Odisha Weather / ମାସକରେ ତିନି ତିନିଟି ବାତ୍ୟା; ଏଲ-ନିନୋ ପ୍ରଭାବରେ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ !
·1 hour ago·2 min read

Key Points
- ବଙ୍ଗୋପସାଗରରେ ଆସିବ ପୁଣି ବାତ୍ୟା ଆଶଙ୍କା
- ଚାଷ ଓ ଫସଲ ହାନି ହେବା ଆଶଙ୍କାରେ ଚାଷୀଙ୍କ ଚିନ୍ତା
- ପ୍ରଥମ ବାତ୍ୟା ଅର୍ଣ୍ଣବର କ୍ଷତ ସୁଧୁରି ନଥିବା ବେଳେ ଆସିଲା ମୁରାସୁ
- ମୁରାସୁର ମାତ୍ର ୧୩ ଦିନ ପରେ ପୁଣି ଆସୁଛି ଆଉ ଏକ ବାତ୍ୟା
ଭୁବନେଶ୍ଵର: ବଙ୍ଗୋପସାଗରରେ ଆସୁଛି ପଛକୁ ପଛ ବାତ୍ୟା । ଗୋଟିଏ ମାସ ମଧ୍ୟରେ ତିନି ତିନିଟି ବାତ୍ୟାର ସମ୍ଭାବନା ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ାଇ ଦେଇଛି । ଚାଷ ଓ ଫସଲ ହାନି ହେବା ଆଶଙ୍କାରେ ଚାଷୀ । ଅର୍ଣ୍ଣବ, ମୁରାସୁ ପରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟାର ଭୟ ଦେଖାଦେଇଛି ।
ମୌସୁମୀ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ଆସୁଛି ପଛକୁ ପଛ ବାତ୍ୟା । ଅକ୍ଟୋବର ୨୮ରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଉଜୁଡ଼ି ଯାଇଥିଲା ଅନେକ ଫସଲ ଓ ଧନ ସମ୍ପତ୍ତି । ସେହି ବାତ୍ୟାର ପ୍ରଭାବରେ ଲଗାତର ବର୍ଷା ଯୋଗୁଁ ଆସିଥିଲା ବନ୍ୟା ।
ଏଥିସହ ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲାରେ ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
ଏଥିଯୋଗୁଁ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିଲା ପ୍ରଳୟଙ୍କରୀ ବନ୍ୟା । ଏହାପରେ ନଭେମ୍ବର ୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ବାତ୍ୟା ମୁରାସୁ । ଓଡ଼ିଶାରେ ବାତ୍ୟାର ବିପଦ ଟଳି ଯାଇଥିଲେ ମଧ୍ୟ ଆନ୍ଧ୍ରରେ ହୋଇଥିଲା ପ୍ରବଳ ବର୍ଷା । ଦୁଇଟି ବାତ୍ୟାର କ୍ଷତ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟା ଆଶଙ୍କା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଚଳିତବର୍ଷ ମୌସୁମୀ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ତିନିଟି ବାତ୍ୟା ଦେଖିବାକୁ ମିଳିପାରେ । ବିଶେଷଜ୍ଞଙ୍କ ମତ ଅଭୂତପୂର୍ବ ଏଲ୍-ନିନୋ ଯୋଗୁଁ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ଏହା ଏକ ଅବପାତର ରୂପ ନେଇପାରେ ।
ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ନୂଆ ସମ୍ଭାବ୍ୟ ବାତ୍ୟା 'ଅକବାନ୍'; ସନ୍ଧ୍ୟାରେ ବଡ଼ ବୈଠକ, ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ
୨୦୧୩ରେ ଗୋଟିଏ ମାସରେ ଚାରିଟି ବାତ୍ୟା ବଙ୍ଗୋପସାଗରରେ ଦେଖିବାକୁ ମିଳିଥିଲା । ମୌସୁମୀ ପରବର୍ତ୍ତୀ ସମୟରେ ଆସିଥିଲା ଆସିଥିଲା ଫାଇଲିନ୍, ହେଲେନ୍, ଲେହେର ଓ ମାଡ଼ି । ପ୍ରାୟ ୧୩ ବର୍ଷ ପରେ ପୁଣି ଥରେ ଗୋଟିଏ ମାସ ମଧ୍ୟରେ ତିନିଟି ବାତ୍ୟାର ଆଶଙ୍କା ରହିଛି ।