Shocking Murder Case / ବିୟର ସହ ନିଦ ଟାବ୍ଲେଟ ଦେଇ ସ୍ତ୍ରୀଙ୍କୁ ହତ୍ୟା ଘଟଣା, ସ୍ୱାମୀଙ୍କୁ ଆଜୀବନ ଜେଲ୍
·8 months ago·3 min read

Key Points
ଟାଟୁକୁ ନେଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ। ଶେଷରେ ମିଳିଲା ଆଜୀବନ କାରାଦଣ୍ଡ। ବେଙ୍ଗାଲୁରୁ ବହୁ ପ୍ରତୀକ୍ଷିତ ‘ଟାଟୁ ମାମଲା’ର ଆସିଛି ରାୟ।
ଆପଣ କେବେ ଭାବି ନ ଥିବେ ଟାଟୁ କାହାର ଜୀବନ ନେଇପାରେ। ନିଶ୍ଚିତ ଏହି ଘଟଣା ଶୁଣିଲେ ଆପଣଙ୍କ ଦେହ ଭୟରେ ଥରି ଉଠିବ। କାରଣ ଏମିତି ନୃଶଂସ ସ୍ବାମୀ ଆପଣ କେବ ଭାବି ମଧ୍ୟ ନ ଥିବେ। ପ୍ରଥମ ଦେଖାରୁ ପ୍ରେମ। ତାପରେ ବିବାହ। ଖୁସିରେ ଚାଲୁଥିଲା ସୁନାର ସଂସାର। ହେଲେ ସବୁକିଛି ଛାରଖାର କରିଦେଲା ଗୋଟିଏ ଟାଟୁ। ଟାଟୁକୁ ନେଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ। ଶେଷରେ ମିଳିଲା ଆଜୀବନ କାରାଦଣ୍ଡ। ବେଙ୍ଗାଲୁରୁ ବହୁ ପ୍ରତୀକ୍ଷିତ ‘ଟାଟୁ ମାମଲା’ର ଆସିଛି ରାୟ। ଏ ନାରାୟଣପୁରାର ୩୩ ବର୍ଷୀୟ ବିନୟ କୁମାରଙ୍କୁ ତାଙ୍କ ପତ୍ନୀ ଅଶ୍ୱିନୀଙ୍କ ହତ୍ୟା କରିବାଅଭିଯୋଗରେଦୋଷୀ ସାବ୍ୟସ୍ତହୋଇଛନ୍ତି। ତାଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି ବେଙ୍ଗାଲୁରୁର ନଗର କୋର୍ଟ।
ଏହାସହ ପଢ଼ନ୍ତୁ: ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା, ସ୍ତ୍ରୀ ମୃତ୍ୟୁର ୨ ଦିନ ପରେ ୧୦୦୦ କିଲୋମିଟର ଦୂରକୁ ଯାଇ ସ୍ବାମୀ ବି ଜୀବନ ହାରିଲେ
କୁମାର ଏବଂ ଅଶ୍ୱିନୀ।ଜଣେ ଇଞ୍ଜିନିୟର ଏବଂ ଅନ୍ୟ ଜଣେ ତାଙ୍କ ସାନ ଭଉଣୀଙ୍କ ସହପାଠୀ। ଦୁହେଁ ଏକ ପାରିବାରିକ ବିବାହରେ ଭେଟ ହୋଇଥିଲେ। ପ୍ରଥମ ଦେଖାରୁ ପ୍ରେମରେ ପଡ଼ିଗଲେ। ୨୦୧୮ରେ ବିବାହ କଲେ। କିନ୍ତୁ ତିନି ବର୍ଷ ପରେ କୁମାର ତାଙ୍କ ଡାହାଣ ହାତରେ "ରୂପା" ଲେଖାଥିବା ଟାଟୁ ସହିତ ଘରକୁ ଫେରିଥିଲେ। ଏଇଠୁ ଆରମ୍ଭ ହେଲା ମତାନ୍ତର। ଅଶ୍ୱିନୀ ତାଙ୍କୁ ଟାଟୁ ବିଷୟରେ ପଚାରିଲେ ଏବଂ ରୂପା କିଏ ଜାଣିବାକୁ ଚାହିଁଲେ କିନ୍ତୁ କୁମାର ଏଡ଼ାଇ ଚାଲିଗଲେ।
ତାଙ୍କର ଅନ୍ୟ ଝିଅ ସମ୍ପର୍କ ଥିବା ଅଶ୍ୱିନୀ ଜାଣିବାକୁ ପାଇଲେ। କୁମାର ଭୟ କରୁଥିଲେ ଯେ ଅଶ୍ୱିନୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ସେଥିପାଇଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରୀ ଓକିଲ ସତ୍ୟବତୀ ଏଚ ଆର କହିଛନ୍ତି ଯେ ହତ୍ୟାକାଣ୍ଡଟି ପୁରା ବିଧିବଦ୍ଧ ଭାବେ ଯୋଜନା କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେଦିନ ଥିଲା ୧୬ ଏପ୍ରିଲ, ୨୦୨୧। ରାତିରେ କୁମାର ଘରକୁ ଫେରିବା ପୂର୍ବରୁ ଏକ ବିୟର କ୍ୟାନ ଏବଂ ୧୦ଟି ନିଦ ଟାବଲେଟର ଏକ ଷ୍ଟ୍ରିପ୍ କିଣିଥିଲେ। କିନ୍ତୁ ଏମିତି କରିବାର ସେ ପୂର୍ବରୁ ଭାବିସାରିଥିଲେ। ସେଦିନ ଅଶ୍ବିନୀଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ଆଉ କହିଥିଲେ ଆମେ ପାର୍ଟି କରିବା।
ରାତ୍ରୀ ଭୋଜନରେ ଚିକେନ୍ ବିରିୟାନି ଖାଇବା ପରେ, ସେ ଅଶ୍ୱିନୀଙ୍କୁ ଟାବଲେଟ୍ ସହିତ ମିଶ୍ରିତ ବିୟର ପିଇବାକୁ ବାଧ୍ୟ କଲେ। ସେ ଖୁବ୍ ଶୀଘ୍ର ଗଭୀର ନିଦ୍ରାରେ ଶୋଇପଡ଼ିଲେ। କୁମାର ଜାଣିଥିଲେ ଯେ ମାତ୍ରାଧିକ ଔଷଧ ଘାତକ ହେବ। ପରଦିନ ସକାଳେ ଯେତେବେଳେ ସେ ଅଶ୍ୱିନୀଙ୍କୁ ନିଶ୍ୱାସ ନେଉଥିବାର ଦେଖିଲେ, କୁମାର ପୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସକାଳେ ସେ ଶୋଇଥିବା ଅବସ୍ଥାରେ ତାଙ୍କ ଦୁପଟାରେ ତଣ୍ଟି ଚିପି ହତ୍ୟା କରିଥିଲେ।
ପରେ ସେ ଘରୁ ବାହାରକୁ ବାହାରି ଆସିଥିଲେ। ସ୍ତ୍ରୀ ଅଚେତ ହୋଇଥିବା ପଡ଼ୋଶୀଙ୍କୁ କହିଥିଲେ। ପଡୋଶୀଙ୍କ ସହାୟତାରେ ଅଶ୍ୱିନୀଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ କୁମାର। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କୁମାର ପ୍ରଥମେ ଅଶ୍ୱିନୀଙ୍କ ପିତାମାତା ଏବଂ ସମ୍ପର୍କୀୟମାନଙ୍କୁ ଏହା ଏକ ଅପମୃତ୍ୟୁ ବୋଲି ବୁଝାଇବାରେ ସଫଳ ହୋଇଥିଲେ। ତଥାପି ମହାଦେବପୁରା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲା। ଭିସେରା ନମୁନାକୁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯାଇଥିଲା।
ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଲା ଯେ ତଣ୍ଟିଚିପି ଯୋଗୁଁ ହତ୍ୟା ହୋଇଥିଲା। କୁମାରଙ୍କୁ ଗିରଫ କରିଥିଲା ପୋଲିସ। ପରବର୍ତ୍ତୀ FSL ରିପୋର୍ଟଗୁଡ଼ିକ ଅଶ୍ୱିନୀଙ୍କ ଶରୀରରେ ମଦ୍ୟପାନ ଏବଂ ନିଦ ବଟିକା ଉପସ୍ଥିତିକୁ ସ୍ପଷ୍ଟ କରିଥିଲା। ତଦନ୍ତ ସମୟରେ କୁମାର ବିରୋଧରେ ଠୋସ ପ୍ରମାଣ ପାଇଥିଲା ପୋଲିସ। ସିସିଟିଭି ଫୁଟେଜ୍, ଜଣେ ମଦ ଦୋକାନ କ୍ୟାସିୟର ଏବଂ ଜଣେ ମେଡିକାଲ୍ ଷ୍ଟୋର ସହାୟକଙ୍କ ସାକ୍ଷ୍ୟରୁ ଜଣାପଡିଛି ଯେ କୁମାର ହତ୍ୟା ରାତିରେ ବିୟର ଏବଂ ନିଦ ଟାବଲେଟ୍ କିଣିଥିଲେ। ପୋଲିସ ଚାର୍ଜସିଟ୍ ଦାଖଲ କରିବା ପରେ କୁମାର ତାଙ୍କର ଜାମିନ ଆବେଦନ ଦାଖଲ କରିଥିଲେ। ଜାମିନ ଆବେଦନ ଖାରଜ ହୋଇଯାଇଥିଲା।ଶେଷରେ କୋର୍ଟଙ୍କ ରାୟ ଆସିଛି। କୁମାରଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି।

Related Topics
Explore more stories