Storm and Rain Alert / ଆସନ୍ତା କାଲି ଝଡ଼ବର୍ଷା ଆଶଙ୍କା! ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା
·1 hour ago·2 min read

Key Points
ଆସନ୍ତା କାଲି ରାଜଧାନୀରେ ଆସିବ ବଡ଼ ଝଡ଼ !
ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହୋଇପାରେ ଝଡ଼
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହୋଇପାରେ ଝଡ଼
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ନୂଆଦିଲ୍ଲୀ,୧୪/୧୧: ଆସନ୍ତା କାଲି ରାଜଧାନୀରେ ଆସିବ ବଡ଼ ଝଡ଼ ! ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ, ବିଶେଷକରି ଦେଶର ଉତ୍ତର-ପଶ୍ଚିମରେ ଏହା ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଅଖିଳ ଶ୍ରୀବାସ୍ତବ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ହିମାଳୟ ଅଞ୍ଚଳ ଏବଂ ଆଖପାଖ ସମତଳ ଅଞ୍ଚଳକୁ ପ୍ରଭାବିତ କରୁଥିବା ପଶ୍ଚିମ ବାଧା ବର୍ତ୍ତମାନ ପୂର୍ବ ଆଡକୁ ଗତି କରିଛି। ବଙ୍ଗୋପସାଗର ଉପର ଥିବା ଲଘୁଚାପ କ୍ଷେତ୍ର ନଭେମ୍ବର ୧୬ ତାରିଖ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।
ଉତ୍ତର-ପଶ୍ଚିମ ଭାରତ, ବିଶେଷକରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପାଣିପାଗ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପଶ୍ଚିମ ବାଧା (Western Disturbance) ବର୍ତ୍ତମାନ ପୂର୍ବ ଦିଗକୁ ଗତି କରିଛି। ଫଳରେ ଦିଲ୍ଲୀ ଓ ଏହାର ଆଖପାଖ ସମତଳ ଅଞ୍ଚଳରେ ଏହାର ସିଧାସଳଖ ପ୍ରଭାବ କମିବାରେ ଲାଗିଛି। ପଶ୍ଚିମ ବାଧା ପ୍ରଭାବରେ ଗତକାଲି ହିମାଳୟ ଅଞ୍ଚଳର ବିଭିନ୍ନ ରାଜ୍ୟରେ ଉଲ୍ଲେଖନୀୟ ତୁଷାରପାତ ହୋଇଥିଲା। ଉଚ୍ଚ ପାହାଡ଼ିଆ ଅଞ୍ଚଳ ବରଫର ଚାଦରରେ ଢାଙ୍କି ହୋଇଯାଇଥିଲା। ଏହି ପାଣିପାଗ ପ୍ରଣାଳୀ ପୂର୍ବ ଦିଗକୁ ଚାଲିଯାଇଥିବାରୁ ହିମାଳୟ ଓ ଆଖପାଖ ଅଞ୍ଚଳରେ ଆକାଶ ଧୀରେ ଧୀରେ ନିର୍ମଳ ହେବାର ସମ୍ଭାବନା ରହିଛି।
ପଢନ୍ତୁ ଏହି ଖବର: ମାସକରେ ତିନି ତିନିଟି ବାତ୍ୟା; ଏଲ-ନିନୋ ପ୍ରଭାବରେ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ !
ପଶ୍ଚିମ ଉତ୍ତର ଭାରତର ଶୀତକାଳୀନ ପାଣିପାଗକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ ପ୍ରଣାଳୀ। ଏହା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଏବଂ ସମତଳ ଅଞ୍ଚଳରେ ମେଘୁଆ ପାଗ, ହାଲୁକା ବର୍ଷା ଓ ତାପମାତ୍ରାରେ ପରିବର୍ତ୍ତନ ଦେଖାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଉପରେ ପାଣିପାଗ ବିଭାଗର ନଜର ରହିଛି। ନଭେମ୍ବର ୧୬ ସୁଦ୍ଧା ଏହା ଘୂର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପରବର୍ତ୍ତୀ ଗତିବିଧି ଉପରେ ନିର୍ଭର କରି ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।
Related Topics
Explore more stories