Bengaluru Metro Disruption / ଯାନ୍ତ୍ରିକ ସମସ୍ୟା ପାଇଁ ଲାଗିଲା ବ୍ରେକ୍; ୫ ଘଣ୍ଟା ପରେ ସ୍ୱାଭାବିକ ହେଲା ସେବା
·1 hour ago·2 min read

Key Points
ମଙ୍ଗଳବାର ସନ୍ଧ୍ୟାରେ ବେଙ୍ଗାଲୁରୁ ନମ୍ମା ମେଟ୍ରୋର ପର୍ପଲ ଲାଇନର କ୍ୟୁବନ୍ ପାର୍କ ଷ୍ଟେସନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ହଜାର ହଜାର ଯାତ୍ରୀ ଫସି ରହିଥିଲେ। ଏହା ପରେ ସେମାନଙ୍କୁ ନିଜ ଘରକୁ ଯିବା ପାଇଁ ଟ୍ରକ୍ ଏବଂ ବସ୍ ଧରିବାକୁ ପଡି଼ଥିଲା।
Bengaluru Metro stopped for 5 hours: ପ୍ରାୟ ୫ ଘଣ୍ଟା ଘରି ବନ୍ଦ ରହିବା ପରେ ପୁନର୍ବାର ଆରମ୍ଭ ହୋଇଛି ବେଙ୍ଗାଲୁରୁ ମେଟ୍ରୋ। ଗତକାଲି ସନ୍ଧ୍ୟାରେ ସହର ପର୍ପଲ ଲାଇନ ମାର୍ଗରେ ମେଟ୍ରୋ ସେବା ଯାନ୍ତ୍ରିକ ସମସ୍ୟା ପାଇଁ ଅଚାନକ ଅଟକି ଯାଇଥିଲା। ଗତକାଲି (ଜୁନ ୨୩) ସନ୍ଧ୍ୟାରେ ପର୍ପଲ ଲାଇନ ମାର୍ଗରେ ଏକ ମେଟ୍ରୋ ମଝି ରାସ୍ତାରେ ଅଟକିଯିବା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଯେଉଁଥିପାଇଁ ଯାତ୍ରୀ ଫସି ଯାଇଥିଲେ। ବୁଧବାର (ଜୁନ ୨୪) ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ (ବିଏମଆରସି) ଘୋଷଣା କରିଥିଲା ଯେ କ୍ୟୁବନ୍ ପାର୍କ ମେଟ୍ରୋ ଷ୍ଟେସନ ଠାରେ ଯାନ୍ତ୍ରିକ ସମସ୍ୟାର ସମାଧାନ ହୋଇଛି ଏବଂ ପର୍ପଲ ଲାଇନ ମାର୍ଗରେ ମେଟ୍ରୋ ସେବା ପୁନର୍ବାର ଆରମ୍ଭ ହୋଇଛି।
ହଠାତ ଅଟକିଗଲା ମେଟ୍ରୋ; ଆତଙ୍କିତ ହୋଇଉଠିଲେ ଯାତ୍ରୀ
ମଙ୍ଗଳବାର ସନ୍ଧ୍ୟାରେ କ୍ୟୁବନ୍ ପାର୍କ ମେଟ୍ରୋ ଷ୍ଟେସନ ଠାରେ ଏକ ଟ୍ରେନ୍ ରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିଯିବାରୁ ପର୍ପଲ ଲାଇନ ସେବା ବାଧାପ୍ରାପ୍ତ ହୋଇଥିଲା। ଏହା ଫଳରେ କ୍ୟୁବନ୍ ପାର୍କ ଏବଂ MG ରୋଡ୍ ସମେତ ଅନେକ ପର୍ପଲ ଲାଇନ ଷ୍ଟେସନ ଠାରେ ପ୍ରବଳ ଭିଡ଼ ହୋଇଥିଲା। କାମରୁ ଘରକୁ ଫେରୁଥିବା ଯାତ୍ରୀ ମଝି ରାସ୍ତାରେ ଫସି ଯାଇଥିଲେ। ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଟୋ-ରିକ୍ସା ଏବଂ ଆପ୍-ଆଧାରିତ କ୍ୟାବ୍ ଭଳି ବିକଳ୍ପ ପରିବହନ ପଦ୍ଧତି ଅବଲମ୍ବନ କରିବାକୁ ବଧ୍ୟ ହୋଇଥିଲେ ଯାତ୍ରୀ।
ଏହା ସହ ପଢନ୍ତୁ: ଅବସର ପୂର୍ବରୁ ଅପଗ୍ରେଡ୍ ହେଲା ଦିଲ୍ଲୀ ମେଟ୍ରୋ; ପୁରୁଣା କୋଚ୍ ରେ ମିଳିବ ନୂଆ ସୁବିଧ
ବୁଧବାର ସକାଳେ ପୁ୍ନର୍ବାର ଆରମ୍ଭ ହେଲା ମେଟ୍ରୋ ସେବା
ବେଙ୍ଗାଲୁରୁ ସହରର ନମ୍ମା ମେଟ୍ରୋ ପର୍ପଲ ଲାଇନ, ପୂର୍ବରେ ହ୍ୱାଇଟଫିଲ୍ଡ (କାଡୁଗୋଡି) ଠାରୁ ଦକ୍ଷିଣ-ପଶ୍ଚିମରେ ଚାଲ୍ଲାଘାଟା ପର୍ଯ୍ୟନ୍ତ ଲମ୍ବିଛି। ବିଏମଆରସି (BMRCL) ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଘୋଷଣା କରିଛି ଯେ କ୍ୟୁବନ୍ ପାର୍କ ମେଟ୍ରୋ ଷ୍ଟେସନ ଠାରେ ସୃଷ୍ଟି ହୋଇଥିବା ଯାନ୍ତ୍ରିକ ସମସ୍ୟାକୁ ଏହାର ସ୍ୱତନ୍ତ୍ର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ଦଳ ଦ୍ୱାରା ସଫଳତାର ସହ ସମାଧାନ କରାଯାଇଛି। ଯାହା ପରେ ବୁଧବାର ସକାଳ ୫ଟାରୁ ନିୟମିତ ସମୟସୂଚୀ ଅନୁଯାୟୀ ପର୍ପଲ ଲାଇନ ମାର୍ଗରେ ସ୍ୱାଭାବିକ ମେଟ୍ରୋ ସେବା ପୁନର୍ବାର ଆରମ୍ଭ ହୋଇଛି।
ଯାତ୍ରୀଙ୍କୁ BMRCL ଅନୁରୋଧ
BMRCL ଯାତ୍ରୀଙ୍କୁ ଅନୁରୋଧ କରିଥିଲା ଯେ ସେବା ପୁନଃଆରମ୍ଭ ଉପରେ ଧ୍ୟାନ ଦେବାକୁ ଏବଂ ନମ୍ମା ମେଟ୍ରୋର ନିରାପତ୍ତା, ନିର୍ଭରଯୋଗ୍ୟ ଏବଂ ଦକ୍ଷ ସେବା ବ୍ୟବହାର ଜାରି ରଖିବାକୁ ଅନୁରୋଧ କରୁଛି। ସାମୟିକ ବାଧା ସମୟରେ ସମସ୍ତ ଯାତ୍ରୀଙ୍କ ଧୈର୍ଯ୍ୟ, ବୁଝାମଣା ଏବଂ ସହଯୋଗ ପାଇଁ ଆମେ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Bengaluru Metro technical snag Purple LineNamma Metro service disruption todayBengaluru Metro passengers strandedCubbon Park Metro station technical faultBengaluru Metro Purple Line operational delayBangalore Metro delay latest newsBMRCL technical glitch breakdown 2026Thousands stranded at Majestic MG Road metroBangalore commuters taking trucks viral videoNamma Metro Purple Line updates