Videos
|
National

Beggars Death / ମୃତ୍ୟୁ ପରେ ଖୋଲିଲା ବାକ୍ସ, ଭିକାରୀଙ୍କ ପାଖରୁ ମିଳିଲା ସାଢେ ଚାରି ଲକ୍ଷ ନଗଦ ଟଙ୍କା

Banajyotshna Ray
Browse all articles by Banajyotshna Ray
·8 months ago·2 min read
ମୃତ୍ୟୁ ପରେ ଖୋଲିଲା ବାକ୍ସ, ଭିକାରୀଙ୍କ ପାଖରୁ ମିଳିଲା ସାଢେ ଚାରି ଲକ୍ଷ ନଗଦ ଟଙ୍କା
Beggar’s Death

Key Points

ଭିକାରୀଙ୍କ ପାଖରୁ ମିଳିଲା ସାଢେ ଚାରି ଲକ୍ଷ ନଗଦ ଟଙ୍କା
ମୃତ୍ୟୁ ପରେ ଖୋଲିଲା ବାକ୍ସ
ଲୁଚାଇ ରଖିଥିଲେ ଲକ୍ଷ ଲକ୍ଷ ଟଙ୍କା
ଭୋକ ଓ ଭୋକିଲାର କରାଳ ରୂପ। ଭିକାରୀଟି ଭିକ ମାଗି ମାଗି ସଞ୍ଚୟ କରିଥିଲା ଧନ। ହେଲେ ସଞ୍ଚୟ ଧନ ଖାଇବାକୁ ନାହିଁ ଭିକାରୀ। ୫୦୦ ଟଙ୍କା କି ୫ ହାଜର ନୁହେଁ, ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କା ରଖିଥିଲା ଭିକାରୀ। ସଡକ ଦୁର୍ଘଟଣାରେ ଚାଲିଗଲା ଭିକାରୀଙ୍କ ଜୀବନ । ହେଲେ ମୃତ୍ୟୁ ପରେ ମିଳିଲା ଟଙ୍କା ବାକ୍ସ, ଯେଉଁଥିରେ ସେ ରଖିଥିଲେ ସାଢେ ଚାରି ଲକ୍ଷରୁ ଅଧିକ ଟଙ୍କା । କେରଳର ଆଲାପୁଝାରେ ଥିବା ଜଣେ ଭିକାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।ସୋମବାର ରାତିରେ ଏମିତି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଭିକାରୀ ଜଣକ ଗଭୀର ଆହତ ହେବାପରେ ଏହାପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ କାହାକୁ କିଛି ସୂଚନା ନଦେଇ ସେହି ବ୍ୟକ୍ତିଜଣକ ନିଜେ ଡାକ୍ତରଖାନାରୁ ଛାଡି ଚାଲି ଯାଇଥିଲେ । ସେହି ବ୍ୟକ୍ତି ଜଣକ ନିଜର ନାଁ ଡାକ୍ତରଖାନାରେ ଅନିଲ କିଶୋର ବୋଲି କହିଥିଲେ ।

ତେବେ ମଙ୍ଗଳବାର ସକାଳେ କିଶୋରଙ୍କ ମୃତଦେହ ଏକ ଦୋକାନ ବାହାରୁ ମିଳିଥିଲା । ଆଉ ତାଙ୍କ ମୃତଦେହ ପାଖରେ ଥିଲା ଏକ ବାକ୍ସ । ସ୍ଥାନୀୟ ପଞ୍ଚାୟତ ସଦସ୍ୟ ଫିଲିପ ଉମ୍ମାନଙ୍କ ଉପସ୍ଥିତିରେ ବାକ୍ସଟି ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଉପସ୍ଥିତ ଥିବା ଅଧିକାରୀ । ବାକ୍ସରୁ ନଗଦ ମିଳିଥିଲା ସାଢେ ୪ ଲକ୍ଷରୁ ଅଧିକ ଟଙ୍କା । ସେଥିରେ ନିଷିଦ୍ଧ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ ସହ ବିଦେଶୀ ମୁଦ୍ରା ମଧ୍ୟ ରହିଛି ।

ଏଥିସହ ପଢ଼ନ୍ତୁ: ନିର୍ବନ୍ଧରେ ଉପସ୍ଥିତ ସାଧୁସନ୍ଥ, କର୍କଟ ରୋଗୀଙ୍କ ପାଇଁ ଦାନହୁଣ୍ଡି

ତେବେ କିଶୋର ସେହି ସ୍ଥାନରେ ପ୍ରତିଦିନ ଭିକ୍ ମାଗି ଚଳୁଥିଲେ । ସେ ଲୋକଙ୍କୁ ଟଙ୍କା ଏବଂ ଖାଦ୍ୟ ପାଇଁ ଅଲଗା ଖର୍ଚ୍ଚ ମାଗୁଥିଲେ । କାହାରିକୁ ଜଣାନଥିଲା କିଶୋରଙ୍କ ପାଖରେ ଏତେ ପରିମାଣର ଟଙ୍କା ଅଛି । ଏହି ଟଙ୍କା ନଗଦ ଆକାରରେ ମିଳିଥିବା ବେଳେ ଆହୁରି ଟଙ୍କା ତାଙ୍କ ପାଖରେ ଅନ୍ୟ କେଉଁଠି ଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ପୋଲିସ ଆହୁରି ମଧ୍ୟ କହିଛି, ତାଙ୍କ ପରିବାରର କୌଣସି ସଦସ୍ୟ ସେହି ଟଙ୍କାକୁ ନେଇ ଦାବି କରିବାକୁ ନଆସିଲେ ଏହି ଟଙ୍କାକୁ କୋର୍ଟରେ ହସ୍ତାନ୍ତର କରାଯିବ । ସେପଟେ କିଶୋରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଏଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବାବେଳେ ଜଣେ ଭିକାରୀ ହୋଇ ତାପାଖରେ ଏତେ ଟଙ୍କା ରହିଛି ହେଲେ ଗୋଟେ ସାଧାରଣ ଲୋକ କଣ ଏତେ ଟଙ୍କା ସଞ୍ଚୟ କରି ରଖିପାରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories