Videos
|
National

Sonia Gandhi New Book / ଜରୁରୀ ପରିସ୍ଥିତିକୁ ନେଇ ସୋନିଆଙ୍କ ବହିରେ ବଡ଼ ସ୍ୱୀକାରୋକ୍ତି, ସଞ୍ଜୟଙ୍କ ଚାପରେ ଇନ୍ଦିରା ନେଇଥିଲେ ଭୁଲ୍ ନିଷ୍ପତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଜରୁରୀ ପରିସ୍ଥିତିକୁ ନେଇ ସୋନିଆଙ୍କ ବହିରେ ବଡ଼ ସ୍ୱୀକାରୋକ୍ତି, ସଞ୍ଜୟଙ୍କ ଚାପରେ ଇନ୍ଦିରା ନେଇଥିଲେ ଭୁଲ୍ ନିଷ୍ପତ୍ତି
Sonia Gandhi

Key Points

ପ୍ରକାଶ ପାଇଛି ସୋନିଆ ଗାନ୍ଧୀଙ୍କ ବିବାଦୀୟ ପୁସ୍ତକ
'ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍'କୁ ନେଇ ବହିଛି ରାଜନୈତିକ ଝଡ଼
ଅନେକ ବିବାଦୀୟ କଥାକୁ ପ୍ରସଙ୍ଗ କରି ଟାର୍ଗେଟ୍ କରିଛି ବିଜେପି


ବଜାରକୁ ଆସିଛି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ବହି ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ । ହେଲେ ଏହି ଆତ୍ମଜୀବନୀ ପ୍ରକାଶ ପାଇବା ପରେ ସାରା ଦେଶରେ ବଡ଼ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ୧୯୭୫ ମସିହାର କଳା ଅଧ୍ୟାୟ ‘ଜରୁରୀକାଳୀନ ପରିସ୍ଥିତି’ ଘୋଷଣା ପଛରେ ସଞ୍ଜୟ ଗାନ୍ଧୀଙ୍କ ଚାପ ଥିଲା ଏବଂ ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବହିରେ ସୋନିଆ ସ୍ୱୀକାର କରିବା ପରେ ବିରୋଧୀଙ୍କୁ ମିଳିଯାଇଛି ମୁଖ୍ୟ ଅସ୍ତ୍ର । ଅନ୍ୟପଟେ ୧୯୯୨ ବାବ୍ରି ପ୍ରସଙ୍ଗ ଏବଂ ତୁଷ୍ଟିକରଣ ନୀତିକୁ ନେଇ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି ବିଜେପି ଓ ଶିବସେନା ନେତା ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଆତ୍ମଜୀବନୀ 'ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍' ଆଜି ପ୍ରକାଶ ପାଇଛି । ତେବେ ଔପଚାରିକ ବୁକ୍ ରିଲିଜ ପରିବର୍ତ୍ତେ ଏହା ସିଧାସଳଖ ବୁକଷ୍ଟୋରରେ ଉପଲବ୍ଧ ହୋଇଛି । ଏଥସହ ବହିରେ ଥିବା ଅନେକ ବିବାଦୀୟ ପ୍ରସଙ୍ଗ ଦେଶର ରାଜନୈତିକ ମହଲରେ ପ୍ରବଳ କମ୍ପନ ସୃଷ୍ଟି କରିଛି । ବହିରେ ସୋନିଆ ୧୯୭୫ର ଜରୁରୀକାଳୀନ ପରିସ୍ଥିତି ପାଇଁ ସଞ୍ଜୟ ଗାନ୍ଧୀଙ୍କୁ ଦାୟୀ କରିଥିବାବେଳେ, ଏହାକୁ ନେଇ ବିଜେପି ଏବଂ ଶିବସେନା କଂଗ୍ରେସର ଅତୀତ ଏବଂ ତୁଷ୍ଟିକରଣ ନୀତିକୁ କଡ଼ା ଆକ୍ରମଣ କରିଛନ୍ତି ।

ସୋନିଆଙ୍କ ବହିରେ ଦାବି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇନ୍ଦିରାଙ୍କ ଦ୍ୱାରା ଜରୁରୀ ପରିସ୍ଥିତି ଘୋଷଣା ନିଷ୍ପତ୍ତି ସଞ୍ଜୟ ଗାନ୍ଧୀଙ୍କ ବଡ଼ ଚାପ ଥିଲା
ଏକ ପରିବାର ଡିନର ସମୟରେ ସଞ୍ଜୟ ଗାନ୍ଧୀ ଏହାକୁ ସମର୍ଥନ କରିଥିଲେ
ସେତେବେଳେ ରାଜୀବ ଗାନ୍ଧୀ ଜରୁରୀ ପରିସ୍ଥିତି ଲଗାଇବା ନିଷ୍ପତ୍ତିର ବିରୋଧ କରିଥିଲେ
ମାଆ ଇନ୍ଦିରା ଗାନ୍ଧୀଙ୍କୁ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ
ଜରୁରୀ ପରିସ୍ଥିତି ଲଗାଇବା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସୋନିଆ ସ୍ବୀକାର କରିଛନ୍ତି
ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ନିଜର ଏହି ଭୁଲ୍ କଥା ଅନୁଭବ ହୋଇଥିଲା
ତେବେ ଇନ୍ଦିରା, ରାଜୀବ ଓ ସଞ୍ଜୟ ଗାନ୍ଧୀ ଆଜି ଏହି କଥା କହିବା ପାଇଁ ଦୁନିଆରେ ନାହାନ୍ତି, ତେଣୁ ଏହାକୁ ନେଇ ମେନକା ଗାନ୍ଧୀ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି ।

ବହି ପ୍ରକାଶନ ପୂର୍ବରୁ ସୋନିଆ କହିଥିଲେ ଯେ, ୧୯୯୨ ଡିସେମ୍ବର ୬ ଘଟଣାକୁ ନେଇ ତାଙ୍କ ଆଖିରୁ ଲୁହ ଝରିଥିଲା । ଏହାକୁ ଜୋରଦାର କାଉଁଟର କରିଛନ୍ତି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ସେ ପ୍ରଶ୍ନ କରିଛନ୍ତି ଯେ, ଯେଉଁମାନଙ୍କ ଆଖି ବାଟଲା ହାଉସ୍ ଏନକାଉଣ୍ଟରର ଆତଙ୍କବାଦୀଙ୍କ ପାଇଁ କାନ୍ଦିଥିଲା, ସେମାନଙ୍କ ଆଖି କେବେହେଲେ ୧୯୯୦ର କଶ୍ମୀର ପୀଡ଼ିତଙ୍କ ପାଇଁ କାନ୍ଦି ନଥିଲା । ଆଇନଗତ ଭାବେ ବିବାଦୀୟ କୋଠାକୁ 'ବାବ୍ରି ମସଜିଦ୍' ବୋଲି ସମ୍ବୋଧନ କରି ସୋନିଆ କଂଗ୍ରେସ ହୃଦୟରେ ଏବେ ବି ବାବର ରହିଥିବା ପ୍ରମାଣିତ କରିଛନ୍ତି ।

ଶିବସେନା ନେତ୍ରୀ ସାଇନା ଏନ୍‌ସି କହିଛନ୍ତି ଯେ ଯଦି ସୋନିଆ ରାମ କିମ୍ବା ଜରୁରୀକାଳୀନ ପରିସ୍ଥିତି ପାଇଁ କାନ୍ଦିଛନ୍ତି, ତେବେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ବର୍ଜନ କାହିଁକି କଲେ ? ଏହି ଲୁହ ଦେଶ ପାଇଁ ନୁହେଁ, ବରଂ ବହି ବିକ୍ରି ପାଇଁ ଉଦ୍ଦିଷ୍ଟ । ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ଇତିହାସ ଗଣତନ୍ତ୍ରର ହତ୍ୟା ଏବଂ ଶିଖ୍ ସମ୍ପ୍ରଦାୟର ସଂହାରରେ ଭରା । ୧୯୮୪ ଦଙ୍ଗା ଓ ହରମନ୍ଦିର ସାହିବ ଉପରେ ଆକ୍ରମଣ ସମୟରେ ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ପ୍ରତିକ୍ରିୟା କ'ଣ ଥିଲା, ତାହା ଦେଶ ଜାଣିବାକୁ ଚାହେଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ତରୁଣ ଚୁଗ୍ ।

ବହିଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସୋନିଆ ଗାନ୍ଧୀ ଦାବି କରୁଥିଲେ ମଧ୍ୟ ଏହାର ରାଜନୈତିକ ବିଷୟବସ୍ତୁ ଓ ଅତୀତର କଳା ଅଧ୍ୟାୟକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ରହିଛି ।