Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି ସରକାରଙ୍କ ବଡ଼ ଘୋଷଣା, ତିନି ମହାପୁରୁଷଙ୍କୁ ମିଳିବ ଭାରତ ରତ୍ନ

National

ମୋଦି ସରକାରଙ୍କ ବଡ଼ ଘୋଷଣା, ତିନି ମହାପୁରୁଷଙ୍କୁ ମିଳିବ ଭାରତ ରତ୍ନ

Manini Pattanayak
Browse all articles by Manini Pattanayak
·2 years ago·2 min read
ମୋଦି ସରକାରଙ୍କ ବଡ଼ ଘୋଷଣା, ତିନି ମହାପୁରୁଷଙ୍କୁ ମିଳିବ ଭାରତ ରତ୍ନ

 ନୂଆଦିଲ୍ଲୀ: ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ।  ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ।  ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ଘୋଷଣା କରାଯାଇଥିଲା। 

 ‘ଏକ୍ସ’ରେ ମୋଦି ଲେଖିଛନ୍ତି ଏହା ଆମ ସରକାରର ସୌଭାଗ୍ୟ। ଦେଶପାଇଁ ଅତୁଳନୀୟ ଯୋଗଦାନ କରିଥିବା ମହାପୁରୁଷଙ୍କୁ ସମର୍ପିତ ଏହି ସମ୍ମାନ। କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଚୌଧୁରୀ ଚରଣ ସିଂହ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଦେଶର ଗୃହମନ୍ତ୍ରୀ, ଜଣେ ବିଧାୟକ ଭାବେ ମଧ୍ୟ ସେ ସର୍ବଦା ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ ଦେଇଥିଲେ । ଦେଶର କୃଷକଙ୍କ ପାଇଁ ତାଙ୍କର ସମର୍ପଣ ଓ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ପାଇଁ ତାଙ୍କର ପ୍ରତିବଦ୍ଧତା ସାରା ଦେଶ ପାଇଁ ପ୍ରେରଣା। ଯେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଦେଶର ଅର୍ଥନୀତି ପାଇଥିଲା ନୂଆ ଗତି, ଯାହାଙ୍କ ନିଷ୍ପତ୍ତି ଯୋଗୁଁ ଭାରତ ଆର୍ଥିକ ମହାଶକ୍ତି ହେବା ଦିଗରେ ପଡ଼ିଥିଲା ମୂଳ ଭିତ୍ତି, ସେହି ନେତା ପି. ଭି ନରସିଂହ ରାଓଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର। ମୋଦି ସରକାରଙ୍କ ଏହି ନିଷ୍ପତ୍ତି କଂଗ୍ରେସ ମୁହଁରେ ଶକ୍ତ ଚାପୁଡ଼ା।

କାରଣ ସର୍ବଦା ଗୋଟିଏ ପରିବାର ଭିତରେ ସୀମିତ କଂଗ୍ରେସ ଗାନ୍ଧି ପରିବାର ବାହାରେ ଭାରତର ଅନେକ ମହାପୁରୁଷଙ୍କୁ କରିଛି ଅନାଦର। କଂଗ୍ରେସ ନେତା ହୋଇ ବି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ କଂଗ୍ରେସ ଅମଳରେ ମିଳିନଥିଲା ଉପଯୁକ୍ତ ସମ୍ମାନ। କଂଗ୍ରେସ ହତାଦରର ସବୁଠୁ ବଡ଼ ଶିକାର ପି.ଭି ନରସିଂହ ରାଓ। କଂଗ୍ରେସରୁ ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ ତାଙ୍କ ସମୟରେ ଅଯୋଧ୍ୟା ବାବ୍ରି ମସଜିଦ ଭଙ୍ଗା ଯାଇଥିବାରୁ ନରସିଂହ ରାଓଙ୍କ ଚେହେରା ଆଗକୁ କରୁନଥିଲା କଂଗ୍ରେସ। ସଂଖ୍ୟାଲଘୁ ଭୋଟ୍ ହରାଇବା ଭୟରେ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲା ଦେଶର ସବୁଠାରୁ ପୁରୁଣା ଦଳ। ଏମିତିକି ନରସିଂହ ରାଓଙ୍କ ମୃତ୍ୟୁ ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର ଥାଇ ମଧ୍ୟ ତାଙ୍କୁ କରାଗଲା ନାହିଁ ଉଚିତ ସମ୍ମାନ ପ୍ରଦର୍ଶନ । ତାଙ୍କ ମରଶରୀର ଦିଲ୍ଲୀସ୍ଥିତ କଂଗ୍ରେସର ଜାତୀୟ କାର୍ଯ୍ୟାଳୟକୁ ନିଆଗଲା ନାହିଁ, ରାଜଧାନୀ ଦିଲ୍ଲୀରେ ବି କରାଗଲା ନାହିଁ ନରସିଂହ ରାଓଙ୍କର ଶେଷକୃତ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ରତ୍ନ ଘୋଷଣା ହେବା ପରେ ତାଙ୍କ ନାତି ଏନ.ଭି ସୁବାଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ କଂଗ୍ରେସକୁ କରିଛନ୍ତି କଡ଼ା ସମାଲୋଚନା ।  ଭାରତରେ କୃଷି ଓ କୃଷକଙ୍କ କଲ୍ୟାଣ ଦିଗରେ ମହତ୍ବପୂର୍ଣ୍ଣ ଏମ ଏସ ସ୍ବାମୀନାଥନଙ୍କ ଭୂମିକା । ଷାଠିଏ ଦଶକରେ ସବୁଜ ବିପ୍ଲବର ମୁଖ୍ୟ ନାୟକ । କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା, ଭାରତୀୟ କୃଷିର ଆଧୁନିକୀକରଣ କ୍ଷେତ୍ରରେ ତାଙ୍କ ଭୂମିକା  ଉଲ୍ଲେଖନୀୟ। ଏହି ମହାନ ବୈଜ୍ଞାନିକଙ୍କ ଦୂରଦୃଷ୍ଟି ଭାରତୀୟ କୃଷି ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିନା ସହ ଦେଶର ଖାଦ୍ୟ ନିରାପତ୍ତାକୁ କରିଛି ସୁନିଶ୍ଚିତ। ଏହି ମହାପୁରୁଷଙ୍କୁ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ। 

ଅଧିକ ପଢନ୍ତୁ ଭାରତ ଖବର

Sponsored
bharat ratna facts in hindi know what facilities are available for family of a bharat ratna recipient after death | Argus News