Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଓ ଦିନିକିଆ ଖେଳିବେନି ବିରାଟ ଓ ରୋହିତ

National

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଓ ଦିନିକିଆ ଖେଳିବେନି ବିରାଟ ଓ ରୋହିତ

Jitendra Dash
Browse all articles by Jitendra Dash
·2 years ago·1 min read
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଓ ଦିନିକିଆ ଖେଳିବେନି ବିରାଟ ଓ ରୋହିତ

ଅର୍ଗସ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ । ଆଉ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ବକପରେ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ଏଥିସହ ସେ କେତେ ଦିନ ଖେଳିବେ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ । 

ଅଧିକ ପଢନ୍ତୁ ଖେଳ ଖବର

ଏଥି ସହିତ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଦିନିକିଆ ଏବଂ ଟି -୨୦ ଫର୍ମାଟରେ ଉପଲବ୍ଧ ହେବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପ୍ରାୟ ଏକ ବର୍ଷ ପୂର୍ବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରେ ଭାରତ ପାଇଁ ଖେଳିଥିଲେ । ଉଭୟ ଖେଳାଳିଙ୍କୁ ଟି -୨୦ ବିଶ୍ୱକପ ୨୦୨୨ରେ ଦେଖିବାକୁ ମିଳିଥିଲା, କିନ୍ତୁ ସେବେଠାରୁ ଉଭୟ ଭାରତ ପାଇଁ ଟି -୨୦ ଫର୍ମାଟ ଖେଳିନଥିଲେ । ନିକଟରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପରେ କୋହଲି ସର୍ବାଧିକ ସ୍କୋର କରିଥିଲେ । ଦମଦାର ବ୍ୟାଟିଂ କରିବା ସହ କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିଲେ । ମାତ୍ର ଭାରତର ଫାଇନାଲ ପରାଜୟ ଆଜି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
BCCI announces India squads for South Africa tour: No Rohit, Kohli in white-ball leg | Argus News