Food Dispute Turns Tragic / ୩ ଦିନ ତଳର ସାମ୍ବର୍ ପରଷିବାରୁ ରାଗିଗଲେ ସ୍ଵାମୀ, ସ୍ତ୍ରୀ ପିଇଦେଲା କୀଟନାଶକ
·1 month ago·2 min read

Key Points
୩ ଦିନ ତଳର ସାମ୍ବର୍ ପରଷିବାକୁ ନେଇ ପ୍ରଥମେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଦମ୍ପତିଙ୍କ ମଧ୍ୟରେ କଥା କଟାକଟିକୁ ନେଇ ସ୍ତ୍ରୀ କାବ୍ୟା ବିଷ ପିଇ ଜୀବନ ହାରି ଦେଇଛନ୍ତି ।
ବେଙ୍ଗାଳୁରୁ: ଖାଦ୍ୟକୁ ନେଇ ଦାମ୍ପତ୍ୟ ଜୀବନରେ ଝଗଡ଼ା ସାମାନ୍ୟ କଥା । କିନ୍ତୁ ଖାଦ୍ୟକୁ ନେଇ ଝଗଡ଼ା ପାଇଁ କ'ଣ କେହି ଆତ୍ମହତ୍ୟା କରିପାରେ ? ଆପଣଙ୍କ ମନକୁ ଏ ପ୍ରଶ୍ନ ଆସୁଥିବ । ଆଜ୍ଞା ହଁ ସାମାନ୍ୟ ସାମ୍ବର୍ ପାଇଁ ସୁଇସାଇଡ୍ କରିଛନ୍ତି ୨୭ ବର୍ଷର ମହିଳା ।
ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁରେ । ଯେଉଁଠି ୩ ଦିନ ତଳର ସାମ୍ବର୍ ପରଷିବାକୁ ନେଇ ପ୍ରଥମେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଦମ୍ପତିଙ୍କ ମଧ୍ୟରେ କଥା କଟାକଟିକୁ ନେଇ ସ୍ତ୍ରୀ କାବ୍ୟା ବିଷ ପିଇ ଜୀବନ ହାରି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର
ସୂଚନା ଅନୁସାରେ, ଗୁରୁବାର କାବ୍ୟା ତାଙ୍କ ସ୍ଵାମୀ ରଙ୍ଗାସ୍ଵାମୀଙ୍କୁ ଘରେ ବଳି ଯାଇଥିବା ସାମ୍ବର୍କୁ ଗରମ କରି ପରଷିଥିଲେ । ଯାହାକୁ ନେଇ ରଙ୍ଗାସ୍ଵାମୀ ରାଗିବା ସହ କାବ୍ୟାଙ୍କୁ ପାଟି କରିଥିଲେ । ଏପରିକି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ ରଙ୍ଗାସ୍ଵାମୀ ।
ପାଞ୍ଚ ବର୍ଷ ତଳେ ରଙ୍ଗାସ୍ଵାମୀଙ୍କୁ କାବ୍ୟା ବିବାହ କରିଥିଲେ । ଉଭୟଙ୍କର ୪ ବର୍ଷର ଛୁଆ ରହିଛି । ବାସୀ ସାମ୍ବର୍କୁ ନେଇ ସ୍ଵାମୀଙ୍କ ସହ କଳହ ପରେ କାବ୍ୟା ଚାଷରେ ବ୍ୟବହାର ହେଉଥିବା ପେଷ୍ଟିସାଇଡ୍ ପିଇ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବିବାହ ପ୍ରଥମ ରାତିରେ ରଖିଲା ସମ୍ପର୍କ; ଦ୍ଵିତୀୟ ଦିନ ଡାକିଲା ଭଉଣୀ
କିଛି ସମୟ ପରେ ପରିବାର ଲୋକ ଦେଖିଥିଲେ ଯେ, କାବ୍ୟା ଅସୁସ୍ଥ ଅଛି... ବାନ୍ତି କରୁଛି । ତୁରନ୍ତ କାବ୍ୟାଙ୍କୁ ପରିବାର ଲୋକେ ମେଡିକାଲ୍ ନେଇଥିବା ବେଳେ ବାଟରେ ସେ ଆଖି ବୁଜିଥିବା ବେଙ୍ଗାଳୁରୁ ପୋଲିସ ସୂଚନା ଦେଇଛି । ମୃତ୍ୟୁ ପରେ କାବ୍ୟାଙ୍କ ମରଶରୀର ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ନିଆଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଛାନଭିନ୍ ଆରମ୍ଭ କରିଛି ।
ହେଲ୍ପଲାଇନ୍
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories