Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Poison Injection Murder / ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ : ବିଷ ଇଞ୍ଜେକ୍ସନ ଦେଇ କଲେ ପତ୍ନୀହତ୍ୟା

Ritu Das
Browse all articles by Ritu Das
·9 months ago·2 min read
ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ : ବିଷ ଇଞ୍ଜେକ୍ସନ ଦେଇ କଲେ ପତ୍ନୀହତ୍ୟା

Key Points

ଡାକ୍ତରଙ୍କୁ ଲୋକ ଦ୍ବିତୀୟ ଈଶ୍ବର ବୋଲି ମାନନ୍ତି। ହେଲେ ବେଳେ ବେଳେ ସେହି ଡାକ୍ତରମାନେ ସୈତାନ ପାଲଟି ଯାଆନ୍ତି। ନିଜର ସ୍ବାର୍ଥ ପାଇଁ କାହାର ଜୀବନ ନେବାକୁ ବି ପଛାନ୍ତି ନାହିଁ।

ଡାକ୍ତରଙ୍କୁ ଲୋକ ଦ୍ବିତୀୟ ଈଶ୍ବର ବୋଲି ମାନନ୍ତି। ହେଲେ ବେଳେ ବେଳେ ସେହି ଡାକ୍ତରମାନେ ସୈତାନ ପାଲଟି ଯାଆନ୍ତି। ନିଜର ସ୍ବାର୍ଥ ପାଇଁ କାହାର ଜୀବନ ନେବାକୁ ବି ପଛାନ୍ତି ନାହିଁ। ଏହାଠାରୁ ଅଧିକ ଦୁଃଖଦ କଥା ଆଉ କ’ଣ ହୋଇପାରେ? ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ ଧରାପଡ଼ିଛି। ବେଙ୍ଗାଲୁରୁ ପୋଲିସ୍‌ ଜଣେ ଡାକ୍ତରଙ୍କୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି।
ଅଭିଯୁକ୍ତ ଡାକ୍ତର ମହେନ୍ଦ୍ର ରେଡ୍ଡି ତାଙ୍କ ଏମ୍‌ବିବିଏସ୍‌-ଏମ୍‌ଡି ପତ୍ନୀ ଡାକ୍ତର କୃତିକା ରେଡ୍ଡିଙ୍କୁ ବେହୋସ କରିବା ପାଇଁ ଏକ ନିଶା ଇଞ୍ଜେକ୍ସନ ଦେଇଥିଲେ। ତାଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଦେଖାଇବାକୁ ଚେଷ୍ଟା କରିଥିଲେ। ଛଅ ମାସ ପରେ, ମାମଲା ପର୍ଦ୍ଦାଫାସ ହେବା ପରେ, ଡାକ୍ତର ମହେନ୍ଦ୍ରଙ୍କୁ ଗିରଫ କରାଯାଇଛି।


ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ


୩୧ ବର୍ଷୀୟ ମହେନ୍ଦ୍ର ତାଙ୍କ ୨୮ ବର୍ଷୀୟା ପତ୍ନୀ କୃତିକାଙ୍କ ସହିତ ବେଙ୍ଗାଲୁରୁର ମୁନ୍ନେକୋଲାଲା ଅଞ୍ଚଳରେ ରହୁଥିଲେ। ୨୦୨୫ ମସିହା ଏପ୍ରିଲ୍‌ ୨୧ ତାରିଖରେ କୃତିକା ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ସ୍ୱାମୀ, ଡାକ୍ତର ମହେନ୍ଦ୍ର ରେଡ୍ଡି, ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମରାଠାହଲ୍ଲି ପୋଲିସ୍‌ ଷ୍ଟେସନରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତା’ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅପରାଧ ଦୃଶ୍ୟ ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟଜନକ ସୁରାକ ପାଇଛନ୍ତି। ଘଟଣାସ୍ଥଳରୁ ଏକ କାନୁଲା ସେଟ୍, ଇଞ୍ଜେକ୍ସନ ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉଦ୍ଧାର କରାଯାଇଛି। ଏଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ଭିସେରା ରିପୋର୍ଟରେ ସବୁ କଥା ସ୍ପଷ୍ଟ ହୋଇଛି। ଡାକ୍ତର କ୍ରିତିକାଙ୍କ ଭିସେରା ରିପୋର୍ଟରେ ପ୍ରୋପୋଫଲ ନାମକ ଏକ ଶକ୍ତିଶାଳୀ ନିଶ୍ଚେତକ ଔଷଧର ଉପସ୍ଥିତି ପ୍ରକାଶ ପାଇଛି।


ଏହାସହ ପଢ଼ନ୍ତୁ- ମଧ୍ୟପ୍ରଦେଶରେ ଛାତିଥରା ଘଟଣା: ଅନୈତିକ ସମ୍ପର୍କ ସନ୍ଦେହ କରି ଭାଇର ମୁଣ୍ଡ କାଟି ହତ୍ୟା


ଉଲ୍ଲେଖଯୋଗ୍ୟ, ଡାକ୍ତର କ୍ରିତିକାଙ୍କ ବ୍ୟବସାୟୀ ପିତା କେ. ମୁନି ରେଡ୍ଡୀ ଅକ୍ଟୋବର ୧୩ ତାରିଖରେ ତାଙ୍କ ଜ୍ୱାଇଁ ଡାକ୍ତର ମହେନ୍ଦ୍ର ରେଡ୍ଡିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଏକ ପୋଲିସ ମାମଲା ଦାୟର କରିଥିଲେ। ଶ୍ବଶୁର ଅଭିଯୋଗ କରିଥିଲେ ଯେ ତାଙ୍କ ଜ୍ବାଇଁ ତାଙ୍କ ଝିଅକୁ ଯୌତୁକଜନିତ ହତ୍ୟା କରିଛନ୍ତି। ଡାକ୍ତର ମହେନ୍ଦ୍ର ରେଡ୍ଡି ବିବାହ ପରଠାରୁ ତାଙ୍କ ସ୍ତ୍ରୀଙ୍କୁ ଅବହେଳା କରି ଆସୁଥିଲେ। ସେ ଏକ ହସ୍ପିଟାଲ୍ ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ତାଙ୍କ ଶ୍ବଶୁରଘର ଲୋକଙ୍କଠାରୁ ପାଣ୍ଠି ପାଇଁ ଜିଦ୍ ଧରିଥିଲେ। ହସ୍ପିଟାଲ ବଦଳରେ ତାଙ୍କ ଶଶୁର ମରାଠାହଲ୍ଲି ଅଞ୍ଚଳରେ ଏକ କ୍ଲିନିକ୍ ଖୋଲି ଦେଇଥିଲେ।

Sponsored
Bengaluru Doctor Allegedly Kills Wife Using Poison Injection | Argus News