Videos
|
National

ମା' ନୁହେଁ ପିଶାଚିନୀ, ନିଜ ଜନ୍ମ କଲା ପୁଅକୁ ମାରିଦେଲା

Jitendra Dash
Browse all articles by Jitendra Dash
·2 years ago·1 min read
ମା' ନୁହେଁ ପିଶାଚିନୀ, ନିଜ ଜନ୍ମ କଲା ପୁଅକୁ ମାରିଦେଲା

ଅର୍ଗସ ବ୍ୟୁରୋ : ମା' ନୁହେଁ ପିଶାଚିନୀ । ନିଜ ଜନ୍ମ କଲା ପୁଅକୁ ମାରିଦେଲା ମା' । ଆଉ ଧରା ପଡ଼ିବା ଭୟରେ ୪ ବର୍ଷର ପୁଅର ମୃତଦେହକୁ ବ୍ୟାଗ୍‌ରେ ଭର୍ତ୍ତି କରି ଗୋଆରୁ ଚାଲିଗଲା କର୍ଣ୍ଣାଟକ । କୁହାଯାଉଛି କି, ସ୍ବାମୀ ସହିତ ଝଗଡ଼ାରୁ ପୁଅକୁ ମାରିଛି ମା' ଜଣକ । ବେଙ୍ଗାଳୁରୁର ଜଣେ ମହିଳା ଗୋଆର ଏକ ହୋଟେଲରେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଧରାପଡ଼ିବା ଭୟରେ ମୃତ ପୁଅର ଶରୀରକୁ ଏକ ବ୍ୟାଗରେ ନେଇ କର୍ଣ୍ଣାଟକ ଚାଲିଯାଇଥିବା ଅଭିଯୋଗ ହୋଇଛି । 

ଗତକାଲି ସିଇଓ ସୂଚନା ସେଠଙ୍କୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ । ସେ ଗୋଆର ହୋଟେଲରୁ ଚେକ୍ ଆଉଟ୍ କରିବା ପରେ ହୋଟେଲ କର୍ମଚାରୀ ସେ ରହିଥିବା ରୁମ୍‌ରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ପରେ ସନ୍ଦେହ କରି ସେ ପୋଲିସରେ ଖବର ଦେଇଥିଲେ । ପୋଲିସ ହୋଟେଲ୍ କର୍ମଚାରୀଙ୍କ ସହାୟତାରେ ମହିଳାଙ୍କୁ ନେଇଯାଉଥିବା କାର୍ ଡ୍ରାଇଭରର ନମ୍ବରରେ କଲ୍ କରିଥିଲେ । ଡ୍ରାଇଭର ଜଣଙ୍କ ପୋଲିସ କଥାରେ ସୂଚନା ସେଠଙ୍କୁ ଥାନାକୁ ନେଇଥିଲେ । ସେଠାରେ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗ୍‌ରୁ ପୁଅର ମୃତଦେହ ମିଳିଥିଲା । ସେଠାରେ ତାଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କୁ ଗୋଆ ଆଣୁଛି ଅଧିକ ତଦନ୍ତ ପାଇଁ । ତେବେ ସେ କାହିଁକି ପୁଅକୁ ମାରିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bengaluru CEO kills 4-year-old son in Goa, carries body in bag to Karnataka | Argus News