Electrocuted / ଅଢ଼େଇ ଲକ୍ଷର ଶୁଆକୁ ବଞ୍ଚାଇବାକୁ ଯାଇ ଖାଇଲେ ବିଦ୍ୟୁତ୍ ଝଟ୍କା; କେଇ ମିନିଟ୍ରେ ବୁଜିଲେ ଆଖି
·7 months ago·2 min read

Key Points
ବେଙ୍ଗାଳୁରୁର ୩୨ ବର୍ଷୀୟ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ତାହା ବି ପୋଷିଥିବା ଶୁଆକୁ ବଞ୍ଚାଇବାକୁ ଯାଇ । ବିଦ୍ଯୁତ୍ ଝଟ୍କାରେ ଟଳି ପଡ଼ିଛନ୍ତି ଶୁଆକୁ ପାଳିଥିବା ଅରୁଣ କୁମାର ।
ବେଙ୍ଗାଳୁରୁ: ଘରେ କୁକୁର ହେଉ କି ଅନ୍ୟ କୌଣସି ପକ୍ଷୀ ରଖିବାକୁ ଲୋକଙ୍କ ଆଗ୍ରହ ଥାଏ । ଅନେକ ସଉକରେ ବି ଘରେ ରଖି ସେମାନଙ୍କୁ ପିଲା ପରି ପାଳନ୍ତି । ଆଉ ଅନେକ ସମୟରେ ସେହି ପୋଷା ପକ୍ଷୀ କିମ୍ବା ପଶୁଙ୍କ ପାଇଁ ଚାଲିଯାଏ ମାଲିକଙ୍କ ଜୀବନ । ଠିକ୍ ଏଭଳି ଘଟିଛି ଅଢ଼େଇ ଲକ୍ଷର ଶୁଆକୁ ପୋଷିଥିବା ମାଲିକଙ୍କ କ୍ଷେତ୍ରରେ ।
ମାକାଓ (ଏକ ପ୍ରକାରର ଶୁଆ)କୁ ପୋଷିଥିବା ବେଙ୍ଗାଳୁରୁର ୩୨ ବର୍ଷୀୟ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ତାହା ବି ପୋଷିଥିବା ଶୁଆକୁ ବଞ୍ଚାଇବାକୁ ଯାଇ । ବିଦ୍ଯୁତ୍ ଝଟ୍କାରେ ଟଳି ପଡ଼ିଛନ୍ତି ଶୁଆକୁ ପାଳିଥିବା ଅରୁଣ କୁମାର ।
ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
ସୂଚନା ଅନୁସାରେ, ବେଙ୍ଗାଳୁରୁର ଗିରିନଗର ଅଞ୍ଚଳରେ ରହୁଥିବା ଅରୁଣ ଅଢ଼େଇ ଲକ୍ଷ ମୂଲ୍ୟର ଶୁଆକୁ ପାଳିଥିଲେ । ଶୁକ୍ରବାର ସକାଳେ ପାଳିତ ଶୁଆଟି ଉଡ଼ିଯାଇ ଘର ଆଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବସିଥିଲା ।
ଆଉ ଅରୁଣ ଉକ୍ତ ଶୁଆକୁ ବଞ୍ଚାଇବା ପାଇଁ ଏକ ଷ୍ଟିଲ୍ ପାଇପ୍ ନେଇ ଯାଇଥିଲେ । ଘର ପାଚେରି କାନ୍ଥରେ ଚଢ଼ି ସେ ଖୁଣ୍ଟ ଉପରୁ ଶୁଆକୁ ଉଦ୍ଧାର କରିଥିଲେ । ଆଉ ସେହି ସମୟରେ ଷ୍ଟିଲ୍ ପାଇପ୍ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପାଚେରିରୁ ତଳେ ପଡ଼ି ଯାଇ ଗଭୀର ଆହତ ହୋଇଥିଲେ ।
ତତ୍କ୍ଷଣାତ ପରିବାର ଲୋକେ ଅରୁଣଙ୍କୁ ମେଡିକାଲ୍ ନେଇ ଯାଇଥିଲେ । ହେଲେ ମେଡିକାଲ୍ ପହଞ୍ଚିବା ବେଳକୁ ଅରୁଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଏଥିସହ ପଢ଼ନ୍ତୁ: ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି
ଅନ୍ୟ ଏକ ମାମଲାରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ପ୍ରବଳ ଥଣ୍ଡା ପଡ଼ୁଥିବା ବେଳେ ଯୁବତୀ ଜଣଙ୍କ ୱାଟର୍ ହିଟର ସାହାଯ୍ୟରେ ପାଣି ଗରମ କରୁଥିଲେ । ଦକ୍ଷିଣପୂର୍ବ ଦିଲ୍ଲୀ ମହିପାଳପୁର ସ୍ଥିତ ଘରେ ପାଣି ଗରମ ବେଳେ ବିଦ୍ୟୁତ୍ ଝଟ୍କା ଖାଇ ଟଳି ପଡ଼ିଥିଲେ ଯୁବତୀ ।
ପୋଲିସ ଅନୁସାରେ, ଯୁବତୀ ଜଣଙ୍କ ଗାଧୋଇବା ପାଇଁ ଏକ ଇଲେକ୍ଟ୍ରିକ୍ ରଡ୍ରେ ପାଣି ଗରମ କରୁଥିଲେ । ସେ ବାଥରୁମରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କ ସାଙ୍ଗ ଡାକିବାକୁ ଯାଇଥିଲେ । କିନ୍ତୁ ଭିତର ପାର୍ଶ୍ଵରୁ କବାଟ ବନ୍ଦ ରହିଥିଲା । ତାପରେ ପୋଲିସକୁ ଡାକି କବାଟ ଭାଙ୍ଗିବା ପରେ ମୃତଦେହ ମିଳିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories