Bengaluru Shocking Incident / ମରିଗଲା ମାନବିକତା! ବେଙ୍ଗାଲୁରୁରେ ସ୍ତ୍ରୀର ଆଖି ସାମ୍ନାରେ ଛଟପଟ ହୋଇ ମରିଗଲେ ସ୍ବାମୀ...କେହି ସାହାଯ୍ୟ କଲେନି
·6 months ago·2 min read

Key Points
ଜଣେ ୩୪ ବର୍ଷୀୟ ବ୍ୟକ୍ତି ରାସ୍ତାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ତାଙ୍କୁ କେହି ସହାୟତା କଲେନି। ଏଭଳି ଏକ ନିର୍ଦ୍ଦୟୀ ଘଟଣା ଘଟିଛି ବେଙ୍ଗାଲୁରୁରେ।
ମରିଗଲା ମାନବିକତା। ଗତକାଲି ବେଙ୍ଗାଲୁରୁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ମାନବ ସମାଜକୁ ଲଜ୍ଜିତ କରିବ। ସତରେ ପଶୁ ସମାଜ ବହୁତ ଭଲ ରାସ୍ତାରେ ଯଦି ଗୋଟିଏ ପଶୁ କି ପକ୍ଷୀ ପଡ଼ୁଛି ତେବେ ତାକୁ ସାହାଯ୍ୟ କରିବାକୁ ହଜାର ହଜାର ପଶୁ ବା ପକ୍ଷୀ ଏକାଠି ହୋଇଥାନ୍ତି। କିନ୍ତୁ ମଣିଷଜାତି ହେଉଛି ସ୍ବାର୍ଥପର। ନିଜକୁ ସେହି ପରିସ୍ଥିତିରେ ରଖି ମନୁଷ୍ୟ କେବେ ଭାବେନି। ସେଥିପାଇଁ ମନୁଷ୍ୟଜାତିକୁ ସବୁବେଳେ ବଦନାମ।
ଜଣେ ୩୪ ବର୍ଷୀୟ ବ୍ୟକ୍ତି ରାସ୍ତାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ତାଙ୍କୁ କେହି ସହାୟତା କଲେନି। ଏଭଳି ଏକ ନିର୍ଦ୍ଦୟୀ ଘଟଣା ଘଟିଛି ବେଙ୍ଗାଲୁରୁରେ। ସ୍ତ୍ରୀର ଆଖି ସାମ୍ନାରେ ସ୍ବାମୀ ମରିବା ଆଜି ସମୟରେ ଏହା ଏକ ଭଲ ଖବର ନୁହେଁ। ସ୍ତ୍ରୀ ଜଣକ ରାସ୍ତା କଡ଼ରେ ଛିଡ଼ା ହୋଇ ସମସ୍ତଙ୍କୁ ଗୁହାରୀ କରୁଥିଲା ସାହାଯ୍ୟ କରିବାକୁ କିନ୍ତୁ ସାହାଯ୍ୟ ତ ଦୂରର କଥା କେହି ପାଖକୁ ବି ଆସିଲେନି।
ଏହାସହ ପଢ଼ନ୍ତୁ: ପୋଲିସ ଇନ୍ସପେକ୍ଟରଙ୍କୁ ପ୍ରେମ ପାଇଁ ଧମକ! ରକ୍ତରେ ଚିଠି ଲେଖି ବାରମ୍ବାର ନିର୍ଯାତନା ଦେଲେ ମହିଳା
ପିଡ଼ିତଙ୍କ ନାଁ ହେଲା ଭେଙ୍କଟରେମଣ। ଅସୁସ୍ଥ ଲାଗିବାରୁ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ତାଙ୍କ ସ୍ତ୍ରୀ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ ସମୟରେ ଆସିଲାନି। ଭେଙ୍କଟରମଣଙ୍କ ସ୍ତ୍ରୀ ଆଉ ଅପେକ୍ଷା ନ କରି ତାଙ୍କୁ ସ୍କୁଟିରେ ହସ୍ପିଟାଲକୁ ନେଉଥିଲେ। ବାଟରେ ଗାଡ଼ି ଦୁର୍ଘଟଣା ହେଲା। ସ୍ବାମୀସ୍ତ୍ରୀ ରକ୍ତରେ ଜୁଡ଼ୁବୁଡୁ ହୋଇ ପଡ଼ିଥିଲେ। ଆଉ ସ୍ବାମୀ ଛଟପଟ ହୋଇଥିଲେ। ଯଦି କେହି ବ୍ୟକ୍ତି ଠିକ ସମୟରେ ତାଙ୍କୁ ସାହାଯ୍ୟ କରିଥାନ୍ତେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାଆନ୍ତା।
ଏହାସହ ପଢ଼ନ୍ତୁ: ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀଙ୍କୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ
ତାଙ୍କ ସ୍ତ୍ରୀ ଏକ ମିଡିଆ ସାମ୍ନାରେ କହିଛନ୍ତି, "ମୋ ସ୍ବାମୀଙ୍କ ପାଇଁ ସିନା ମାନବିକତା ମରିଗଲା" କିନ୍ତୁ ମୋ ପାଖରେ ଏବେ ବି ମଣିଷପଣିଆ ଅଛି। ମୁଁ ମୋ ସ୍ବାମୀଙ୍କ ଆଖିକୁ ଦାନ କରିଛି। କାରଣ ମୁଁ ଚାହୁଁଛି ମୋ ସ୍ବାମୀଙ୍କ ଆଖିରେ କେହି ଜଣେ ଦୁନିଆଁ ଦେଖୁ।
ବାଲାଜୀନଗଗରେ ରହୁଥିବା ଭେଙ୍କଟରମଣ ଜଣେ ଗ୍ୟାରେଜ ମେକାନିକ ଥିଲେ। ଗତକାଲି ଭୋରରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟ ଦମ୍ପତି ପ୍ରଥମେ ମେଡିକାଲକୁ ଫୋନ କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ପଠାଇବାକୁ କହିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିଲାନି। ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଗାଡ଼ି ଅଟକାଇବାକୁ ଲୋକଙ୍କୁ ବହୁ କାକୁତିମୀନତି କରିଥିଲେ। କିନ୍ତୁ କେହି ଅଟକୁ ନ ଥିଲେ। ଶେଷରେ ଜଣେ କ୍ୟାବ୍ ଡ୍ରାଇଭର ଗାଡ଼ି ଅଟକାଇ ଭେଙ୍କଟରମଣଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଗଲେ। ସେଠାରେ ପହଞ୍ଚିବା ମାତ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ଜଣକ କେବେବି ଭାବି ନ ଥିଲେ ଏହି ଅସୁସ୍ଥତା ତାଙ୍କ ଜୀବନରୁ ସବୁ ହସ ଖୁସି ଛଡ଼ାଇନେବ। ଭେଙ୍କଟରମଣଙ୍କର ୫ବର୍ଷର ଗୋଟିଏ ପୁଅ ଏବଂ ୧୮ମାସର ଗୋଟିଏ ଝିଅ ଅଛି। ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories