙ୍କ ଛୁଟି, ଏହି ଦିନ ଗୁଡ଼ିକରେ ବନ୍ଦ ରହିବ ବ୍ୟାଙ୍କ
Bank

Key Points

୪ ଦିନ ବ୍ୟାଙ୍କ୍ ବନ୍ଦ

କାଲି ମେଘାଳୟରେ ବ୍ୟାଙ୍କ ବନ୍ଦ
ମଙ୍ଗଳବାର ଦିନ ଗୁରୁ ନାନକ ଜୟନ୍ତୀ ପାଇଁ ବନ୍ଦ
ଶୁକ୍ରବାର କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ


ଭୁବନେଶ୍ୱର: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ। ନଭେମ୍ବର ୨୩ରୁ ୨୯ ତାରିଖ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ ଶାଖା। ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟିକୁ ମିଶାଇ ଏହି ସପ୍ତାହରେ ଅନେକ ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ନିଜ ସହରର ଛୁଟି ତାଲିକା ଯାଞ୍ଚ କରିନେବା ଜରୁରୀ।

କେଉଁଠି ବନ୍ଦ ରହିବ ବ୍ୟାଙ୍କ?

ନଭେମ୍ବର ୨୩, ସୋମବାର ଦିନ ମେଘାଳୟରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ସ୍ଥାନୀୟ ପର୍ବ 'ସେଙ୍ଗ କୁଟ୍ ସ୍ନେମ୍' ପାଳନ ଅବସରରେ ଏହି ଛୁଟି ଘୋଷଣା କରାଯାଇଛି। ଫଳରେ ଶିଲଂ ସମେତ ରାଜ୍ୟର ସମ୍ପୃକ୍ତ ଅଞ୍ଚଳରେ ବ୍ୟାଙ୍କ କାରବାର ହେବ ନାହିଁ।

୨୪ ନଭେମ୍ବରରେ ଏକାଧିକ ରାଜ୍ୟରେ ବ୍ୟାଙ୍କ ଛୁଟି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଭେମ୍ବର ୨୪, ମଙ୍ଗଳବାର ଦିନ ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ରାହାସ ପୂର୍ଣ୍ଣିମା ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ। RBIର ଛୁଟି କ୍ୟାଲେଣ୍ଡର ଅନୁସାରେ ଆଇଜଲ, ମୁମ୍ବାଇ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କୋହିମା, କୋଲକାତା, ଲକ୍ଷ୍ନୌ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ସିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ଏହାଦ୍ୱାରା ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଅନେକ ଅଞ୍ଚଳର ଗ୍ରାହକ ପ୍ରଭାବିତ ହେବେ।

ପଢନ୍ତୁ ଏହି ଖବର: ମହଙ୍ଗା ହେବ ସ୍ମାର୍ଟଫୋନ୍! ୩୦% ବଢ଼ିପାରେ ଦାମ୍, ଜାଣନ୍ତୁ କାହିଁକି

୨୭ ନଭେମ୍ବରରେ କର୍ଣ୍ଣାଟକରେ ବ୍ୟାଙ୍କ ଛୁଟି

ନଭେମ୍ବର ୨୭, ଶୁକ୍ରବାର ଦିନ କନକଦାସ ଜୟନ୍ତୀ ପାଇଁ କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ ରହିବ। ବେଙ୍ଗାଲୁରୁ ସମେତ ରାଜ୍ୟର ସମ୍ପୃକ୍ତ ଅଞ୍ଚଳରେ ବ୍ୟାଙ୍କିଂ କାରବାର ହେବ ନାହିଁ। ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ବ୍ୟାଙ୍କ ଖୋଲା ରହିବ।

୨୮ ଓ ୨୯ ନଭେମ୍ବରରେ ସାରା ଦେଶରେ ଛୁଟି

ନଭେମ୍ବର ୨୮ ହେଉଛି ମାସର ଚତୁର୍ଥ ଶନିବାର। RBIର ନିୟମ ଅନୁସାରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ସେହିପରି ନଭେମ୍ବର ୨୯ ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ତେଣୁ ଚେକ୍ ଜମା, ନଗଦ ଉଠାଣ କିମ୍ବା ଅନ୍ୟ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଆଗୁଆ ସାରିଦିଅନ୍ତୁ। ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଅନଲାଇନ୍ ବ୍ୟାଙ୍କିଂ, UPI ଏବଂ ମୋବାଇଲ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବା ସାଧାରଣତଃ ଜାରି ରହିବ।