Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହୱାଇ ଚପଲର ମୂଲ୍ୟ ୧ ଲକ୍ଷ ଟଙ୍କା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ହୱାଇ ଚପଲର ମୂଲ୍ୟ ୧ ଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ :  ସାଧାରଣତଃ ଭାରତରେ ଅଧିକ ହୱାଇ ଚପଲ ବ୍ୟବହାର କରାଯାଏ । ଯାହାର ମୂଲ୍ୟ ପାଖାପାଖି ୨୦୦ରୁ ୩୦୦ ଅଟେ । ରାସ୍ତା କଡ ଦୋକାନରେ ଏହା ଆହୁରି ଶସ୍ତାରେ ମଧ୍ୟ ୧୦୦ ଟଙ୍କାରେ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାଉଦି ଆରବର ଏକ ଦୋକାନରେ ଏହି ଚପଲର ମୂଲ୍ୟ ୧ ଲକ୍ଷ ଟଙ୍କା । ଏହାକୁ ନେଇ ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଏକ କାଚ ବାକ୍ସ ମଧ୍ୟରେ ଏପରି ଚପଲ ରଖାଯାଇଥିବା ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ : ଘର ଉପରେ ଗଡୁଛି ଟ୍ରେନ୍‌

ତେବେ ଏହାକୁ ନେଇ ଜଣେ ଲେଖିଛନ୍ତି, ଭାରତରେ ଏହି ଚପଲ ଆମେ ୩୦ ଟଙ୍କାରେ କିଣିଥାଉ । ସେହିପରି ଆଉ ଜଣେ ଲେଖିଛନ୍ତି, ଶୌଚାଳୟ ଯିବାକୁ ୧ ଲକ୍ଷ ଟଙ୍କା ମୂଲ୍ୟର ଚପଲ ପିନ୍ଧିବାକୁ ପଡିବ ?  ସେହିପରି ଆଉ ଜଣେ ଲେଖିଛନ୍ତି ଭାରତରେ ୬୦ ଟଙ୍କାରେ ମିଳୁଥିବା ଏହି ଚପଲକୁ ଏଠାରେ ୧ ଲକ୍ଷ ଟଙ୍କାରେ ବିକ୍ରିଯାଉଛି । ଏବଂ ଧନୀମାନଙ୍କ ଠାରୁ ଲୁଟ କରାଯାଉଛି । ଏକ ସାଧାରଣ ଶୌଚାଳୟରେ ବ୍ୟବହୃତ ଚପଲକୁ ଏତେ ମୂଲ୍ୟରେ ବିକ୍ରି କରୁଥିବା ବେଳେ ଏହାକୁ ନେଇ ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bathroom slipper in cost of 1 lakh | Argus News