Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bank Closed / ଫେବୃଆରୀ ୧୨ରେ ଭାରତ ବନ୍ଦ, ବ୍ୟାଙ୍କ ବନ୍ଦ ନା ଖୋଲା ?

Rashmita Mishra
Browse all articles by Rashmita Mishra
·5 months ago·2 min read
ଫେବୃଆରୀ ୧୨ରେ ଭାରତ ବନ୍ଦ, ବ୍ୟାଙ୍କ ବନ୍ଦ ନା ଖୋଲା ?
Bank Closed

Key Points

୧୨ ତାରିଖରେ ବ୍ୟାଙ୍କ ଖୋଲା ନା ବନ୍ଦ ।
୧୨ ଫେବୃଆରୀ ଭାରତ ବନ୍ଦ, ବ୍ୟାଙ୍କ ବନ୍ଦ ନା ଖୋଲା ?

ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା । ପୁଣି ହେବ ଅଖ ଚକ ଜାମ୍ । କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏହି ବନ୍ଦ ଡାକରା ଦେଇଥିବା ବେଳେ ୧୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ସେହିଭଳି ବ୍ୟାଙ୍କ ଆସୋସିଏସନ୍‌ ମଧ୍ୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛି । ତେଣୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ପୁଣି ଅଖ ଚକ ହେବ ଜାମ୍ । ଭାରତ ବନ୍ଦକୁ ନେଇ ଏବେ ଦେଶରେ ଜୋର ଧରିଛି ଚର୍ଚ୍ଚା । ଯାହାକୁ ନେଇ ସାଧାରଣ ଜନତାଙ୍କ ମନରେ ଦ୍ଵନ୍ଦ୍ଵଯେ ସେହିଦି ବ୍ୟାଙ୍କା ଖେଲା ନା ବନ୍ଦ ।

ସୂଚନାନୁଯାୟୀ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏବଂ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତା ଫେବୃଆରୀ ୧୨ ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ନୂଆ ଶ୍ରମ ସଂହିତା (ଲେବର କୋଡ୍‌ସ୍), କାର୍ଯ୍ୟକାଳୀନ ନୀତି ବିରୋଧୀ ଏବଂ ଶ୍ରମିକ ହିତ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ହୋଇଛି । ଏହାର ପ୍ରଭାବରେ ବ୍ୟାଙ୍କିଂ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଏଜ୍ ଆସୋସିଏସନ୍ (AIBEA), ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ୍ ଆସୋସିଏସନ୍ (AIBOA) ଏବଂ ବ୍ୟାଙ୍କ ଏମ୍ପ୍ଲଏଜ୍ ଫେଡରେସନ୍ ଅଫ୍ ଇଣ୍ଡିଆ (BEFI) ଭଳି ପ୍ରମୁଖ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସେମାନେ ନିଜ ସଦସ୍ୟମାନଙ୍କୁ ଧର୍ମଘଟରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକରେ ସମସ୍ତ ପ୍ରକାରର ସେବା ବନ୍ଦ ରହିବାର ସମ୍ଭାବନା ରହିଛି ।

ଏହି ଧର୍ମଘଟ ଯୋଗୁଁ କ୍ୟାଶ୍ ଉଠାଣ, ଜମା, ଚେକ୍ କ୍ଲିୟରାନ୍ସ ଭଳି କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ପ୍ରାଇଭେଟ୍ ବ୍ୟାଙ୍କଗୁଡ଼ିକ ସାଧାରଣତଃ ଖୋଲା ରହିବାର ସମ୍ଭାବନା ରହିଛି । ଡିଜିଟାଲ୍ ବ୍ୟାଙ୍କିଂ (ଇଣ୍ଟରନେଟ୍ ବ୍ୟାଙ୍କିଂ, UPI, ମୋବାଇଲ୍ ଆପ୍) ସାଧାରଣତଃ ଚାଲିବ, କିନ୍ତୁ ଶାଖା-ଆଧାରିତ ସେବାରେ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇପାରେ ।

ଏଥିସହ ପଢ଼ନ୍ତୁ: ବିଏମଏସର ଅଖିଳ ଭାରତୀୟ ଅଧିବେଶନ,ଓଡ଼ିଆ ଝିଅ ଅଞ୍ଜଳୀ ପଟେଲଙ୍କୁ ଗୁରୁ ଦାୟିତ୍ବ

ଓଡ଼ିଶାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖାଯିବାର ଆଶଙ୍କା ରହିଛି। ପୂର୍ବରୁ ରାଜ୍ୟରେ ବନ୍ଦ ଡାକରା ସମୟରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲା । କେତେକ ଅଞ୍ଚଳରେ ପରିବହନ, ବଜାର ଏବଂ ଅନ୍ୟାନ୍ୟ ସେବା ମଧ୍ୟ ବନ୍ଦ ରହିପାରେ । ଏଣୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଯଥା ସମ୍ଭବ ହେଲେ ଡିଜିଟାଲ୍ ମାଧ୍ୟମରେ କାରବାର କରନ୍ତୁ ଏବଂ ଜରୁରୀ କାମ ପାଇଁ ଆଗରୁ ଯୋଜନା ପ୍ରସ୍ତୁତ କରନ୍ତୁ ।

ଏହି ବନ୍ଦ ପ୍ରଭାବରେ ରେଳ, ବସ୍, ବୀମା, ପରିବହନ ଭଳି ଅନେକ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ ଏହି ପରିସ୍ଥିତି ଉପରେ ନଜର ରଖି ଆପଣ ପୂର୍ବରୁ ସମସ୍ତ ପ୍ରକାରର ଯୋଜନା ପ୍ରସ୍ତୁତ ରଖନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bank Closed | February 12 Bharat Bandh: Are Banks Open or Closed Today ? | Argus News