|
logo
Live
Argus News App
GET APP

Argus News - ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର

Crime

Firing In Holi / ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର
Holi Gunfire Shock

Key Points

ବୁଧବାର ରାତିରେ ସନ୍ଦିଗ୍ଧ ପରିସ୍ଥିତିରେ ୩ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ୨ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।
 
ପାଟନା: ହୋଲିର ରଙ୍ଗ ଭିତରେ ଗୁଳିମାଡ଼ ହୋଇଛି । ବୁଧବାର ରାତିରେ ସନ୍ଦିଗ୍ଧ ପରିସ୍ଥିତିରେ ୩ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ୨ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ବିହାରର ନବଗାଛିୟାରେ ରଙ୍ଗର ପର୍ବ ହୋଲି ଏଭଳି ରକ୍ତରେ ଡୁବିଛି । ଗୁରୁତରଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭାଗଲପୁରର ମାୟାଗଞ୍ଜ ହସ୍ପିଟାଲ୍‌ରୁ ପାଟନା ସ୍ଥାନାନ୍ତରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବିବାହ ପ୍ରଥମ ରାତିରେ ରଖିଲା ସମ୍ପର୍କ; ଦ୍ଵିତୀୟ ଦିନ ଡାକିଲା ଭଉଣୀ

ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ନାଁ ଗୁଲଶନ କୁମାର ଓ ଧିରଜ କୁମାର ବୋଲି ଜଣାପଡ଼ିଛି । ସେହିଭଳି ସ୍ଵାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ଯୁବକ ହେଉଛନ୍ତି ଅଜେଶ କୁମାର । ଗୁଳିକାଣ୍ଡ ପରେ ତୁରନ୍ତ ଗୁରୁତର ଅଜେଶଙ୍କୁ ମେଡିକାଲ୍ ନିଆଯାଇଥିଲା ।

ସୂଚନା ଅନୁସାରେ, ଦୁଇ ମୃତକଙ୍କ ମୃତଦେହ ନବଗାଛିୟା ଥାନା ଅନ୍ତର୍ଗତ କଲବଲିଆ ନିକଟରୁ ମିଳିଛି । ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ, ୩ ଯୁବକ ଭଲ ବନ୍ଧୁ ଥିଲେ । ଖଗାଡ଼ିଆ ଜିଲ୍ଲାର ପସରାହା ଥାନା ଭୌରକାଠ ଗାଁରେ ସମସ୍ତଙ୍କ ଘର ।

ମୃତକ ଗୁଲଶନ କୁମାରଙ୍କ ଭାଇ ମିଶଲେଶ ମଣ୍ଡଳ କହିଛନ୍ତି, "ହୋଲି ଖେଳିବାକୁ ଗୁଲଶନ ପତ୍ନୀଙ୍କୁ ନେଇ ସାଙ୍ଗମାନଙ୍କ ସହ ଇସ୍ମାଇଲପୁର ଥାନାର ମୋରକହିଆ ସ୍ଥିତ ଶ୍ଵଶୁର ଘରକୁ ଯାଇଥିଲା । ସ୍ତ୍ରୀକୁ ବାପଘରେ ଛାଡ଼ି ୩ ସାଙ୍ଗ ଆସୁଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏ ଘରେ ପହଞ୍ଚି ନଥିଲେ ।"

ଏଥିସହ ପଢ଼ନ୍ତୁ: ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଏହା ପରେ ପରିବାର ପୋଲିସକୁ ଖବର ଦେଇଥିଲେ । ଯାହା ପରେ ସାରା ରାତି ଖୋଜାଖୋଜି ଜାରି ରହିଥିବା ବେଳେ କୌଣସି ଖୋଜ ଖବର ମିଳି ନଥିଲା । ଗୁରୁତର ଅଜେଶ କୁମାର ପରିବାର ଲୋକଙ୍କୁ ଫୋନ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ ।

ଯାହାପରେ ଗୁରୁବାର ସକାଳ ୯ଟାରେ ନବଗାଛିୟା ଥାନା କଲବଲିୟା ନାଳ ନିକଟ ସଡ଼କ ପାର୍ଶ୍ଵରୁ ୨ ଯୁବକଙ୍କ ମୃତଦେହ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନଭିନ୍ ଆରମ୍ଭ କରିଛି । ତେବେ କିଏ ଓ କେଉଁ କାରଣରୁ ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇ ନାହିଁ । ହୋଲିରେ ଏଭଳି ଗୁଳିକାଣ୍ଡ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଭୟଭୀତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Firing In Holi: ସାମାନ୍ୟ କଥାକୁ ନେଇ ହୋଲିରେ ଫୁଟିଲା ଗୁଳି; ୨ ସାଙ୍ଗ ମୃତ, ଜଣଙ୍କ ଅବସ୍ଥା ଗମ୍ଭୀର | Argus News