Engagement Event / ନିର୍ବନ୍ଧରେ ଉପସ୍ଥିତ ସାଧୁସନ୍ଥ, କର୍କଟ ରୋଗୀଙ୍କ ପାଇଁ ଦାନହୁଣ୍ଡି
·8 months ago·2 min read

Key Points
ନିଆରା ନିର୍ବନ୍ଧ
କେକ୍ ନୁହେଁ, ଥିଲା କର୍କଟ ରୋଗୀଙ୍କ ପାଇଁ ଦାନହୁଣ୍ଡି
ଉପସ୍ଥିତ ହୋଇଥିଲେ ସାଧୁସନ୍ଥ
ପାଦରେ ସମର୍ପିତ ହୋଇଥିଲେ ନବଯୋଡି

ଆପଣ ଅନେକ ନିର୍ବନ୍ଧ ଦେଖିଥିବେ ଯାହା ବଡ଼ ବଡ଼ ହୋଟେଲରେ ହୋଇଥାଏ। କେକ୍ କଟିଙ୍ଗ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ। କିନ୍ତୁ ଆପଣ ଦେଖିଛନ୍ତି କି ନା ଥିଲା କେକ୍ ନା ଥିଲା ଚାକଚକ୍ୟ ଆଲୋକର ମାଳା । ହୋଟେଲରେ ନୁହେଁ ବରଂ ମନ୍ଦିରରେ ଚାଲିଥିଲା ମନ୍ତ୍ରଧ୍ଵନୀର ଉଚ୍ଚାରଣ । ଘେରି ରହିଥିଲେ ସାଧୁସନ୍ଥ । ଆଉ ତାଙ୍କର ପାଦପଦ୍ମରେ ସମର୍ପିତ ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନବଯୋଡି ବିକାଶ ଓ ଅଭିଲିପ୍ସା ।ନୂଆ ଜୀବନର ଆରମ୍ଭ କରିବା ପୂର୍ବରୁ ଉଭୟ କରିଥିଲେ ଏକ ନିଆରା ପ୍ରୟାସ । ଯାହା ସମସ୍ତଙ୍କୁ ବେଶ ଆକର୍ଷିତ କରିଥିଲା ।
ନିଜ ନିର୍ବନ୍ଧ ଦିନଟିକୁ କର୍କଟ ପୀଡିତାଙ୍କ ପାଇଁ ଉତ୍ସର୍ଗ କରିଥିଲେ ଦୁହେଁ । ମାଟି ହୁଣ୍ଡି ଭାଙ୍ଗି ସେଥିରେ ଥିବା ରାଶିକୁ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଦାନ କରିଥିଲେ ବିକାଶ ଏବଂ ଅଭିଲିପ୍ସା । ନିର୍ବନ୍ଧର ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ାର ସିଦ୍ଧେଶ୍ୱର ମନ୍ଦିରରେ । ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ଏବଂ ଅଭିଲିପ୍ସାଙ୍କ ନିର୍ବନ୍ଧ ଏକ ନିଆରା ଶୈଳୀରେ ହୋଇଥିଲା । ନିଜର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ସହ କର୍କଟ ରୋଗୀଙ୍କ ପାଇଁ କିଛି ଦାନ କରିବା ଭଳି ପଦକ୍ଷେପକୁ ବାଛିଥିଲେ ଉଭୟ । ସେଠାରେ ଉପସ୍ଥିତ ଥିଲେ କଳ୍ପତରୁ ଆଶ୍ରମର ପୂଜ୍ୟ ଗୁରୁ ବାବା ବ୍ରହ୍ମାନନ୍ଦ ସରସ୍ଵତୀ, ଅଭିରାମ ପରମହଂସଙ୍କ ମଠର ପୂଜ୍ୟ ଗୁରୁ ରାଧାରମଣ ବାବା ।ପ୍ରଥମେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ତାଣ୍ଡବ ରଚୁଛି ପୁଟିନଙ୍କ ସେନା, ଜୁଳଛି ୟୁକ୍ରେନ ଯାଉଛି ଜୀବନ...
ପରେ ଗୁରୁ ଆଶିଷ ଭିକ୍ଷା କରିଥିଲେ ଦୁହେଁ । ଓଡ଼ିଶାର ବରେଣ୍ୟ ବ୍ୟକ୍ତିଙ୍କ ଗହଣରେ ହୁଣ୍ଡିଭଙ୍ଗା ଯାଇ ଅର୍ଥ ପ୍ରଦାନ କରାଯାଇଥିଲା। ଆମ ସମାଜରେ ସାହାଯ୍ୟର ଆବଶ୍ୟକତା ରହିଛି । ଏହି ମାନସିକତା ଜାରି ରଖିବାକୁ ପଡିବ । ଜୀବନ ଯେତିକି ଦିନ ଅଛି, କିଛି ଛାପ ଛାଡିଲେ ପରବର୍ତ୍ତି ପିଢୀ ମନେ ରଖିବ ବୋଲି ବିକାଶ ଓ ଅଭିଲିପ୍ସା ମତବ୍ୟକ୍ତ କରିଥିଲେ । ଏହି ଯୋଡ଼ି ଯୁବସମାଜ ପାଇଁ ଉଦାହରଣ ସାଜିଛନ୍ତି। ଆଜିକାଲିର ମହଙ୍ଗା ଦୁନିଆରେ ସମସ୍ତେ ଧନ ରୋଜଗାର କରିବା ପାଇଁ ରେସରେ ଦୌଡୁଛନ୍ତି କିନ୍ତୁ କେତେ ଜଣ ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ଆଗକୁ ଧାଇଁ ଆସୁଛନ୍ତି ତାହା ହେଉଛି ବଡ଼ ପ୍ରଶ୍ନ। ଯଦି ବିକାଶ ଏବଂ ଅଭିଲିପ୍ସାଙ୍କ ପରି ସସମ୍ତେ ହୃଦୟବାନ ହୁଅନ୍ତେ ତେବେ ରାଜ୍ୟରେ ଅନେକ ଗରିବ ଲୋକ ସହାୟତା ପାଇପାରନ୍ତେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories