India Bangladesh Border / ସୁରକ୍ଷିତ ହେବ ଦେଶର ସୀମା; ବିଏସଏଫ ଦଖଲକୁ ଗଲା ୧୨୧ ହେକ୍ଟର ଜମି
·1 hour ago·3 min read

Key Points
ଭାରତ-ବାଂଲାଦେଶ ସୀମାରେ ତାର ବାଡ଼ ଲଗାଇବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ସିଲିଗୁଡ଼ି ଅଞ୍ଚଳରେ ୧୨୧ ହେକ୍ଟର ଜମି ବିଏସଏଫକୁ ହସ୍ତାନ୍ତର କରିଛନ୍ତି। ସୀମାନ୍ତ ଜିଲ୍ଲାରେ ମଧ୍ୟ ଜମି ହସ୍ତାନ୍ତର କରାଯାଇଛି। ଏହି ତ୍ୱରିତ ପ୍ରକ୍ରିୟା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।
India Bangladesh Border Fencing: ଭାରତ-ବାଂଲାଦେଶ ସୀମାକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପ ନେବାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗର ବିଜେପି ସରକାର ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସିଲିଗୁଡ଼ି ଅଞ୍ଚଳରେ ପ୍ରାୟ ୧୨୧ ହେକ୍ଟର ଜମି ସୀମା ସୁରକ୍ଷା ବଳକୁ (ବିଏସଏଫ) ହସ୍ତାନ୍ତର କରିଛନ୍ତି। ଏହା ସହିତ, ରାଜ୍ୟର ୯ ସୀମାନ୍ତବର୍ତ୍ତୀ ଜିଲ୍ଲର ମୋଟ ୧୪୨.୭୯ ଏକର ଜମି ବିଏସଏଫ ହାତକୁ ହସ୍ତାନ୍ତର କରାଯାଇଛି। ଯାହାକୁ ବର୍ଡ଼ର ଆଉଟପୋଷ୍ଟ ଏବଂ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ଲଗାଇବା ଲାଗି ଭିତ୍ତିଭୂମି ଭାବରେ ବ୍ୟବହାର କରାଯିବ।
ଏହି ନିଷ୍ପତ୍ତି ପଶ୍ଚିମବଙ୍ଗରେ କ୍ଷମତାୀସନ ବିଜେପି ସରକାରଙ୍କର ପ୍ରଥମ କ୍ୟାବିନେଟ୍ ବୈଠକର ଏକ ନିଷ୍ପତ୍ତି ରହିଥିଲା। ଯାହା ମେ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ, ସୀମାରେ ତାରବାଡ଼ ଲଗାଇବା ଏବଂ ଏହା ସହିତ ଜଡିତ ପ୍ରକଳ୍ପ ପାଇଁ ୪୫ ଦିନ ମଧ୍ୟରେ ୬୦୦ ଏକର ଜମି ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସୀମାରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସୁନିଶ୍ଚିତ କରିବା ପାଇଁ ବିଏସଏଫକୁ ଆବଶ୍ୟକୀୟ ଜମି ହସ୍ତାନ୍ତର କରାଯାଇଛି।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ରେ ଏ ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତ୍ତିର ବିବରଣୀ ସେୟାର କରିଛନ୍ତି। ସେ କହିଛନ୍ତି ଯେ ସିଲିଗୁଡ଼ି ଅଞ୍ଚଳ ଏବଂ ରାଜ୍ୟର ୯ ସୀମାନ୍ତ ଜିଲ୍ଲାରେ ମୋଟ ୧୪୨.୭୯ ଏକର ଜମି ବିଏସଏଫକୁ ହସ୍ତାନ୍ତର କରାଯାଇଛି। ଏହି ଜମି ସୀମାରେ ନୂତନ ବର୍ଡର ଆଉଟପୋଷ୍ଟ ଏବଂ ସୀମାରେ ତାରବାଡ଼ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟବହାର କରାଯିବ।
କାହିଁକି ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସିଲିଗୁଡ଼ି କରିଡ଼ର?
ଭାରତ-ବାଂଲାଦେଶ ମୋଟ୍ ସୀମା ମଧ୍ୟରୁ ପ୍ରାୟ ୨୨୧୭ କେବଳ ପଶ୍ଚିମବଙ୍ଗରେ ରହିଛି। ଏହା ଦେଶର ଯେକୌଣସି ରାଜ୍ୟରେ ଅବସ୍ଥିତ ରହିଥିବା ସବୁଠାରୁ ଲମ୍ବା ଅନ୍ତର୍ଜାତୀୟ ସୀମା। ଏହା ମଧ୍ୟରୁ ପ୍ରାୟ ୧୬୦୦ କିଲୋମିଟର ସୀମାରେ ପୂର୍ବରୁ ତାର ବାଡ଼ ଲଗା ଯାଇସାରିଛି। ହେଲେ ଏବେ ମଧ୍ୟ ପ୍ରାୟ ୬୦୦ କିଲୋମିଟର ସୀମା ସମ୍ପୂର୍ଣ୍ଣ ଖୋଲା ପଡ଼ିଛି। ଏହି ଅଞ୍ଚଳ ଦେଇ ଅବୈଧ ଅନୁପ୍ରବେଶ ଏବଂ ଚୋରା ଚାଲାଣ ଭଳି କାମ ହୋଇଥାଏ। ଯାାହକୁ ରୋକିବା ପାଇଁ ପଶ୍ଚିମବଙ୍ଗ ସରକାର ଏପରି ଏକ କଠୋର ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ସରକାର ବିଶ୍ୱାସ କରୁଛନ୍ତି ଯେ ଏହି ସମ୍ବେଦନଶୀଳ କ୍ଷେତ୍ରରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ନକଲେ ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ରୋକିବା ଅସମ୍ଭବ ହୋଇଯିବ।
ପଶ୍ଚିମବଙ୍ଗର ୯ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବିଏସଏଫକୁ ଜମି ଦିଆଯାଇଛି। ଏହା ମଧ୍ୟରେ କୁଚ୍ ବିହାର ଜିଲ୍ଲାରେ ୨୨.୯୧ ଏକର, ଜଳପାଇଗୁଡ଼ି ଜିଲ୍ଲାରେ ୩୫.୧୬ ଏକର, ଦାର୍ଜିଲିଂ ଜିଲ୍ଲାରେ ୮.୮୧ ଏକର, ଉତ୍ତର ଦିନାଜପୁର ଜିଲ୍ଲାରେ ୨.୮୪ ଏକର ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ୨୦.୧୭ ଏକର ଜମି ଅନ୍ତର୍ଭୂକ୍ତ ରହିଛି। ଏହା ସହିତ ମାଲଦା ଜିଲ୍ଲାରେ ୧୦.୯ ଏକର, ମୁର୍ଶିଦାବାଦ ଜିଲ୍ଲାରେ ୩୮.୮ ଏକର, ନଦିଆ ଜିଲ୍ଲାରେ ୦.୫୫ ଏକର ଏବଂ ଉତ୍ତର ୨୪ ପରଗନା ଜିଲ୍ଲାରେ ୨.୬ ଏକର ଜମି ହସ୍ତାନ୍ତର କରାଯାଇଛି। ପୂର୍ବ ପର୍ଯ୍ୟାୟରେ ୫ ଜିଲ୍ଲାରେ ୪୩ ଏକର ଜମି ଅଧିଗ୍ରହଣ କରାଯାଇ ସାରିଛି। ଯାହା ପରେ ମେ ୨୦ ତାରିଖରେ ୩୧.୯ ଏକର ଜମି ପାଇଁ ଆଦେଶ ବିଏସଏଫକୁ ହସ୍ତାନ୍ତର କରାଯାଇଥିଲା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଖୋଲା ଅଞ୍ଚଳକୁ ବନ୍ଦ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ, ନିର୍ବାଚନ ସମୟରେ ସରକାର କ୍ଷମତାକୁ ଆସିବା ମାତ୍ରେ ତାର ବାଡ଼ ଲଗାଇବା କାର୍ଯ୍ୟ ଆରମ୍ଭ କରିବାକୁ ବିଜେପି ପ୍ରତିଶୃତି ଦେଇଥିଲେ। ଗୃହମନ୍ତ୍ରୀ ମାତ୍ର ୭ ଦିନ ମଧ୍ୟରେ ୧୨୧ ହେକ୍ଟର ଜମି ବିଏସଏଫକୁ ହସ୍ତାନ୍ତର କରିଥିବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ରଣନୈତିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲାରେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା ବହୁତ ଦ୍ରୁତ ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତି ଆଗାମୀ ଦିନରେ ଭାରତ-ବାଂଲାଦେଶ ସୀମାରେ ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
India Bangladesh BorderIndia Bangladesh Border FencingSuvendu Adhikari BSF land transferChicken Neck corridor land handover BSFIndia Bangladesh border fencing West BengalSiliguri Corridor border security 2026West Bengal government land for border fence121 hectares land in Chicken Neck to BSFWest Bengal CM border infiltration crackdownBSF outposts construction Siliguri corridorIndia Bangladesh smart border fencing system